ହେଡଲାଇନସ୍:

କଟିକଟା ପଞ୍ଚାୟତରେ ବିଭିନ୍ନ ଵିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଵିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜଣାଇଲେ ପଞ୍ଚାୟତବାସୀ l

 (ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଚିତ୍ତରଞ୍ଜନ ମଲିକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାର୍ଯ୍ୟ ଓ ରାଜ୍ୟବାସୀଙ୍କ ପାଇଁ ସରକାର କରିଥିବା ସମସ୍ତ ପ୍ରକାର ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଥିଲେ l ପଞ୍ଚାୟତର ଵିକାଶ ପାଇଁ ପଞ୍ଚାୟତବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ଜସ୍ମିତା ସେଠି, ସମାଜସେବୀ ଜ୍ୟୋତିପ୍ରକାଶ ସ୍ୱାଇଁ, ସମିତିସଭ୍ୟ ଦିଲ୍ଲୀପ କାଣ୍ଡି, ଯୁବ ସମାଜସେବୀ ତଥା ସାମ୍ବାଦିକ ମନୋରଞ୍ଜନ ଭୂୟାଁ, ଅବସରପ୍ରାପ୍ତ ଶିକ୍ଷାବିତ୍ ଶରତଚନ୍ଦ୍ର ମହାନ୍ତି , ପ୍ରତିଭା ଦାସ, ପିଇଓ ସୁଜୟ ବେହେରା, ସାମ୍ୱାଦିକ ରଘୁନାଥ ସିଂ ଙ୍କ ସମେତ ବହୁ ବିଜୁ ଜନତା ଦଳ ନେତୃବୃନ୍ଦ, ୱାର୍ଡମେମ୍ବର, ଗ୍ରାମବାସୀ, ଏସଏଚଜି ମହିଳା ମାନେ ଯୋଗଦାନ କରିଥିଲେ l ଏହି ଅବସରରେ ଆଖ ପାଖ ଅଞ୍ଚଳର ବହୁ କୃତୀ ଛାତ୍ର ଛାତ୍ରୀ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ବରିଷ୍ଟ ନାଗରିକ ଏବଂ କଳାକାର ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l

0
0
0
s2sdefault