ହେଡଲାଇନସ୍:

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ଉପଲକ୍ଷେ ଜଗତସିଂହପୁର ଠାରେ ପରିବେଷଣ ହେଲା ନାଟକ 'କ୍ଲାନ୍ତ ଗଜପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୭.୦୧.୨୦୨୪/ସୁମନ୍ତ କୁମାର ଦାସ:  ଆଜି ସନ୍ଧ୍ୟା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆର ପୁସ୍ତକ ମେଳା ମଞ୍ଚରେ ,ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ର ଶୁଭ ଉଦଘାଟନ ଉପଲକ୍ଷେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ଯରେ ,ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ଲୋକକବି ନାତ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ, ଜଗତସିଂହପୁର ଦ୍ୱାରା ଆୟୋଜିତ ନାଟକ 'କ୍ଲାନ୍ତ ଗଜପତି' ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସରକାରୀ ମୁଖ୍ଯ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜଗନ୍ନାଥ ସଂସ୍କୃତି ଉପରେ ଅଧାରିତ ଏହି ନାଟକ ଟିକୁ ଉପଭୋଗ କରିବା ସହ ଲୋକକବି ନାଟ୍ୟାଚାର୍ଯ୍ୟ ବାଳ କୃଷ୍ଣ ସ୍ମୃତି ପରିଷଦ ର କଳାକାର ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି କହିଲେ ଆଜି ହେଉଛି ଏକ ମହାନ ଦିବସ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଶୁଭ ଲୋକାର୍ପଣ ହୋଇଛି। ଏହି ଉପଲକ୍ଷେ ଜଗନ୍ନାଥ ସଂସ୍କୃତି କୁ ଆଧାର କରି ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦପକ୍ଷରୁ ନାଟକ ପରିବେଷଣ ହୋଇଛି। ଏହି ଅବସରରେ ସମସ୍ତ କଳାକାର ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଲୋକକବି ନାଟ୍ୟାଚାର୍ଯ୍ୟ ବାଳ କୃଷ୍ଣ ସ୍ମୃତି ପରିଷଦ ର କଳାକାର ମାନଙ୍କ ଦ୍ଵାରା ପରିବେଷିତ ଏହି ଜଗନ୍ନାଥ ସଂସ୍କୃତି ଧର୍ମୀ ନାଟକର ନାଟ୍ୟକାର ଥିଲେ ପରିଷଦ ର ଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର କୁମାର ଆଚାର୍ଯ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ଉତ୍କଳ ରଞ୍ଜନ ମହାନ୍ତି। ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ, ,ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ସାଂସ୍କୃତିକ ପରିଷଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ବିପ୍ଳବ ଚୌଧୁରୀ,ଲୋକକବି ନାଟ୍ୟାଚାର୍ଯ୍ୟ ବାଳକୃଷ୍ଣ ସ୍ମୃତି ପରିଷଦ ର କାର୍ଯ୍ୟକାରୀ ସଭାପତି ଶ୍ରୀ ହେମନ୍ତ ରଥ, ପରିଷଦ ର ସମ୍ପାଦକ ଶ୍ରୀ ଗୋପାଳ କୃଷ୍ଣ ମିଶ୍ର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଅବନୀ କାନ୍ତ ମହାରଣା, ଦେବର୍ଷି ମହାନ୍ତି, ପ୍ରଦୀପ୍ତ କିଶୋର ଚୌଧୁରୀ, ଲାଲା ସଂଗ୍ରାମ କେଶରୀ ରାୟ,ଗଣେଶ୍ୱର ମାଣିଆ, ସାରଦା ପ୍ରସାଦ ଦାସ, ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ର ମହାନ ସଂସ୍କୃତି ଉପରେ ଆଧାରିତ ଏହି ନାଟକ କୁ ଉପଭୋଗ କରିଥିଲେ।

0
0
0
s2sdefault