ହେଡଲାଇନସ୍:

ଓଡିଶା ପ୍ରାଣୀ ଚିକିତ୍ସକ ଙ୍କ ସମୂହ ଛୁଟି ପ୍ରାୟ 17ଦିନରେ, ଆଜି ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଚିକିତ୍ସକ ସମୂହ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭବାନୀପାଟଣା (ଶାସକ ପ୍ରଶାସକ): କଳାହାଣ୍ଡି ପ୍ରାଣୀ ଚିକିତ୍ସକ କଳାହାଣ୍ଡି ତରଫ ରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ. ଏହି ସମ୍ମିଳନୀ ରେ ଜିଲ୍ଲା ପ୍ରାୟ 40ଜଣ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ. ଏହି ସମ୍ମିଳନୀ ରେ ଜିଲ୍ଲାର ଡ଼ା. ଅଶୋକ ଚନ୍ଦ୍ର ପଣ୍ଡା (ଏ ଡି ଭି ଓ.)ସଭାପତି, କେଦାରନାଥ ଖମାରି,( ବି ଭି ଓ )ଜେନେରାଲ ସେକ୍ରେଟାରୀ,ଦିବ୍ୟ ରଞ୍ଜନ ଲେଙ୍କା ଏ ଭି ଏ ଏସ, ଜିଲ୍ଲା ପ୍ରତିନିଧି, ଅଜୟ କୁମାର ମାଝୀ, ଜିଲ୍ଲା ସଂଯୋଜକ, ରଂଜିତ କୁମାର ସାହୁ, ବି ଭି ଓ, ଡ଼ା. ପ୍ରିତି ମଞ୍ଜରୀ ନାଏକ, ଜିଲ୍ଲା ମହିଳା ପ୍ରତିନିଧି, ସମେତ ଅନେକ ପ୍ରାଣୀ ଚିକିତ୍ସକ ଉପସ୍ଥିତ ରହି ନିଜ ନିଜ ମତ ପ୍ରକାଶ କରିଥିଲେ, ଡାକ୍ତର ମାନଙ୍କ ପ୍ରମୁଖ ଦାବି ହେଉଛି, କଳାହାଣ୍ଡି ବିଭାଗ ର ପୂର୍ଣ୍ଣାଙ୍ଗ ରୂପାନ୍ତର, କ୍ୟାଡର ପୁନର୍ଗଠନ ଏବଂ କେନ୍ଦ୍ର ସରକାରୀ ସେବା ଅଧୀନରେ ପ୍ରାଣୀ ଚିକିତ୍ସକ ଙ୍କ କ୍ଷେତ୍ର ରେ ଡି ଏ ସି ପି ଦୃଷ୍ଟି ରୁ ସମାନତା ଆଣିବା, ଏବଂ ଅଣ ପ୍ରାକ୍ଟସିଂ ଭତ୍ତା ପ୍ରଦାନ ଆଦି ଦାବିରେ ଓଡିଶା ରାଜ୍ୟ ରେ ଚାକିରୀ କରିଥିବା ସମସ୍ତ ପ୍ରାଣୀ ଚିକିତ୍ସକ ଗତ 18ଜାନୁୟାରୀ 2024ରୁ ସମୂହ ଛୁଟି ରେ ଅଛନ୍ତି. ପ୍ରାୟ ଆଜି ପର୍ଯ୍ୟନ୍ତ ସମସ୍ତ ସ୍ପେଶାଲୟିକ ପ୍ରାଣୀ ଚିକିତ୍ସା ସଂପୂର୍ଣ ଭାବରେ ବନ୍ଦ ହୋଇଯାଇଛି. ଫଳରେ ଗୋ ସମ୍ପଦ କ୍ଷେତ୍ରରେ ବିଶେଷ ବିପୁଳ କ୍ଷତି ଘଟୁଛି, ବୀମା ଭୁକ୍ତ ଗୋସମ୍ପଦ ମୃତ୍ୟୁ ର ବ୍ୟବଚ୍ଛେଦ ହୋଇ ନପାରିବା,ବ୍ୟବଚ୍ଛେଦ ରିପୋର୍ଟ ନମିଳିବାରୁ ରାଜ୍ୟ ପ୍ରାୟୋଜିତ ଯୋଜନା ଏବଂଏ ମ୍ପ୍ଲେ୍ୟୁୱାର ଯୋଜନା ଅଧୀନରେ ରିହାତି ଅର୍ଥ ପ୍ରଦାନ ସମ୍ପୂର୍ଣ ଠପ ହୋଇଯାଇଛି. ଅନ୍ୟ ପକ୍ଷରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ନକଲି ଚିକିତ୍ସକ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ଘଟି ପ୍ରାଣୀ ଚିକିତ୍ସା ରେ ଅପୂରଣୀୟ କ୍ଷତି ଘଟୁଛି, ଗୋଲାମୁଣ୍ଡା, ରେ ଭବାନୀପାଟଣା ରେ ଅନେକ ଗାଇ ଗୋରୁ, ଛେଳି ମେଣ୍ଢା, କୁକୁଡ଼ା, ଘୁଷୁରୀ ଇତ୍ୟାଦି ପ୍ରାଣୀ ସମ୍ପଦ ମୃତ୍ୟୁ ହୋଇଥିଲା ଜଣାଯାଏ, ଇତି ମଧ୍ୟରେ ବହୁ ପ୍ରାଣୀ ଡିସ୍ପେଶାରୀ, ଏବଂ ପ୍ରାଣୀ ଚିକିତ୍ସାଳୟ ପ୍ରାଣୀ ଧନ ନିରୀକ୍ଷଣ ଙ୍କ ସହାୟତା ରେ ପରିଚାଳିତ ଙ୍କ ହେଉଛି, ଯେଉଁଠାରେ ପ୍ରାଣୀ ଚିକିତ୍ସକ ଙ୍କ ତତ୍ତାବଧାନ ମିଳୁନାହିଁ. ଏହା ଭାରତ ର ପ୍ରାଣୀ ଚିକିତ୍ସା ପରିଷଦ ର ଆଇନ ଓ ନିୟମ କୁ ସଂପୂର୍ଣ ବିରୁଦ୍ଧଚାରଣ କରୁଛି, ରାଜ୍ୟର ପ୍ରାଣୀ ଚିକିତ୍ସକ ଙ୍କ ର ଦାବି ମଧ୍ୟରେ ବିଭାଗ ରୂପାନ୍ତରଣଅନ୍ୟତମ ପ୍ରମୁଖ ଦାବି ରହିଛି. ଯେଉଁଥିରେ 24ଘଣ୍ଟିଆ ସେବା ଇଣ୍ଡୋର ଚିକିତ୍ସା, ବୃହତ ପ୍ରାଣୀଙ୍କୁ ଡାକ୍ତରଖାନା ପରିବହନ ନିମନ୍ତେ ଅମୁଲେନ୍ସ ସେବା, ସୁବିଧା, ବ୍ଲକ ଓ ଜିଲ୍ଲା ସ୍ତର ରେ ଉନ୍ନତ ରୋଗ ନିରୂପଣ ସୁବିଧା, ଚିକିତ୍ସା ନିମନ୍ତେ ବ୍ୟବହାରିକ ଦେୟ ସଂପୂର୍ଣ ଛାଡ଼ କରିବା. ଗରିବ ଚାଷୀ ଙ୍କ କ୍ଷେତ୍ରରେ ମାଗଣା ଔଷଧ ଉପଲବ୍ଧ କରାଇବା, ରାଜ୍ୟରେ ପ୍ରାଣୀ ଚିକିତ୍ସକ ମାନଙ୍କୁ ଚିକିତ୍ସକ ଅପେକ୍ଷା ସମ୍ପ୍ରତି ଅଧିକ ସମ୍ପ୍ରସାରଣ ଅଧିକାରୀ ଭାବରେ ବ୍ୟବହାର କରା ଯାଉଛି ଯାହା ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଭବିଷ୍ୟତ ପାଇଁ ଆଦୌ ଉତ୍ସାହ ପ୍ରଦ ନୁହେଁ ବୋଲି ଡ଼ା. ଅଶୋକ ଚନ୍ଦ୍ର ପଣ୍ଡା, (ଓ ଭି ଏସ ଏ )କଳାହାଣ୍ଡି ସଭାପତି ପ୍ରକାଶ କରିଥିଲେ. ସମ୍ପ୍ରତି ରାଜ୍ୟରେ 1300ଚିକିତ୍ସକ 1910ପ୍ରାଣୀ ଚିକିତ୍ସକ କାର୍ଯ୍ୟଭାର ବହନ କରୁଛନ୍ତି, ଅବଶିଷ୍ଟ ପଦ ଗୁଡିକ ଖାଲି ପଡିଛି, ସେହି ଭଳି 40%ସହାୟକ କର୍ମଚାରୀ ପଦ ଖାଲି ଥିବା ପ୍ରକାଶ., ଚିକିତ୍ସକ ମାନଙ୍କୁ ବିଶେଷ ଚାପ ପଡୁଥିବା ପ୍ରକାଶ, ଏପରି ସ୍ଥିତି ରେ ଡାକ୍ତର ମାନଙ୍କ ବିଭିନ୍ନ ଆର୍ଥିକ ସୁବିଧା ଏବଂ ପୋଦୋନ୍ନତି ଆଦି ଅନ୍ୟାନ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଭଳି ମିଳୁ ନାହିଁ.22-25ବର୍ଷ ଚାକିରୀ ପରେ ପରବର୍ତ୍ତୀ ସ୍କେଲକୁ ପୋଦୋନ୍ନତି ଦିଆଯାଉଛି, ଯାହା ସେମାନଙ୍କ ପାଇଁ ହତାଶ କରିଲା ଭଳି ହେଉଛି, ତେଣୁ ରାଜ୍ୟର ପ୍ରାଣୀ ଚିକିତ୍ସକ ମାନଙ୍କର ନ୍ୟା୍ୟୋ ଚିତ୍ତ କ୍ୟାଡର ପୁନର୍ଗଠନ ସହିତ କେନ୍ଦ୍ର ସରକାର ଙ୍କ ଭଳି ଡି ଏ ସି ପି ଏବଂ ଏ ନ୍ନି ଏ ସୁପାରିଶ ଗୁଡିକ କରାଯିବା ଉଚିତ ବୋଲି ଡ଼ା. ଅଶୋକ ପଣ୍ଡା ଏବଂ ଡ଼ା କେଦାରନାଥ ଖମାରି, ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଥିଲେ.ଏହି ପ୍ରାଣୀ ଚିକିତ୍ସକ ମାନଙ୍କ ସମସ୍ତ ଦାବିକୁ ଯଥାଶୀଘ୍ର ସରକାର ପୂରଣ କରିବାକୁ ଆଶାବାଦୀ ଥିବା ପ୍ରକାଶ, ଦେଖିବାର କଥା ଯେ ପ୍ରାଣୀ ଧନ ର ମଙ୍ଗଳ ସକାଶେ ସରକାର ଏହି ଡାକ୍ତର ମାନଙ୍କ ଦାବିକୁ ପୂରଣ କରିବେ ବୋଲି ଆଶା ଓ ବିଶ୍ୱାସ.

0
0
0
s2sdefault