ହେଡଲାଇନସ୍:

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ବିକାଶରେ ରୂପାନ୍ତରଣ ଘଟିଛି –ଜଳ ସଂପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ସାହୁ

ଭବାନୀପାଟଣା(ରୋହିତ କୁମାର ନାଏକ)ଶାସକ ପ୍ରଶାସକ :ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ  ଜିଲ୍ଲାସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ଶୁକ୍ରବାର  ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ଜଳସମ୍ପଦ , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏଠାରେସକାଳେ ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମବେତ ପ୍ୟାରେଡର  ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ।ମୁଖ୍ୟଅତିଥି ନିଜ ବକ୍ତବ୍ୟରେ ଦେଶ ତଥା ଆମ ରାଜ୍ୟର ବିକାଶର ଅଗ୍ରଗତି ସହିତ ତାଳ ଦେଇ କଳାହାଣ୍ଡି ଜିଲ୍ଲାରେ କିପରି କୃଷି,ଜଳସେଚନ, ସ୍ଵାସ୍ଥ୍ୟ,ଗମନାଗମନ ଓ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ବିକାଶରୂପାନ୍ତରଣ ଘଟିଛି , ସେ  ସମ୍ପର୍କରେ କହିବା  ସହ ରାଜ୍ୟ ସରକାର ସବୁବେଳେ ଜିଲ୍ଳାକୁ ସମସ୍ତ କ୍ଷେତ୍ରରେ ପ୍ରାଧାନ୍ୟ ଦେଉଥିବା ପ୍ରକାଶ କରିଥିଲେ । ପତାକା ମଞ୍ଚରେ ମୁଖ୍ୟ ଅତିଥିଙ୍କ ସହ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି.  ଉପସ୍ଥିତ ଥିଲେ ।
ଅନୁଷ୍ଠିତ ପରେଡରେ ମୋଟ ୪୨ ଟି ଶିକ୍ଷାନୁଷ୍ଠନ ଓ ପୋଲିସ ପ୍ଲାଟୁନ୍  ସହ ଶାରୀରିକ କ୍ରୀଡା କୌଶଳରେ ୩ ଟି ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ଠାରୁ ପରେଡ୍  ପ୍ରତିଯୋଗିତାର  ବିଜୟୀ ଦଳ ରନିଂ ସିଲ୍ଡ ଓ କପ୍ ଗ୍ରହଣ କରିଥିଲେ। ସିନିଅର ଏନ୍ ସି ସି ରେ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ (ଆର୍ମି ୱିଙ୍ଗ୍), ଜୁନିଅର ଏନ୍ ସି ସି ରେ କେନ୍ଦ୍ରୀୟ ବିଦ୍ୟାଳୟ ( ନାଭାଲ ୱିଙ୍ଗ୍), ସ୍କାଉଟରେ  ମାଣିକେଶ୍ୱରୀ ହାଇସ୍କୁଲ, ଗାଇଡ ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଜୁନିଅର ରେଡକ୍ରସ ରେ ବିକାଶ ଆବାସିକ ସ୍କୁଲ, ସିନିୟର୍ ସିଭିଲିଆନ୍ ରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର,ଜୁନିଅର ସିଭିଲିଆନ୍ ରେ ଶାସ୍ତ୍ରୀଜୀ ଶିକ୍ଷା ନିକେତନ , ଶ୍ରେଷ୍ଠ  ପ୍ଲାଟୁନ ସିନିୟର୍ କମାଣ୍ଡର ରେ ମା ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ (ନାଭାଲ ୱିଙ୍ଗ ), ଶ୍ରେଷ୍ଠ  ଲିଟିଲ୍ କମାଣ୍ଡର ବିମଳା କନଭେଣ୍ଟ ସ୍କୁଲ ଜୁନିଅର  ସିଭି ଲଆନ୍ ଏବଂ ସାମୁହିକ ଡ୍ରିଲ ରେ ଶାସ୍ତ୍ରୀଜୀ ଶିକ୍ଷାନିକେତନ ପ୍ରଥମ, ହାଇଟେକ୍ ପବ୍ଲିକ ସ୍କୁଲ ଦ୍ଵିତୀୟ ଏବଂ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ତୃତୀୟ ପୁରସ୍କାର ଲାଭ କରିଥିଲେ। ପରେଡ ବିଚାରକ ଭାବେ ଶ୍ରୀ ଅଜୟ ମିଶ୍ର,ଶ୍ରୀ ଦୁର୍ଗା ଚରଣ ମିଶ୍ର ଏବଂ ଇନ୍ସପେକ୍ଟର ମଦନ ସିଂ ( ସି ଆର୍ ପି ଏଫ୍) ଉପସ୍ଥିତ ଥିଲେ।ଏହି ଉପଲକ୍ଷେ  ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି  ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ ।

ଏହି ଅବସରରେ ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଦ୍ଵାରା ରାମଧୂନ୍ ପରିବେଷଣ , ସକାଳେ ସହରର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଙ୍କ ଠାରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଭାତ ଫେରି ଏବଂ ସହରର ସମସ୍ତ ସରକାରୀ ଓ ବେସକାରୀ ଅନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।
ପଡିଆ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଅଣ ଗେଜେଟେଡ୍ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବାସହ ଜୟ ପ୍ରକାଶ ନାରାୟଣ ସେବା ଅନୁଷ୍ଠାନ ଓ ସେବା ଅନୁଷ୍ଠାନ ତରଫରୁ ଡାକ୍ତରଖାନାର ଶିଶୁ ୱାର୍ଡ ଓ ସର୍ଜରୀ ୱାର୍ଡରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ଏହି ପରିପ୍ରେକ୍ଷୀରେ ରେଡକ୍ରସ ଦିବ୍ୟାଙ୍ଗ ବିଦ୍ୟାଳୟ,ଶିଶୁ ଭାରତୀ ଅନଥାଶ୍ରମ ,ଜିଲ୍ଲା କାରାଗାର, ପର୍ଯ୍ୟବେକ୍ଷଣ ଗୃହର ଅନ୍ତେବାସୀମାନଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ।ଅପରାହ୍ନରେ ରେଡକ୍ରସ ଦିବ୍ୟାଙ୍ଗ ଛାତ୍ର ମାନଙ୍କ ମଧ୍ୟରେ ଲାଲ୍ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ପରିସରରେ ଏକ ପ୍ରଦର୍ଶନୀ ଭଲିବଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେଟାଉନ ହଲ ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ, ସମ୍ମାନିତ ଅତିଥି ରୂପେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ଉପ ଜିଲ୍ଲାପାଳ ଭବାନୀପାଟଣା ଡ. ବିଶ୍ୱଜିତ ଦାସ, ଡି ଡି ପ୍ଲାନିଂ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ମଞ୍ଚ ସଂଚାଳନ ଶ୍ରୀ ବିରଞ୍ଚି ମୁଣ୍ଡ କରିଥିଲେ । ପରେଡ୍ ପଡିଆ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ,ବିଭାଗୀୟ ଅଧିକାରୀ,ଜନ ପ୍ରତିନିଧି,ଶିକ୍ଷାନୁଷ୍ଠାନ କର୍ମକର୍ତ୍ତା, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।ପ୍ୟାରେଡ ପଡିଆ ଓ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ପରିଚାଳନା କରିଥିଲେ । ପରେଡ ପଡ଼ିଆର କାର୍ଯ୍ୟକ୍ରମକୁ ହେମନ୍ତ ମୁଣ୍ଡ ସଞ୍ଚାଳନ କରିଥିବା ବେଳେ ଏନ୍ ସି ସି ଅଧିକାରୀ ରବି କାନୁନଗୋ, ଶିକ୍ଷକ ଶୁଭେନ୍ଦୁ ଶେଖର ବେହେରା, ପି ଇ ଶିକ୍ଷକ ସଞ୍ଜୟ ମିଶ୍ର ଏବଂ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।

 

0
0
0
s2sdefault