ହେଡଲାଇନସ୍:

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଜନସାଧାରଣଙ୍କ ଉଦେଶ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  • ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମାହାଙ୍ଗା ବ୍ଲକ 4ଟି ଜୋନରେ ଆଡ଼ମ୍ବର ସହିତ ଉତ୍ସବ ପାଳିତ

(ମାହାଙ୍ଗା-ଶାସକ ପ୍ରଶାସକ ): ବୁଧବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି l ଯେଉଁଥିରେ ଦ୍ୱାଦଶ ଶତାବ୍ଦୀର ଜଗନ୍ନାଥ ମନ୍ଦିରର ପାରିପାର୍ଶ୍ୱରେ 75 ମିଟର ଐତିହ୍ୟ କରିଡର ନିର୍ମାଣ, କୋଠରୀ, ଶୌଚାଳୟ ଏବଂ 1.5 କିଲୋମିଟର ଲମ୍ବର ସେତୁ ଯାହା ଲୋକମାନଙ୍କୁ ମନ୍ଦିରର ନିକଟତର କରିବ, ପବିତ୍ର ସହରରେ ଭିଡ଼କୁ ଅତିକ୍ରମ କରି ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ସମ୍ଭବ ହୋଇପାରିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମହା ଆଡ଼ମ୍ବର ସହିତ ଏହି ଉତ୍ସବକୁ ପାଳନ କରାଯାଇଛି l

ମାହାଙ୍ଗା ବ୍ଲକ ଚାରିଗୋଟି ଜୋନରେ ଭବ୍ୟ ଅନୁଭୂତିର ସିଧା ପ୍ରସାରଣ କରାଯାଇଛି l ୩୯ନଂ ଜୋନର କୁଣ୍ଡି ଗ୍ରାମପଞ୍ଚାୟତ ଇସାଣେଶ୍ବର ମନ୍ଦିର ପ୍ରାଙ୍ଗଣ, ୪୦ନଂ ଜୋନର ଜଳେଶ୍ଵରପୁର ବଣୁଆ ମହାପୁରୁଷ ମନ୍ଦିର ପ୍ରାଙ୍ଗଣ, ୪୧ନଂ ଜୋନର ପୋଡାମରାଇ ଗ୍ରାମପଞ୍ଚାୟତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ, ୪୨ନଂ ଜୋନର ଭଦ୍ରେଶ୍ୱର ଗ୍ରାମପଞ୍ଚାୟତ ଭଦ୍ରେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ସିଧା ପ୍ରସାରଣ କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ l ବିଧାୟକ ପ୍ରତାପ ଜେନା ଙ୍କ ଆୟୋଜିତ କାର୍ଯ୍ୟକ୍ରମ ରେ ଯେଉଁଭଳି ଜନସମାଗମ ହୋଇଥିଲା ତାହା ସମଗ୍ର ମାହାଙ୍ଗା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ରେ ଆଲୋଡନ କରିଥିଲା l

Imageଏପରିକି ସମଗ୍ର ଅଞ୍ଚଳ ଜଗତର ନାଥ ଜଗନ୍ନାଥ ନାମ ଧ୍ଵନି ରେ ପ୍ରକମ୍ପିତ ହୋଇ ଉଠିଥିଲା l  ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି  ପ୍ରକାଶ କରିଥିଲେ କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ଉଚ୍ଚକୋଟିର କାର୍ଯ୍ୟ ପାଇଁ ସମଗ୍ର ବିଶ୍ୱ ଏବଂ ବିଶେଷ କରି ଓଡିଶାବାସୀ ଆଜି ଗର୍ବିତ l ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ଧର୍ମପତ୍ନୀ ଡେଜି ଜେନା, ବିଡ଼ିଓ ଅମୀୟ କୁମାର ପଣ୍ଡା,  ବ୍ଲକ ଅଧକ୍ଷା ଦୀପା ମଲିକ , ଉପାଧକ୍ଷ ସତ୍ୟନାରାୟଣ ମହାନ୍ତି , ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠି, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରିୟାଜୁଲ ହୋଦା, ସୁସ୍ମିତା ଦାସ,ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ସ୍ଥାନୀୟ ଅଞ୍ଚଳର ହଜାର ସଂଖ୍ୟାରେ ଜନସାଧାରଣ ଯୋଗଦାନ କରିଥିଲେ l ବିଶେଷ କରି ଭଜନ, ଓଡିଶୀ, ଲଉଡି, ଘଣ୍ଟ ଘଣ୍ଟା, ଶୁଭ ଶଙ୍ଖ ଧ୍ଵନିରେ ସମଗ୍ର ଅଞ୍ଚଳ ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହୋଇ ଉଠିଥିଲା l

Imageସମସ୍ତ ଭକ୍ତ ମାନଙ୍କୁ ପାଇଁ ସ୍ୱତନ୍ତ୍ର ଭାବେ ବିଧାୟକ ପ୍ରତାପ ଜେନା ଙ୍କ ନିର୍ଦେଶ କ୍ରମେ ମହାପ୍ରଭୁ ଙ୍କ ଅଭଡା ଅନ୍ନର ବ୍ୟବସ୍ଥା କରାଯାଇଥିଲା ଯାହାକୁ ପାଇ ଶ୍ରଦ୍ଧାଳୁ ଭକ୍ତ ମାନେ ପୁରୀ ଶ୍ରୀ ଜଗନ୍ନାଥଙ୍କ କୃପା ଭିକ୍ଷା ଏବଂ ଧନ୍ୟ ମନେ କରିଥିଲେ l

0
0
0
s2sdefault