ହେଡଲାଇନସ୍:

 ଗୋପାଷ୍ଟମୀରେ ପୂଜିଲେ ଗୋମାତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ରାଧାକୃଷ୍ଣ ଗୋ-ସେବା ସମିତି ପକ୍ଷରୁ ଗୋପାଷ୍ଟମୀ ପାଳନ ଅବସରରେ ଝଗଡ଼ପାଢ଼ୀ ସଇପୁରସ୍ଥିତ ଗୋ-ଶାଳାର ତୃତୀୟ ବାର୍ଷିକ ପ୍ରତିଷ୍ଠା  ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଗ୍ରାମାବାସୀମାନେ ବିଶେଷ ରୀତିନୀତିରେ ସାମୂହିକ ଭାବେ ଗୋ-ମାତାଙ୍କୁ ପୂଜନ କରିଥିଲେ । ପରେ ଏକ ଯଜ୍ଞ ଅନୁଷ୍ଠିତ  ହୋଇଥିଲା । ରାଧାକୃଷ୍ଣ ଗୋ-ସେବା ସମିତିର ସଭାପତି ଦ୍ୱାରିକା ପ୍ରସାଦ ମୋର ଏହି ଯଜ୍ଞରେ ସଂକଳ୍ପ କରିବା ସହିତ ଗୋପାଷ୍ଟମୀ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ତେବେ  ସାମ୍ପ୍ରତିକ ସ୍ଥିତି ଦେଶୀଗାଈ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ । ଯଜ୍ଞ ପରେ ବନାରସରୁ ଆସିଥିବା ସନ୍ଥ ଶ୍ରୀ ଜଗଦୀଶ ସ୍ୱାମୀଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ପ୍ରାଚୀନ ଭାରତୀୟ ସଂସ୍କୃତିରେ ଗୋ-ସେବା, ଗୋ-ପାଳନ ଓ ଗୋ-ଭାତା ପୂଜନର ସାରତତ୍ତ୍ୱ ସମ୍ପର୍କରେ ସ୍ୱାମୀଜୀ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ସୁସ୍ଥ ଓ ନିରୋଗ ସମାଜ ପ୍ରତିଷ୍ଠା  ଠାରୁ ଆରମ୍ଭ କରି ବ୍ୟକ୍ତି ମାନସିକତାର ବିକାଶ କ୍ଷେତ୍ର ପ୍ରଭୃତି ପ୍ରତ୍ୟେକଟି ବିଷୟ ସହିତ ଗୋ-ସେବାର ସମ୍ପର୍କ ଅତି ନିବିଡ଼ ବୋଲି ସେ କହିଥିଲେ । ଭଜନ କୀର୍ତ୍ତନରେ ଯଜ୍ଞସ୍ଥଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ସମିତିର ସମ୍ପାଦକ ମିଠୁ ପୋଦାର, ମନୋଜ ଅଗ୍ରୱାଲ, ଡକ୍ଟର ସୁରେଶ ଅଗ୍ରୱାଲ, ନବ କିଶେର ସରାୱଗୀ, ପରମାନନ୍ଦ ସାହା, ଶ୍ୟାମସୁନ୍ଦର ମୋଦି ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

0
0
0
s2sdefault