ହେଡଲାଇନସ୍:

ଦୀପ୍ତି ରଞ୍ଜନ ନାୟକ ମେମୋରିଆଲ ରକ୍ତ ଦାନ ଶିବିର,  42 ୟୁନିଟ ରକ୍ତ ସଂଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ପାଇକମାଲ ବ୍ଲକ ର ଡୁଙ୍ଗରିପାଲି ଗ୍ରାମର ନାୟକ ପରିବାର ର ଉଦ୍ୟମ ରେ ଆଜିଡୁଙ୍ଗୁରିପାଲି ଗ୍ରାମର ହାଇ ସ୍କୁଲରେ ରେ ଏକ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ଗତ ବର୍ଷ ଆଜିର ଦିନରେ ନାୟକ ପରିବାର ନିଜର ଜଣେ ପ୍ରିୟ ଯୁବା ସଭ୍ୟ ଦୀପ୍ତି ରଞ୍ଜନ କୁ ହରାଇଥିଲା । ଯୁବକ ଦୀପ୍ତି ରଞ୍ଜନ ଅନେକ ପ୍ରକାରର ସାମାଜିକ କାର୍ଯରେ ନିଜକୁ ସବୁବେଳେ ନିୟୋଜିତ କରି ରଖୁଥିଲେ । ତାର ସମାଜସେବାକୁ ଆଉ ଏକ ପାଦ ଆଗେଇ ନେବା ପାଇଁ ଆଜି ସମସ୍ତ ନାୟକ ପରିବାର ଏହି ରକ୍ତ ଦାନ ଶିବିରକୁ ଆୟୋଜନ କରିଥିଲେ । ଉକ୍ତ ଶିବିର କୁ ପଇକମାଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଳତାଫ ମହମ୍ମଦ ଉଡଘାଟନ କରିବା ସହିତ ନିଜେ ମଧ୍ୟ ରକ୍ତ ଦାନ କରିଥିଲେ । ନାୟକ ପରିବାର ର 18 ଜଣଙ୍କୁ ମିଶାଇ ନାୟକ ପରିବାର ର ପାରିବାରିକ ବନ୍ଧୁ ମାନେ , ଦୀପ୍ତି ରଞ୍ଜନ ର ବନ୍ଧୁ ବର୍ଗ ,କିଛି ଗ୍ରାମବାସୀ ମିଶି ସମୁଦାୟ 42 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ରକ୍ତ ଭଣ୍ଡାରର ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ମହୁନ୍ତ ଓ ତାଙ୍କର ସହଯୋଗୀ ମାନେ ରକ୍ତ ସଂଗ୍ରହ କରିଥିଲେ । ନାୟକ ପରିବାର ର ଏହି ମହତ କାର୍ଯକୁ ସର୍ବସାଧାରଣ ରେ ଖୁବ ପ୍ରସଂଶା କରାଯାଉଛି ।

ଏହି ରକ୍ତଦାନ ଶିବିର ଅବସରରେ ରକ୍ତଦାନ କରିଥିବା ରକ୍ତଦାତା ମାନେ ହେଲେ ଶ୍ରୀମତୀ ଯଶୋବନ୍ତି ନାୟକ , ଶ୍ରୀମତୀ ହେମକାନ୍ତି ନାୟକ ,ଆଲୋକ ରଞ୍ଜନ ନାୟକ ଗୌତମ ସିଂ , ରାଜେଶ ନାୟକ , ଯଦୁମଣି ମିରଧା , ବିବେକ କୁମାର ସିଂ , ପ୍ରଦୀପ ମହାର , ସରୋଜ ତ୍ରିପାଠୀ , ଉପେନ୍ଦ୍ର ଭୋଇ , ସହଦେଵ ଧାରୁଆ , ଜୟରାମ ଗୌଡ଼ , ଉଗ୍ରସେନ ସାହୁ , ସଂକୀର୍ତ୍ତନ ପ୍ରଧାନ , ବିବେକ ମିଶ୍ର , ସୁକାନ୍ତ ବାଗ , ଜୟନ୍ତ ସାହୁ ,ରଞ୍ଜନ ବେହେରା ,ପ୍ରଶାନ୍ତ ପାତ୍ର , ବିଜୟ ନାୟକ , କମଳ ପଟେଲ ,ରୋହିତ ସିଂ , ନିଲେଶ ଅଗ୍ରବାଲ , ଅମିତ ଅଗ୍ରବାଲ ,ଦୀପକ କର , ସୁଜିତ ସେଠ , ଶଶାଙ୍କ ମିଶ୍ର , ଦିପେଶ ଯୋଶୀ , ଶ୍ୟାମଲଲ ଦାନସନା ,ଦିପେଶ ନାୟକ ,ମନ୍ତୋଷ ସିଂ , ନୀଳମାଧଵ ପାଣିଗ୍ରାହୀ , ବବଲୁ ନାୟକ ,ଅଜୟ ନାୟକ ,ରୂପେଶ ନାୟକ , ଲଷ୍ମୀ କଣ୍ଟା ପଣ୍ଡା , ଅଜିତ ନାୟକ , ଶ୍ୟାମ ନନ୍ଦ ,ଗୋପାଳ ସୋନି , ମହମ୍ମଦ ଇମତିଆଜ଼ , ମାନଶ ନାୟକ ପ୍ରମୁଖ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିଲେ।

0
0
0
s2sdefault