ଇନ୍ଦ୍ରାବତୀ,୧୬ ୦୧ଅଶୋକ ସାହୁ, ଶାସକ ପ୍ରଶାସକ.ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ାରେ ଥିବା ଆ.ଗା.ପି ଶିଶୁଗୃହକୁ ଅଚାନକ ଗସ୍ତ କରିଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଅଧିକ୍ଷକ ଶ୍ରୀ ପୁରୁଷୋତ୍ତମ ଭୋଇ । ସେଠାରେ ପହଞ୍ଚିବା ପରେ ସ୍ଵଚ୍ଛତା ବୁଲି ଦେଖିବା ସହ ଛାତ୍ରାବାସରେ ରହୁଥୂବା ଅନ୍ତେବାସୀଙ୍କ ସହ ବହୁତ୍ ସୁନ୍ଦର ହସଖୁସିରେ ପିଲା ମାନଙ୍କ ସହିତ ଆଲୋଚନା କରିଥିଲେ । ଅନ୍ତେବାସୀ ଙ୍କ କିଛି ଅସୁବିଧା ଯେପରି ନହେବ ସେନେଇ ବିଶେଷ ଦୃଷ୍ଟି ଦେବା ପାଇଁ ଆଗାପେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ଶ୍ରୀ ଭୋଇ। ଅଧିକାରୀଙ୍କ ଗସ୍ତ ସମୟରେ ତାଙ୍କ ସହ ଖାତିଗୁଡ଼ା ଥାନା ଅଧୂକାରୀ ହରୀଶ ଚନ୍ଦ୍ର ଗୋଲରି ଏବଂ ଏ ଏସ୍ ଆଇ ବିନୟ କୁମାର ସାହୁ ଉପସ୍ଥିତ ଥିଲେ ।
ରାଜ୍ୟ
ଶିଶୁଗୃହକୁ ଅଚାନକ ପରିଦର୍ଶନ କଲେ ଅତରିକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ
- Hits: 244








