ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ବ୍ଲକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବକ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା କୁ ଉଜ୍ଜୀବିତ କରିବାକୁ ପ୍ରୟାସ ଜାରି ରଖିଛନ୍ତି -ବିଧାୟକ ପ୍ରତାପ ଜେନା l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଳକ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସବ ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ କଲେଜ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପୂର୍ବରୁ ବ୍ଳକ ସ୍ତରରେ ଖେଳିବା ପାଇଁ ୧୭୦ଟି ଟିମ୍ ଅନଲାଇନ ମାଧ୍ୟମରେ ଆବେଦନ କରିଥିଲାବେଳେ ୬ଟି ଜୋନ୍ ଦ୍ବାରା ସମ୍ପୃକ୍ତ ଟିମ୍ ମାନଙ୍କୁ ନେଇ ହକି, ଫୁଟବଲ, ଭଲିବଲ, ଖୋ ଖୋ, କବାଡ଼ି ଆଦି ଖେଳ କରାଯାଇ ଚମ୍ପିୟନ୍ ଓ ଉପଚମ୍ପିୟନ ଦଳକୁ ଚୟନ କରାଯାଇଥିଲା l ବୁଧବାର ପୂର୍ବାହ୍ନରେ କ୍ରିକେଟ ପ୍ରତିଯୋଗିତାକୁ ବିଡ଼ିଓ ଧର୍ମରଂଜନନ ପଣ୍ଡା ଉଦ୍‌ଘାଟନ କରିଥିଲାବେଳେ ଏଥିରେ ତହସିଲଦାର ଦିଲ୍ଲୀପ କୁମାର ନାୟକ, ଆଇଆଇସି ଯୁଗଳକିଶୋର ଦାସ, ବ୍ଳକ ଅଧ୍ଯକ୍ଷା ରୋଜୀ ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ , ଅନିଲ ଭୁୟାଁ, ବ୍ରଜମୋହନ ପଣ୍ଡା, ଯୁବନେତା ମନୋଜ ସେଠୀ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଭୂପତିଭୂଷଣ ଷଣ୍ଢ, ଜସ୍ମିତା ସେଠୀ, ସରପଞ୍ଚ ହିମାଂଶୁନାରାୟଣ ମଲ୍ଲ, ଗୋପବନ୍ଧୁ ସେଠୀ, ଯୁବନେତା ଜ୍ଞାନରଞ୍ଜନ ରାଉତ, ପ୍ରମୋଦ ସ୍ୱାଇଁ, ପ୍ରିୟବ୍ରତ ସାହୁ ପ୍ରମୁଖ ଯୋଗଦେଇଥିଲେ l ଅପରାହ୍ନରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗ ଦେଇ ବିଭିନ୍ନ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳୀମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ତାଲିମ ଦେବା ନିମନ୍ତେ ବ୍ୟବସ୍ଥା କରାଯିବା ସହିତ ପଂଚାୟତ ସ୍ତରରେ ଖେଳର ଅଭ୍ୟାସ ପାଇଁ ଆବଶ୍ୟକ ହେଲେ ଅନୁଦାନ ଯୋଗାଇ ଦେବାକୁ ପ୍ରକାଶ କରିଥିଲେ ବିଧାୟକ ପ୍ରତାପ ଜେନା l

ଏହି ଅବସରରେ କ୍ରିକେଟରେ ଚମ୍ପିୟନ ହୋଇଥିବା ସାନ୍ତପୁର ବିବିସି ଟିମ୍,ଫୁଟବଲରେ ଚମ୍ପିୟନ ହୋଇଥିବା ନଗସପୁରର ଆଜାଦ୍ ହିନ୍ଦ୍ ଆଥଲେଟିକ୍ କ୍ଲବ, ଭଲି ବଲ ଓ ଖୋ ଖୋ ରେ ଚମ୍ପିୟନ ହୋଇଥିବା କେନ୍ଦୁପାଟଣା ଟିମ୍, କବାଡ଼ିରେ ଚମ୍ପିୟନ ହୋଇଥିବା ନତକାଇ ଫ୍ରିଡ଼ମ୍ ଫାଇଟର ଟିମ୍ ଏବଂ ମହିଳା କବାଡ଼ିରେ ଚମ୍ପିୟନ ହୋଇଥିବା ନିଶ୍ଚିନ୍ତକୋଇଲି କବାଡ଼ି କ୍ଲବକୁ ଟ୍ରଫି ସମେତ ନଗଦ ୨୦ହଜାର ଟଙ୍କା ଅର୍ଥରାଶି ଏବଂ ପ୍ରଥମ ରନର୍ସଅପ ଟିମକୁ ୧୫ହଜାର ଟଙ୍କା ଏବଂ ଦ୍ଵିତୀୟ ରସର୍ସଅପ ଦୁଇଟି ଲେଖାଏ ଟିମକୁ ୧୦ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଥିଲେ । ଉଦଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ପୌରହିତ୍ୟ ରେ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ମହାପାତ୍ର, ବିତ ଅଧିକାରୀ ସୌମ୍ୟନନ୍ଦନ ପଟ୍ଟନାୟକ, ଗ୍ରାମପଞ୍ଚାୟତ ଅଧିକାରୀ ବିଷ୍ଣୁଚରଣ ବେହେରା, ସହକାରୀ ଯନ୍ତ୍ରୀ ବିଭୁଦତ ରାଉତରାୟ, ଅନାମଚରଣ ବିଶ୍ଵାଳ,ବିଜୟ ସେଠୀ,ଏନବି ଦଳବେହେରା, ସମତା ଦେବତା,ପ୍ରିୟଦର୍ଶିନୀ ରାଉତ,ବନ୍ୟା ମହାନ୍ତି, ଲିଲିନା ନାୟକ, ମୁଖ୍ୟ କିରାଣୀ ଦିବ୍ୟଲୋଚନ ସାଇଁ, କ୍ୟାସିୟର ମହମ୍ମଦ ଜିଆ ଉଦ୍ଦିନ୍, ସିପି ତାପସତନୟ ପଟ୍ଟନାୟକ, ବିଆରସି ପ୍ରଦୀପ୍ତ ମହାନ୍ତି ଙ୍କ ସମେତ ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ ସଭ୍ୟା ଏବଂ ଜନପ୍ରତିନିଧ‌ି ମାନେ ଉପସ୍ଥିତ ହୋଇଥିଲେ । ଶେଷରେ ବିଡ଼ିଓ ଧର୍ମରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault