ହେଡଲାଇନସ୍:

ପୁରେନା ଉଚ୍ଚ ବିଦ୍ୟାଳୟରେ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର:-ପୁରେନା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ଭାଷା , ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସଭାପତିତ୍ବ କରିଥିଲେ ସ୍କୁଲ୍ ର ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ। ପୁରେନା ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଡଲି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ଶ୍ରୀ ଭୂମନ୍ୟୁ ସାହୁ, ଶ୍ରୀ ରମେଶ ଚନ୍ଦ୍ର ବାରିକ, ଶ୍ରୀ ସଂଜୀବ ବେହେରା ଓ ଶ୍ରୀ ଆଭାସ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ। ନୂତନ ଭାବରେ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ଅଭିଳଷୀତ ଉପାଦାନ (ଏ. ସି ) ର ପ୍ରଦର୍ଶନୀରେ ଛାତ୍ର ଛାତ୍ରୀମାନେ ତାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ର ଉପଯୋଗ କରି ତିଆରି କରିଥିବା ପ୍ରକଳ୍ପ ଗୁଡ଼ିକୁ ପ୍ରଦର୍ଶିତ କରିଥିଲେ। ସାହିତ୍ୟ ସୃଜନୀର ଅନ୍ତର୍ଭୂକ୍ତ କଣ୍ଠ ସଙ୍ଗୀତ, ତର୍କ, ଝୋଟି ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ଶ୍ରେଷ୍ଠ ବିବେଚିତ ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଅଭିଭାବକ ତଥା ଗ୍ରାମବାସୀ ପ୍ରଦର୍ଶନୀ ଦେଖିବା ସହ ପ୍ରକଳ୍ପଗୁଡ଼ିକର ପ୍ରଶଂସା କରିଥଲେ। ଉଦଯାପନୀ ଉତ୍ସବରେ ପୂର୍ବ ତନ ଶିକ୍ଷକ ଶ୍ରୀ ଟିକେଲାଲ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ପ୍ରଦର୍ଶନୀ ଯୁଗପୋଯୋଗୀ ହେବା ସହ ଛାତ୍ର ଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶ ରେ ବିଶେଷ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି କୁ ଶିକ୍ଷକ ଶ୍ରୀ ପ୍ରମୋଦ ନାଥ ସଂଯୋଜନା କରିଥିବା ବେଳେ ଶ୍ରୀମତୀ ନନ୍ଦିନୀ ମିଶ୍ର,ଚନ୍ଦ୍ରଭାନୁ ବଡଗୁଛିଆ, ସୁରେଶ ପଟେଲ ଓ ଜୟୀ ଲାଲ ଗୁରୁ ସହଯୋଗ କରିଥିଲେ। ଶେଷରେ ଶ୍ରୀ ଲେଖ୍ରୁ ବାରିକ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault