ଝାରବନ୍ଧ / ମନୋହର ଦାଶ- ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜ ର ଏକ ବୈଠକ ସଭାପତି ଝସକେତନ ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭା ରେ ପାଇକମାଲ ବ୍ଲକ ବ୍ରାହ୍ମଣ ସମାଜ ର ସମ୍ପାଦକ ସତନାରାୟଣ ଯୋଶୀ, ପଣ୍ଡିତ ଦେବରାଜ ପଣ୍ଡା, ରାଧେଶ୍ୟାମ ପଣ୍ଡା ପ୍ରମୁଖ ମଂଚାସୀନ ଥିଲେ l ବ୍ରାହ୍ମଣ ଏକତା ସହ ସଂଗଠନ କୁ କିପରି ଦୃଢ଼ କରାଯିବ ସେ ନେଇ ଆଲୋଚନା କରାଯାଇଥିଲା l ବୟୋଜେଷ୍ଠ ବ୍ରାହ୍ମଣ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଝାରବନ୍ଧ ବ୍ଲକ ର 14 ଟି ପଂଚାୟତ ରୁ ବିଭିନ୍ନ ଗ୍ରାମାଞ୍ଚଳ ରୁ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ I କାର୍ଯ୍ୟକାରୀ ସଭାପତି ଡା.ଲମ୍ବୋଦର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଆନନ୍ଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ଝାରବନ୍ଧ ଠାରେ ବ୍ରାହ୍ମଣ ସମାଜ ର ବୈଠକ
- Hits: 281







