ଗୁଣପୁର ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହର ଆଜି ଚଳ ଚଞ୍ଚଳ । ଅଯୋଧ୍ୟା ରେ ଶ୍ରୀରାମ ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଅକ୍ଷତ,କର ପତ୍ର ଓ ନବ ନିର୍ମିତ ଶ୍ରୀରାମଲାଲା ଙ୍କ ମନ୍ଦିର ତୈଳଚିତ୍ରକୁ ଗୁଣପୁର ସହର ରେ ଘରେ ଘରେ ପହେଞ୍ଚବା ପାଇଁ ଜାନୁଆରୀ ମାସ ପହିଲା ରୁ ଆରମ୍ଭ ହୋଇଛି ଅଭିଯାନ । ଆଜି ଗୁଣପୁର ୱାର୍ଡ ନମ୍ୱର ଆଠ ରେ ଅକ୍ଷତ ବାଣ୍ଟି ଥିଲେ । ଅକ୍ଷତ ବାଣ୍ଟିବା ସମୟରେ, ବ୍ରାହ୍ମଣ ସାହିର ଭୈରବୀ ପ୍ରସାଦ ଦାଶ ଶ୍ରୀରାମ,ଆୟୁଷ ଦାଶ ଲକ୍ଷ୍ମଣ, ଗେମ୍ବାଲି ଦାର୍ବିକା ସୀତା ଏବଂ ବେଲାନା ଦୀପକ ହନୁମାନ ବେଶ ଧାରଣ କରି ଶୋଭାଯାତ୍ରା ରେ ଭାଗ ନେଇଥିବା ବେଳେ ଶ୍ରୀମତୀ ଗାୟତ୍ରୀ ଶତପଥୀ ଅକ୍ଷତ କଳଶ ଧରିଥିଲେ । ୱାର୍ଡ ନମ୍ୱର ଆଠ ର ସମସ୍ତ ଆବାଳ ବୃଦ୍ଧ ବନିତା ଏହି ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ନିଜ ୱାର୍ଡ ରେ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମ କୁ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ, ସୁବାଷ ଶତପଥୀ, ନୀଳମାଧବ ପାଢ଼ୀ ,ଭରତ ମହାରଣା, ନିଥିନ୍ ପୂଜାରୀ ଆଦି ପରିଚାଳନା କରିଥିଲେ ।









