ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ସେବା ସମାଜ ଆଶ୍ରମ ପରିସରରେ ବୀର ବାଲ ଦିବସ ପାଳନ କରାଯାଇଛିl ସେବା ସମାଜର ସଭାପତି ମାୟା ଶବର, ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ, ମୁଖ୍ୟ ବକ୍ତା ଅଧ୍ୟାପକ ଜବାହର ଚୌଧରୀ, ସେବାସମାଜର ସମ୍ପାଦିକା ରାଜେଶ୍ୱରୀ ଦଳାଇ ପ୍ରମୁଖ ମଞ୍ଚାସିନ ଥିଲେl ଗୋଭେର୍ନିଙ୍ଗ ବୋଡି ସଦସ୍ୟ ତଥା ଆଇନଜୀବୀ ଇନ୍ଦ୍ରାଖୀ ପ୍ରସାଦ ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ରାଜେଶ୍ୱରୀ ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେl ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ ନିଜ ଅଭିଭାଷଣରେ ଭାରତର ଶିକ୍ଷା ବ୍ୟବସ୍ଥାରେ ଦେଶ ପାଇଁ ପ୍ରକୃତରେ ବଳିଦାନ ଦେଇଥିବା ବିର ଯବାନଙ୍କ ଜୀବନି କିଭଳି ଲୋକଲୋଚନ କୁ ଅଣାଯିବ ସେଦିଗରେ ଦୃଷ୍ଟି ଦେବା ଦରକାର ବୋଲି ମତବ୍ୟକ୍ତ କରିଥିଲେl ମୁଖ୍ୟ ବକ୍ତା ଅଧ୍ୟାପକ ଶ୍ରୀ ଚୌଧୁରୀ ଗୁରୁ ଗୋବିନ୍ଦ ସିଂଙ୍କ 6 ଓ 9. ବର୍ଷର ପିଲାଙ୍କୁ ଇସଲାମ ଧର୍ମ ଗ୍ରହଣ ନକରିବାରୁ ମୋଗଲ ସମ୍ରାଟ ଔରାଞ୍ଜ ଦେଭ କିଭଳି ଅତି ନୃଶଂସ ଭାବେ ହତ୍ୟା କରିଥିଲେ ସେନେଇ ଉପସ୍ଥିତ ଥିବା ଛାତ୍ରୀଙ୍କୁ ଆଲୋକପାତ ଜରାଇଥିଲେl ବୀର ବାଲ ଦିବସ କାର୍ଯ୍ୟକ୍ରମ କୁ ଦୃଷ୍ଟି ରେ ରଖି ବିଭନ୍ନ ପ୍ରତିଯୋଗିତା କରାଯାଇଥିଲା ଏବଂ କୃତି ଛାତ୍ରୀଙ୍କୁ ଆମନ୍ତ୍ରିତ ଅତିଥିଙ୍କ ପୁରସ୍କୃତ କରାଯାଇଛିl








