ହେଡଲାଇନସ୍:

ପ୍ରକୃତି ପ୍ରେମୀ ଶିକ୍ଷକ ଦ୍ଵିତୀକୃଷ୍ଣ ପାଇଲେ ପ୍ରାଇଡ୍ ଅଫ୍ ଓଡିଶା ଆଓ୍ଵାର୍ଡ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା): ଆଜି ୱ।ରଲ୍ଡ ଚାରିଟି ଉଏଲ୍ ଫେର୍ ଫାଉଣ୍ଡେସନ ଦ୍ଵାରା ୱ। ରଲ୍ଡ ଚାରିଟି ଏୱ।ର୍ଡ ଉତ୍ସବ ଆୟୋଜିତ ହୋଇଥିଲା। ଓଡ଼ିଶାର ରାଜଧାନୀ ଭୁବନେଶ୍ଵରର ଜୟଦେବ ଭବନ ଠାରେ ଅନୁଷ୍ଠିତ ଏକ ରାଷ୍ଟ୍ରୀୟ ସ୍ତରୀୟ ଆଡ଼ମ୍ବରପୂର୍ଣ୍ଣ ଭବ୍ୟ ସମାରୋହରେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ସାଂସଦ କବି, ବକ୍ତା ତଥା ସୁଲେଖକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ଆୟୋଜିତ ଉତ୍ସବରେ ଉପସ୍ଥିତ ରହି ମୁଖ୍ୟ ଅତିଥି ମହୋଦୟ ସମାଜ ପ୍ରତି ଜନସାଧାରଣ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ପରାମର୍ଶ ଦେଇଥିଲେ।
ଏହି ଅବସରରେ ସମାଜ ପ୍ରତି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍ସର୍ଗୀକୃତ ସେବା କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରୀଯୁକ୍ତ ପାଟ୍ଟଶାଣୀ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମାନପତ୍ର, ଉପଢୌକନ, ମେଡାଲ ଓ ବେଡ୍ଜ ଦେଇ ସମ୍ମାନିତ କରିଥିଲେ ଏବଂ ସମାଜ ପାଇଁ ପୁରସ୍କାର ର ଆବଶ୍ୟକତା ଓ ଏହାର ସକାରାତ୍ମକ ପ୍ରଭାବ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ଆଜିର ଏହି ରାଷ୍ଟ୍ରୀୟ ସମାରୋହରେ ପ୍ରକୃତି ସୁରକ୍ଷା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଂଜାମ ଜିଲ୍ଲାର ଭଂଜନଗର ବ୍ଳକ୍ ଅନ୍ତର୍ଗତ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ତଥା ଗୋଷ୍ଟି ଶିକ୍ଷାଧିକାରୀ ଙ୍କ ଅଧୀନ ରେ ସିଆର୍ ସିସି ରୁପେ ଦାୟିତ୍ବ ନିର୍ବାହ କରିଥିଵା ଦ୍ଵିତୀକୃଷ୍ଣ ଲେଙ୍କାଙ୍କୁ ଏଜୁକେଶନ ବର୍ଗରେ, ପ୍ରାଇଡ୍ ଅଫ୍ ଓଡିଶା ( Pride of Odisha ) ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି।
ପ୍ରକାଶ ଥାଉକି ଦ୍ଵିତୀକୃଷ୍ଣ ଲେଙ୍କା ଜଣେ ବିଜ୍ଞାନ ଶିକ୍ଷକ ଏବଂ ବର୍ତ୍ତମାନ ସେ ଭଂଜନଗର ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଅଧୀନରେ ସିଆରସିସି ରୂପେ ଦାୟିତ୍ୱ ନିର୍ବାହ କରୁଛନ୍ତି । ନିଜର ପୂର୍ବ କର୍ତ୍ତବ୍ୟ ସ୍ଥଳୀ ବାଦଗଡ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ବୃକ୍ଷ ରୋପଣ, ପ୍ରକୃତି ସଂରକ୍ଷଣ, ବନ୍ୟପ୍ରାଣୀ ସୁରକ୍ଷା ଆନ୍ଦୋଳନରେ ଅଂଶଗ୍ରହଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ଵାରା ଆଗରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର, ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ପୁରସ୍କାର ଓ ଇଣ୍ଟରନେସନାଲ ଗ୍ରୀନ୍ ଆର୍ମି ଦ୍ଵାରା ଗ୍ରୀନ୍ କମାଣ୍ଡେଣ୍ଟ୍ ଆଓ୍ଵାର୍ଡରେ ସମ୍ମାନିତ ହୋଇଛନ୍ତି।
ସେହିପରି ଆଜିର ଉତ୍ସବରେ ବାଲୁକା ଶିଳ୍ପୀ ସୁଦର୍ଶନ ମହାରଣାଙ୍କୁ ଏବଂ ବିଭିନ୍ନ ଖେଳାଳି , କଳାକାର , ନୃତ୍ୟଶିଳ୍ପୀ, କବି , ଲେଖକ, ନାଟ୍ୟକାର ଓ ଅନ୍ୟାନ୍ୟ ବହୁ ସମାଜସେବୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

0
0
0
s2sdefault