ହେଡଲାଇନସ୍:

ବଡ଼ ବୋର୍ସିଂରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବ୍ଳକ୍ ବିଜେଡି଼ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ ବୋର୍ସିଂ ପଂଚାୟତ କାଳିଆଗୁଡ଼ା ଠାରେ ବିଜେଡ଼ିର 27 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି I ଆଜି ସକାଳ ଦଶ ଘଣ୍ଟା ତିରିଶି ମିନଟ୍ ସମୟରେ ପ୍ରାୟ ପଞ୍ଚାଶହରୁ ଊର୍ଦ୍ଧ୍ୱ ଯୁବକ ବିଜେଡ଼ି ବାନିୟାନ୍ ଏବଂ ବେଡ୍ଜ ପିନ୍ଧି ବଡ଼ ବୋର୍ସିଂ ପଂଚାୟତ କାର୍ଯ୍ୟାଳୟ ଠାରୁ ଏକ ଗଣଦୌଡ଼ ଶୋଭାଯାତ୍ରାରେ ଆସି ଉତ୍ସବ ସ୍ଥଳରେ ପହଞ୍ଚିଥିଲେ I ଏହି ଗଣଦୌଡ଼କୁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପତାକା ଦେଖାଇ ଆରମ୍ଭ କରିଥିଲେ I ଏହି ଅବସରରେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ପ୍ରଥମେ ବେଲଗୁଣ୍ଠା କଲ୍ୟାଣ ମଣ୍ଡପଠାରେ ଥିବା ବିଜୁ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ କାଳିଆଗୁଡା ସ୍କୁଲ ରେ ବୃକ୍ଷରୋପଣ କରିଥିଲେ Iବଡ଼ ବୋର୍ସିଂ ସରପଞ୍ଚ ତଥା ବ୍ଳକ୍ ବିଜେଡ଼ି ସଭାପତି ରାମେଶ୍ଵର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ନଗର ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ମହାପାତ୍ର, ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ, ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ସୋରଡ଼ା ନଗରପାଳ ଶିବରାମ ପଣ୍ଡା, ସୋରଡ଼ା ବ୍ଳକ୍ ଅଧ୍ୟକ୍ଷା ସାଇବାଣୀ ମଲ୍ଲିକ,ରାଜ୍ୟ ମହିଳା ସମ୍ପାଦିକା ସଂଘମିତ୍ରା ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, 47 ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, 48 ନମ୍ବର୍ ଯୋନ ଜିଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ, ସରପଞ୍ଚ ପ୍ରତିନିଧି ରବୀନ୍ଦ୍ର ଗୌଡ଼, ସୀମାଞ୍ଚଳ ବିଷୋୟୀ, ପଞ୍ଚାନନ ପ୍ରଧାନ, ଜ୍ୟୋତିରଞ୍ଜନ ନାୟକ,ସରପଞ୍ଚ ଜୟରାମ ନାୟକ,ସୁପ୍ରଭା ଗୌଡ଼, ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, ସମିତିସଭ୍ୟ ବିଭୂପାଦ ଜେନା,ସୁଧାଂଶୁ ଶେଖର ପୋଲେଇ,ସମିତିସଭ୍ୟା ତଥା ମହିଳା ବ୍ଳକ୍ ବିଜେଡ଼ି ସଭାପତି ମମତା ଭୋଳ, କାଉନସିଲର୍ ଭାସ୍କର ପାତ୍ର, ଦିବ୍ୟ ରଞ୍ଜନ ଦାଶ,ପ୍ରଦୀପ ସେଠୀ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ, ଯୁବନେତା ତୁଷାର ବିଷୋୟୀ, ଆସିକା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍ ନିର୍ଦ୍ଦେଶକ ସୁମନ୍ତ ବିଷୋୟୀ, ଆସିକା ଚିନି ଶିଳ୍ପ ସଭାପତି ରବୀନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ସୁବୁଦ୍ଧିଙ୍କ ସମେତ ସୋରଡ଼ା ଏବଂ ବେଲଗୁଣ୍ଠା ଏନ୍ଏସିର ବହୁ କାଉନସିଲର୍, ଉଭୟ ବ୍ଳକ୍ ର ସରପଞ୍ଚ,ସମିତିସଭ୍ୟ, ପଂଚାୟତ ସଭାପତି,ଜୋନ୍ ସଭାପତି ଏବଂ ବହୁ ବିଜେଡି଼ କର୍ମୀ ଯୋଗ ଦେଇଥିଲେ I ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସ୍ୱାଇଁ କିଛି ଅସହାୟଙ୍କୁ ଲୁଗା, କମ୍ବଳ ବଣ୍ଟନ କରିବା ସହ ଯୁବକମାନଙ୍କୁ କ୍ରୀଡ଼ା ସାମଗ୍ରୀ ବଣ୍ଟନ କରିଥିଲେ I ଆଜି ବଡ଼ବୋର୍ସିଂ ପଂଚାୟତର ବହୁ ଯୁବକ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲେ I ଏହି ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୌଣସି ବିକଳ୍ପ ନଥିବା ବେଳେ ନବୀନଙ୍କର ବିଭିନ୍ନ ଯୋଜନା ସମଗ୍ର ଭାରତବର୍ଷରେ ନବୀନଙ୍କୁ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ କରାଇଥିବା ଏବଂ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ I

0
0
0
s2sdefault