ହେଡଲାଇନସ୍:

ଜାତୀୟ ଉଠା ଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ପକ୍ଷରୁ ସମ୍ମିଳନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଜାତୀୟ ଉଠା ଦୋକାନୀ ଦିବସ ଅବସରରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ଦ୍ଵାରା ଏକ କାର୍ଯ୍ୟକ୍ରମ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ ଅଫ୍ ଇଞ୍ଜିନିୟରସ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ 2000 ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିବା ବେଳେ ଅତିଥି ଭାବେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ(ବିଧାୟକ, ଉତ୍ତର ଭୁବନେଶ୍ଵର),ମେୟର( ଭୁବନେଶ୍ବର) ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ଅରୂପ ପଟ୍ଟନାୟକ,ଶ୍ରୀଯୁକ୍ତ ରୁଦ୍ର ନାରାୟଣ ସାମନ୍ତରାୟ, ଶ୍ରୀମତୀ ମଞ୍ଜୁଲତା କହଁର, ଶ୍ରୀଯୁକ୍ତ ଡି ଭି ରମଣା, ଶ୍ରୀମତୀ ସର୍ମିଲା ପଟ୍ଟନାୟକ,ଶ୍ରୀ ସୁବାଷ ପୁଷ୍ପାଳକ ଓ ଶ୍ରୀ ଅଜିତ ବେହେରା ଆଦି ଯୋଗ ଦେଇ ସଂଘର ବାର୍ଷିକ ପତ୍ରିକା "ବଞ୍ଚିବାର ଆଶା" କୁ ଉନ୍ମୋଚନ କରିଥିଲେ। ଏହାଛଡା ଏହି ଦିନକୁ ଏକ ନିଆରା ଉପାୟରେ ପାଳନ କରିବା ନିମନ୍ତେ ସଂଘର ସଦସ୍ୟ ମାନଙ୍କ ଦ୍ଵାରା ଏକ ପଦଯାତ୍ରା ର ଆୟୋଜନ କରାଯାଇଥିଲା ଯାହା ୟୁନିଟ୍ ୯ ସ୍ଥିତ ଡାଲେମା ହୋଟେଲ ଠାରୁ ଆରମ୍ଭ ହୋଇଥିଲା ଓ ସମାଜକୁ ଭାଇଚାରା ର ବାର୍ତ୍ତା ଦେଇଥିଲା। ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ଖାଦ୍ୟ ସମାଗ୍ରୀ ର ଷ୍ଟଲ୍ ଗୁଡିକ ଅତିଥି ଙ୍କୁ ଖୁବ୍ ଆକୃଷ୍ଟ କରିଥିଲା।
ମହାସଂଘ ସଭାପତି ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ, ଶ୍ରୀ ପ୍ରମୋଦ କୁମାର ମହାପାତ୍ର ଓ ଶ୍ରୀ ମନମୋହନ ପଣ୍ଡା ସମ୍ପୂର୍ଣ୍ଣ ଉତ୍ସବ ପରିଚାଳନା କରିଥିଲେ, ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ସ୍ଵାଇଁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ।ଏହାପରେ ମଞ୍ଚାସୀନ ଅତିଥି ବୃନ୍ଦ,ନିଜର ବ୍ୟବସାୟ ବୃଦ୍ଧି କରିବାର ଅନେକ ଉପାୟ ବ୍ୟବସାୟୀଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ପରାମର୍ଶ ମଧ୍ୟ ଦେଇଥିଲେ। ଉକ୍ତ ଉତ୍ସବରେ ଡି ଭି ରମଣା ସାରଙ୍କ ତରଫରୁ ଉଠା ବ୍ୟବସାୟୀଙ୍କ ସନ୍ତାନ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଏହାଛଡା କୃତି ବ୍ୟବସାୟୀ ମାନଙ୍କୁ ସମ୍ମାନିତ କରାଯିବା ସହ ଭୁବନେଶ୍ବର କୁ ଏକ ସ୍ଵଚ୍ଛ ସୁନ୍ଦର ସହର ଭାବେ ଗଢି ତୋଳିବାକୁ ସମସ୍ତେ ସଂକଳ୍ପ ନେଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ପ୍ରବିଣା ମହାପାତ୍ର, ଉପସଭାପତି ମାନସ କୁମାର ମିଶ୍ର, ଶିବ ସୁଆର, ଧୀରେନ୍ଦ୍ର କୁମାର ସ୍ଵାଇଁ, ସଂଗଠନ ସମ୍ପାଦକ ରାଜକିଶୋର ସାହୁ, ଦୀପାଞ୍ଜଳି ପାଣି ତଥା ସକ୍ରିୟ ସଦସ୍ଯ ନାରାୟଣ ସୁତାର, ଦୁର୍ଯ୍ୟୋଧନ ପାତ୍ର, ଉମାକାନ୍ତ ରାଉତ, କାଳନ୍ଦୀ ସ୍ଵାଇଁ ଆଦି ଯୋଗଦେଇଥିଲେ।

 

0
0
0
s2sdefault