ହେଡଲାଇନସ୍:

ନୃସିଂହନାଥ ମଠରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ପରାୟଣ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କରଣ ସାହିର ନୃସିଂହନାଥ ମନ୍ଦିର ପରିସରରେ (ସାନ ରାଧାକାନ୍ତ ମଠ ) ରେ ଶ୍ରୀମଦ୍ ଭାଗବତ ସପ୍ତାହ ମହାଯଜ୍ଞ ପରାୟଣ ସପ୍ତାହ ପାଳିତ ହୋଇଯାଇଛି।
ଏହି ଅବସରରେ ନୃସିଂହନାଥ ମଠ ମହନ୍ତ ମୋଦନ ଗୋପାଳ ଦାସଜୀ ମହାରାଜଙ୍କ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରାୟଣ କର୍ତ୍ତା ପୂର୍ଣ୍ଣଚନ୍ଦ୍ର ପଣ୍ଡା ଶ୍ରୀମଦ ଭଗବତ ଗୀତା ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମୋତ୍ସବ , ବାଲ୍ୟ ଲୀଳା , ରୁକୁଣି ହରଣ ଲୀଳା ଆଦି ପ୍ରସଙ୍ଗ ଉପରେ ପରାୟଣ କରିବା ସହ ଉପସ୍ଥିତ ଭକ୍ତଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ବ୍ୟଞ୍ଜନ ଦ୍ଵାଦଶୀ ଉପଲକ୍ଷେ ମଠରେ ୩୬ ପ୍ରକାରର ଭୋଗ ଲାଗି ହୋଇଥିଲା। କାର୍ଯ୍ୟକ୍ରମଟିକୁ ମଧୁସୂଦନ ଦାସ ବାବା , ପୂଜକ ନାରାୟଣ ପାଣି ପ୍ରମୁଖ ପରିଚାଳନା କରିଥିଲେ। କରଣ ସାହି ସ୍ଥିତ ଜୟ ମହାବୀର ସଂକୀର୍ତ୍ତନ ଦଳର ସଭାପତି ବିର କିଶୋର ପଟ୍ଟନାୟକଙ୍କ ଦ୍ଵାରା ଗୁରୁ ରମେଶଚନ୍ଦ୍ର ପଟ୍ଟନାୟକ , ରବି ନାରାୟଣ ଚୌଧୁରୀ ପ୍ରମୁଖଙ୍କ ଦ୍ଵାରା ମହାମନ୍ତ୍ର ନାମ ପରିବେଷଣ କରାଯାଇଥିଲା। ଏହି ଅବସରରେ ସହରର ବିଭିନ୍ନ ସାହିର ଅନେକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ।

0
0
0
s2sdefault