ହେଡଲାଇନସ୍:

ଗିରଧାଇ ବସ୍ତିରେ ବଡ଼ଦିନ ପାଳନ.....

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା, (ବସନ୍ତ କୁମାର ଜେନା): ବଡ଼ଦିନ ପାଳନ ଅବସରରେ ସମଗ୍ର ପୃଥିବୀ ଖୁସି ରେ ମସଗୁଲ ହେଉଥିବା ବେଳେ ହମିରପୁର ଗିରଧାଇ ବସ୍ତିରେ ମଧ୍ୟ ବଡଦିନ ଧୁମଧାମରେ ପାଳିତ ହୋଇଯାଇଛି। ଖ୍ରୀଷ୍ଟ କାଜଲ ଗାଗରାଇ ଏହି ଅବସରରେ ବାଇବେଲ ଓ ଯିଶୁ ଙ୍କ ବାଣୀର କିଛି ଅଂଶ ଉଦ୍ଧାର କରି ତାର ସାରମର୍ମ ଉପସ୍ଥିତ ଶ୍ରୋତାଙ୍କୁ ଶୁଣାଇ ଥିଲେ। ଏହା ସହ ପ୍ରାର୍ଥନା, ବାଇବେଲ ପାଠ, ପରମେଶ୍ବର ଙ୍କ ସ୍ତୁତି ଓ ଯିଶୁଙ୍କୁ ଆରାଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନା ସିଂ, ରଞ୍ଜିତ ରାଉତ,ମୁନୁ ଦେ, ସୁଶାନ୍ତ ସିଂ ଗାଗରାଇ, ଅଙ୍କିତା ଡୁଙ୍ଗଡୁଙ୍ଗ,ସୀତା ତନ୍ତୀ,ଜୁଲି ଲୋଙ୍ଗା, ମନୀଷା ମାର୍କିନ, ପ୍ରୀତି ତନ୍ତୀ,ବେରେନିକା କିଣ୍ଡୋ, ସ୍ୱାଗତିକା ମାଝୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

0
0
0
s2sdefault