ହେଡଲାଇନସ୍:

କଙ୍ଗୋରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଓଡିଶା ଆଣିବାରେ ଶ୍ରମ ବିଭାଗର ତତ୍ପରତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ଵର : କଙ୍ଗୋରେ ମୃତ ଓଡ଼ିଆ ଶ୍ରମିକଙ୍କ ଶବ ଓଡିଶା ଆଣିବାରେ ଶ୍ରମ ବିଭାଗର ତତ୍ପରତା ଦେଖାଇଛି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ | ସୁଦୂର ଆଫ୍ରିକା ମହାଦେଶ(କଙ୍ଗୋ)ରେ କାର୍ଯ୍ୟ କରିବାକୁ ଯାଇଥିବା ମାନପୂର୍ ଗ୍ରାମର ତଥା ଆଳି ବ୍ଲକ, କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ପ୍ରବାସୀ ଓଡ଼ିଆ ଶ୍ରମିକ ସ୍ଵର୍ଗତ ଦିବାକର ଜେନାଙ୍କ ସେଠାରେ ମୃତ୍ୟୁ ହୋଇଥିଲା | ତାଙ୍କ ମର ଶରୀର କେମିତି ଓଡ଼ିଶାରେ ଆସି ପହଂଚିବ ସେଥିପାଇଁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ କରାଯାଇଥିବା ଉଦ୍ୟମ ଶେଷରେ ସଫଳ ହେଇଛି | ମୃତ ଦିବାକରଙ୍କ କଙ୍ଗୋରୁ ମରଶରୀରକୁ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ଵରକୁ ଅଣାଯାଇ,ଜିଲ୍ଲା ଶ୍ରମ ବିଭାଗ ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ାର ଅଧିକାରୀମାନଙ୍କ ଉପସ୍ଥିତିରେ ବିମାନ ବନ୍ଦର ଅଧିକାରୀ ମୃତ ଶ୍ରମିକଙ୍କ ବଡବାପା ଶ୍ରୀ ଧ୍ରୁବ ଚରଣ ଜେନାଙ୍କୁ ହସ୍ତାନ୍ତର କରାଗଲା। ଏହି ପ୍ରକିୟାକୁ ଶ୍ରମ ସଚିବ ଏବଂ ଶ୍ରମ ଆୟୁକ୍ତ ସିଧlସଳଖ ତଦାରଖ କରିଥିଲେ।

0
0
0
s2sdefault