ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼.ଭାରତୀ ପାଣିଗ୍ରାହୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଛାତ୍ରୀ ତଥା ସମସ୍ତ କର୍ମକର୍ତ୍ତାଙ୍କ ଦ୍ବାରା ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା। ଏହା ପରେ ଉପସ୍ଥିତ ଥିବା ଛାତ୍ରୀ ତଥା ସମସ୍ତ କର୍ମକର୍ତ୍ତାଙ୍କୁ ଏହି ସାଧାରଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜ୍ଞାପନ କରିବା ସହ ଏହାର ଗୁରୁତ୍ବ ସଂପର୍କରେ ଡ଼. ପାଣିଗ୍ରାହୀ ଆଲୋକପାତ କରିଥିଲେ।
ଯେପରିକି ସ୍ଵାଧୀନତା ହାସଲ କରିବା ପରେ ଭାରତ ଦେଶକୁ ଏକ ସାର୍ବଭୌମ-ଗଣତାନ୍ତ୍ରିକ-ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବା ପାଇଁ ଆମର ଦିବଂଗତ ଜନନାୟକ ମାନେ କିଭଳି ତ୍ୟାଗ ଓ ଆତ୍ମସଂଜମ ପ୍ରଦାନ କରି ବିଶ୍ବର ଅନ୍ୟତମ ବୃହତ୍ତମ ସମ୍ବିଧାନ ଗଠନ କରିଥିଲେ। ସେହିଭଳି ଆମ ଭାରତ ଦେଶ ବିଦେଶୀ ଶାସନରୁ ମୁକ୍ତ ହେବା ପରେ ଏକ ଶକ୍ତିଶାଳୀ , ଅର୍ଥନୈତିକ ସ୍ଵାବଲମ୍ବନତା ହାସଲ କରିବା ପାଇଁ କିଭଳି ଅହରହ ପ୍ରୟାସ କରୁଛି ଆଉ ଏଥି ପାଇଁ ଆଜିର ଯୁବପିଢି ମାନଙ୍କର ଅବଦାନ କେତେ ଗୁରୁତ୍ବପୂର୍ଣ୍ଣ ସେ ସଂପର୍କରେ ମଧ୍ୟ ବର୍ଣ୍ଣନା କରିବା ସହ ଜାତି , ଧର୍ମ , ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତ ନାଗରିକ ଯଦି ଭାରତୀୟତାର ଚିନ୍ତାଧାରାରେ ନିଜକୁ ସାମିଲ କରିବେ ତେବେ ହିଁ ଦେଶର ପ୍ରଗତି ସମ୍ଭବ ବୋଲି କହି ନିଜ ବକ୍ତବ୍ୟ ଶେଷ କରିଥିଲେ।
ସେହିପରି ''ନିୟତି'' ମାନସିକ ଅନଗ୍ରସ ବିଦ୍ୟାଳୟରେ ୭୫ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଓ କୋଷାଧ୍ୟକ୍ଷ , ଶ୍ରୀ ଲୋକନାଥ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଗଣତନ୍ତ୍ର ଦିବସ ଅବସରରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ,
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀ ସ୍ନେହଲତା ପାଣିଗ୍ରାହୀ , ଜୋସ୍ନା ଡାକୁଆ , ଶାଶ୍ଵତୀ ବେବର୍ତ୍ତା , ସୁନିତ୍ କୁମାର ଗମାଙ୍ଗ ଉପସ୍ଥିତ ଥିଲେ।
ସେହିପରି ସହରାଞ୍ଚଳ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ବିକାଶ ବିଦ୍ୟା ନିକେତନ ଆବାସିକ ବିଦ୍ୟାଳୟ ପରିସରରେ ୭୫ତମ ଜନରାଜ୍ୟ ଦିବସ ପାଳନ ହୋଇଯାଇଛି। ଭାରତର ତଥା ପୃଥିବୀର ଏକ ମାତ୍ର ସର୍ବ ବୃହତ୍ ଲିଖିତ ସମ୍ବିଧାନକୁ ପ୍ରତ୍ୟେକ ଭାରତୀୟ ସର୍ବଦା ସମ୍ମାନ ଦେବା ବାଞ୍ଛନୀୟ ବୋଲି ବକ୍ତା ମାନେ କହିଥିଲେ।
ଏଥିରେ ମୁଖ୍ୟ ଅତିଥିଭାବେ ଶିକ୍ଷାବିତ୍ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗଦାନ କରି ଥିଲାବେଳେ ବିକାଶ ଅନୁଷ୍ଠାନର ସମ୍ପାଦକ ତଥା ସଂସ୍ଥାପକ ଲାଲ ମୋହନ ଆଚରୀ ଅଧ୍ୟକ୍ଷ କୁରେଶ ତ୍ରୀପାଠୀ , ହଷ୍ଟେଲ ତତ୍ତ୍ୱାବଧାରକ ଶିବା ରାଓ କାର୍ଯ୍ୟକ୍ରମକୁ ପରିଚାଳିତ କରିଥଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , କର୍ମଚାରୀ ସହଯୋଗ କରିଥିଲେ। ଏହି ଅବସରରେ ପୁରସ୍କାର ବିତରଣ ଏବଂ ନୃତ୍ୟ ଗୀତ ଅନୁଷ୍ଠିତ ହୋଇଥିଲା।
ରାଜ୍ୟ
ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ
- Hits: 234







