କେନ୍ଦ୍ରାପଡା::(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ ବିଦୂତ ବିତରଣ କାର୍ଯ୍ୟାଳୟ ଭିତରେ ସିମେଣ୍ଟ ବସ୍ତା ରଖି ପ୍ରତିବାଦ କଲେ ବିଦୂତ ଉପଭୋକ୍ତା ! ସାମନ୍ନା କୁ ଆସିଛି ଏମିତି ଏକ ଦୃଶ୍ୟ । ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରେ ଥିବା ବିଦ୍ୟୁତ କାର୍ଯ୍ୟାଳୟରେ ! ସୂଚନା ମୁତାବକ ପ୍ରଭୁଦତ ପଣ୍ଡା ନାମକ ବ୍ୟକ୍ତି ରାତାଦିଆ ଆଞ୍ଚଳର ଜଣେ ବ୍ୟକ୍ତିଙ୍କ ଇଟା ଭାଟିକୁ ଲିଜ ସୂତ୍ରରେ ଆଣିଥିଲେ । ପୂର୍ବ ମାଲିକର ବାକି ଥିବା ଅର୍ଥରୁ 65 ହଜାର ଟଙ୍କା ଦାଖଲ କରି ବ୍ୟବସାୟ ଆରମ୍ଭ କରିଥିଲେ ! ହେଲେ ହଠାତ ଦିନେ 4 ଘଣ୍ଟିକା ସମୟରେ ବାକି ଅର୍ଥ ପରିଶୋଧ କରିବା ପାଇଁ ନୋଟିସ ଦେଇ ପରଦିନ ସକାଳୁ ଉପଭୋକ୍ତା ଙ୍କୁ ନଜଣାଇ ବିଦୂତ କାଟି ଦେଇଥିଲେ ! ବ୍ୟବସାୟୀ ଜଣଙ୍କ ଖବର ପାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବିଭିନ୍ନ ଆଳ ଦେଖାଇଥିଲେ ଏବଂ ବିଦୂତ ସଂଯୋଗ କରି ଦିଆଯିବ ହେଲେ ରାତିକୁ ରଙ୍ଗୀନ କରିବା ପାଇଁ ଝିଅ ଗୋଟେ ବ୍ୟବସ୍ଥା କର ବୋଲି କହିଥିଲେ ।ଏମିତି ଅଭିଯୋଗ ଆଣିଛନ୍ତି ଇଟା ବ୍ୟବସାୟୀ ପ୍ରଭୁଦତ୍ତ ପଣ୍ଡା ।କେବଳ ଏଠି ଖାଲି ଇଟା ବ୍ୟବସାୟୀ ନୁଁହନ୍ତି ବରଂ ବିଭିନ୍ନ ଗ୍ରାମରୁ ବିଭିନ୍ନ ବର୍ଗର ଉପଭୋକ୍ତା ଆଜି ବିଦୂତ ବିତରଣ ଜର୍ଯ୍ୟାଳୟ ସମୁଖରେ ଅଧିକାରୀଙ୍କୁ ପ୍ରଶ୍ନ ବାଣ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ! ଏପରି ବିଦୂତ ବିଭାଗର ଶୋଷଣରେ ଅଞ୍ଚଳବାସି ଅତିଷ୍ଟ ହୋଇପଡିଥିବା ମଧ୍ୟ ସ୍ପଷ୍ଟ ହୋଇଛି !
ଏନେଇ ଉକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ଆଳ ଦେଖାଇବା ସହ ଅଭିଯୋଗକାରୀଙ୍କ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଥିଲେ ।
ଅପରପଟେ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ସଦର ପୋଲିସ ପଂହଁଞ୍ଚି ତଦନ୍ତ ଜାରିରଖିଥିବା ଜଣା ପଡ଼ିଛି !
ରାଜ୍ୟ
ବେଆଇନ ଭାବେ ଇଟା ବ୍ୟବସାୟୀ ଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ ।
- Hits: 270







