ହେଡଲାଇନସ୍:

ବିଭିନ୍ନ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୯।୧(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧୀନସ୍ଥ ଝାଙ୍ଗୀରାମ ସରକାରୀ ଉଚ୍ଚ ବିଦ୍ୟାଳୟ, ଗୈାଡପୁଟରେ ଭାଷା,ସାହିତ୍ୟ ଓ ସୃଜନଶିଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ତପନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥିଭାବେ ସରପଞ୍ଚ ତ୍ରିନାଥ ନାୟକ, ସ୍କୁଲସଭାପତି ଆନନ୍ଦ ଚନ୍ଦ୍ର ବାରିକ, ପୂର୍ବତନ କ୍ରୀଡାଶିକ୍ଷକ ଜୟକୃଷ୍ଣ ଜେନା, ସଙ୍କୀର୍ତ୍ତନ ଗାୟକ ଭରତ ସାହୁ, ପାଲାଗାୟକ ଅକ୍ରୁର ବାରୀକ, ସିଆରସିସି ଚିତ୍ତରଞ୍ଜନ ମିଶ୍ର, ସାମ୍ବାଦିକ ସାରସ କୁମାର ମିଶ୍ର, ଗଣେଶ୍ୱର ସାହୁ ଯୋଗଦେଇଥିବା ବେଳେ ସଂସ୍କୃତ ଶିକ୍ଷକ ଫକିର ମୋହନ ମିଶ୍ର ସଂଯୋଜନା କରିଥିଲେ। ପରିଶେଷରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁରୂପ ଭାବେ କୁରାଳ ଆନନ୍ଦସାହୁ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଦାସ ତତ୍ବାବଧାନରେ ପରିଚାଳନାରେ ମଧ୍ଯ ଭାଷା ସାହିତ୍ୟ ଓ ସୃଜନ ଶିଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ରାହାସ ବିଦ୍ୟାପୀଠ ସାକେରୀ ଠାରେ ଶୁକ୍ରବାର ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ପାଳତ ହୋଇଯାଇଛି।ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପାୟଲ ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟବ୍ୟକ୍ତା ଭାବେ ସମିତିସଭ୍ୟା ମମତା ପ୍ରଧାନ ଓ ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ଅରକ୍ଷିତ ସାହୁ, ସୁବାଷଚନ୍ଦ୍ର ପ୍ରଧାନ, ଉମାଚରଣ ପ୍ରଧାନ ସାମ୍ବାଦିକ ଅଶୋକ ମହାପାତ୍ର, ସାରସ କୁମାର ମିଶ୍ର, ଗଣେଶ୍ୱର ସାହୁ, ଅର୍ଜୁନ ସାହୁ ପ୍ରମୁଖ ଉପସ୍ଥିତଥିଲେ। ଆକର୍ଷଣୀୟ ଯୋଜନା ମଧ୍ୟରେ ଏହି ଆକାଂକ୍ଷୀ କାର୍ଯ୍ୟକ୍ରମ ଚାଲିଛି । ଯାହା ଫଳରେ ପିଲାଙ୍କ ରୁଚି, ଆଗ୍ରହକୁ ଦୃଷ୍ଟିରେ ରଖି ପିଲାଙ୍କ ଦକ୍ଷତା ବୃଦ୍ଧି ସହିତ ଲୁକାୟିତ ପ୍ରତିଭାର ବିକାଶ ପାଇଁ ପ୍ରତ୍ୟେକ ବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ରାହାସ ବିଦ୍ୟାପୀଠ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ସମସ୍ତ କର୍ମଚାରୀଙ୍କ ସହଯୋଗରେ ସୁନ୍ଦର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

0
0
0
s2sdefault