ହେଡଲାଇନସ୍:

 ଗ୍ରାମ ରୋଜଗାର ସେବକମାନଙ୍କ ଦରମା ୨ହଜାର ଟଙ୍କା ବଢିବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କହିଲେ ମହାରଥୀ : ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନ କରିବା ପାଇଁ ସେମାନଙ୍କୁ ଉସକାଉଛନ୍ତି 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ଆନ୍ଦୋଳନରତ ଗ୍ରାମ ରୋଜଗାର ସେବକ

କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମରଙ୍କୁ ଦାବି ଅବଗତ କରାଇବାକୁ ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି

ଭୁୁବନେଶ୍ୱର - ରାଜ୍ୟରେ କାର୍ୟ୍ୟରତ ଥିବା ଗ୍ରାମ ରୋଜଗାର ସେବକ (ଜିଆରଏସ୍)ମାନଙ୍କର ପାରିଶ୍ରମିକ ୨ହଜାର ଟଙ୍କା ବୃଦ୍ଧି କରାଯିବ ବୋଲି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଘୋଷଣା କରିଛନ୍ତି । ସେମାନେ ଏବେ ମାସିକ ୫ହଜାର ଟଙ୍କା ପାରିଶ୍ରମିକ ପାଉଛନ୍ତି । ଘୋଷଣା କାର୍ୟ୍ୟକାରୀ ହେଲେ ସେମାନେ ୭ହଜାର ଟଙ୍କା ପାଇବେ । ଏହା ବାଦ୍ ଆର୍ଥିକ ପ୍ରୋତ୍ସାହନ ବାବଦରେ ୧ ହଜାର ଟଙ୍କାରୁ ଅଧିକ ଦିଆଯିବ ।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଦୋଳନ କରିବା ପାଇଁ ସେମାନଙ୍କୁ ଉସକାଉଛନ୍ତି ବୋଲି ଶ୍ରୀ ମହାରଥୀ ଅଭିଯୋଗ କରିଛନ୍ତି । ସେମାନଙ୍କର ଚାକିରୀ ସ୍ଥାୟୀ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ କୁହନ୍ତୁ , ମୁଁ ତାଙ୍କ ସହିତ ଯିବି ବୋଲି ସେ କହିଛନ୍ତି । ଶନିବାର ଗ୍ରାମ ସେବକ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ ଯେ ୫ ଦଫା ଦାବି ନେଇ ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘ ପକ୍ଷରୁ ଗତକାଲି ଲୋୟର ପିଏମ୍ ଜି ଠାରେ ଧାରଣା ଦିଆଯାଇଥିଲା । ସଂଘ ପକ୍ଷରୁ ଏକ ର୍ୟାଲି ବାହାରିଥିବା ବେଳେ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଯାଇ ଲାଠି ଚାର୍ଜ କରିଥିଲା । ଏଥିରେ ୨୦ରୁ ଉଦ୍ଧ୍ୱର୍ ଆନ୍ଦୋଳନକାରୀ ଆହତ ହୋଇଥିଲେ ।

ଅନ୍ୟପକ୍ଷରେ  ଆନ୍ଦୋଳନରତ ଗ୍ରାମ ରୋଜଗାର ସେବକ ମାନଙ୍କ ଦାବିକୁ ସମର୍ଥନ ଜଣାଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିବାକୁ ବିଜେପି କାର୍ୟ୍ୟାଳୟ ଆସିଥିବା ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ଶତାଧିକ ସଦସ୍ୟ ମାନଙ୍କୁ ଗାଁ ସ୍ତରରେ ସରକାରୀ ଯୋଜନାର ସୁଫଳ ପହଂଚାଇବାରେ ଗୁରୁତ୍ୱପୂର୍ଣ ଭୂମିକାକୁ ଶ୍ରୀ ପ୍ରଧାନ ଭୂୟସୀ ପ୍ରଶଂସା କରିଥିଲେ ।

ଶ୍ରୀ ପ୍ରଧାନ ଆନ୍ଦୋଳନରତ ଗ୍ରାମ ସେବକ ମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ ଯେ ସେ ଓଡିଶାର ଗ୍ରାମ ରୋଜଗାର ସେବକ ମାନଙ୍କର ଦାବି ସମ୍ବନ୍ଧରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମରଙ୍କ ପାଖରେ ପହଂଚାଇବା ସହ ସେମାନଙ୍କ ଦାବି ସପକ୍ଷରେ ମତ ରଖିବେ । ଓଡିଶାରେ ଗ୍ରାମାଂଚଳରେ ୧୧ଟି ବିଭିନ୍ନ ସେବା ପ୍ରଦାନରେ ଗୁରୁତ୍ୱପୂର୍ଣ ଭୂମିକା ରଖୁଥିବା ଓ ସରକାରୀ ବ୍ୟବସ୍ଥାରେ କାମ କରୁଥିବା ଏହି ଓଡିଆ ପିଲା ମାନଙ୍କର ପ୍ରଜାତାନ୍ତ୍ରିକ ପ୍ରତିବାଦ କରିବାର ଅଧିକାରକୁ ଛଡାଇ ନେବା ଗଣତନ୍ତ୍ର ବିରୋଧୀ ।

ଦାବି ଜଣାଇ ପ୍ରଜାତାନ୍ତ୍ରିକ ପ୍ରତିବାଦ କରିବାକୁ ଆସିଥିବା ଗ୍ରାମ ରୋଜଗାର ସେବକ ମାନଙ୍କୁ ପୋଲିସ ଲଗାଇ ଆକ୍ରମଣ କରିବା, ଝିଅ ମାନଙ୍କ ଦେହରେ ପୁୁରୁଷ ପୋଲିସ ହାତ ଦେବା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଧାରଣାରେ ବସିବା ପାଇଁ ପୋଲିସ ଅନୁମତି ଦେଉ ନ ଥିବାରୁ ବିଜେପି ତରଫରୁ ଗ୍ରାମ ସେବକ ମାନଙ୍କୁ ପୋଲିସ ନିୟମ ଅନୁସାରେ ଅନୁମତି ଓ ସ୍ଥାନ ଯୋଗାଇ ଦେବା ପାଇଁ ପ୍ରତିନିଧି ମଣ୍ଡଳ ସାକ୍ଷାତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ବିତର୍କ ପାଇଁ ତାଙ୍କୁ ଆହ୍ୱାନ ଦେବା ପୂର୍ବରୁ ନିଜ ମୁଣ୍ଡକୁ ପ୍ରଥମେ ଦାୟିତ୍ୱ ନିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ପିପିଲି ଯାଇ ସେ ବିତର୍କ କରିବାକୁ ରାଜି ଅଛନ୍ତି, ମାତ୍ର ତାଙ୍କର ମୁଖିଆଙ୍କୁ ଓଡିଆ ଭାଷାରେ ବିତର୍କ କରିବାକୁ ପ୍ରଥମେ ରାଜି କରାନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି । 

 

 

0
0
0
s2sdefault