ହେଡଲାଇନସ୍:

ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କ୍ରିଡା ଉତ୍ସବ ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ କ୍ରୀଡା ଉତ୍ସବ ଅଧ୍ୟକ୍ଷ ଡ଼ଃ ରଞ୍ଜନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଉଦଘାଟିତ ହେଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ୮ମ ବାଟାଲିୟନର ନିର୍ବାହୀ ଅଧିକାରୀ ହୃଷିକେଶ ରଥ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବି ମଞ୍ଚାସିନ ଥିଲେ। ନୋଡାଲ୍ ଅଫିସର ଡଃ. ପ୍ରଦ୍ୟୁମ୍ନ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। ବିରେନ୍ଦ୍ର ନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଖେଳ ଶିକ୍ଷକ ସନ୍ତୋଷ କୁମାର ପଲେଇ ସମେତ ହେମନ୍ତ କୁମାର ନାୟକ, ଦିଲ୍ଲୀପ କୁମାର ରେଡ୍ଡୀ,ରାଧାମୋହନ ଦାସ,ବିଶ୍ବନାଥ ଡାକୁଆ ଅଧ୍ୟାପକ ଏମ୍.ରାଜେଶ୍ବର ପୃଷ୍ଟି, ଭାଗିରଥ ପାଢୀ,ବିରଞ୍ଚି କୁମାର ଲେଙ୍କା,ଦିଲୀପ କୁମାର ରେଡି, ରାଧାମୋହନ ଦାସ, ଦୁଃଖିଶ୍ୟାମ ବେହେରା, ଶ୍ରୀମତି ତ୍ରୀପାଠୀ, ପ୍ରଦୀପ କୁମାର ଶତପଥୀ, ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ସହ ଶାରୀରିକ ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ଶ୍ରୀ ରଥ କ୍ରୀଡାଶୀଳା କୁ ଉଦଘାଟନ କରିଥିଲେ। ଶେଷରେ ବାଣିଜ୍ୟ ବିଭାଗର ମୁଖ୍ୟ ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault