ହେଡଲାଇନସ୍:

ବେଲଗୁଣ୍ଠା ସରସ୍ଵତୀ ବିଦ୍ୟାଭବନର 27 ତମ ବାର୍ଷିକ କ୍ରୀଡ଼ା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ବିଦ୍ୟାଭବନର 27 ତମ ବାର୍ଷିକ କ୍ରୀଡ଼ା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I କ୍ରୀଡ଼ା ଉତ୍ସବର ଉଦଘାଟନୀ ଉତ୍ସବରେ ସାଇ ଆଇଟିଆଇ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବିଶିଷ୍ଟସମାଜସେବୀ ଯୁଧିଷ୍ଠିର ମହାରଣା ,ସମ୍ମାନୀତ ଅତିଥି ରୂପେ ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଯୁବ ସାମ୍ବାଦିକ ଶିବରାମ ଚୌଧୂରୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ I ସେହିପରି କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ବରିଷ୍ଠ ଶିକ୍ଷକ ତଥା ହାସ୍ୟ ଅଭିନେତା ଅଜିତ୍ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ କ୍ରୀଡ଼ା ଉତ୍ସବରେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଏହି ଅବସରରେ ପାଞ୍ଚୋଟି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଛାତ୍ର ଶୁଭ୍ରାଂଶୁ ଶେଖର ଗୌଡ଼ ଚାମ୍ପିୟନ୍ ରୂପେ ପୁରସ୍କୃତ ହୋଇଥିଲେ I ବରିଷ୍ଠ ଗୁରୁଜୀ ଶିବରାମ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ତ୍ରୀପାଠୀ ଆନୁଷଙ୍ଗିକ ବ୍ୟବସ୍ଥା କରିଥିଲେ I ଗୁରୁମାନଙ୍କଠାରୁ ଅମ୍ବିକା, ସୁମିତ୍ରା, ମାମାଜିନ୍,ଅଲିଭା, ଆଶା, ପ୍ରଭାସିନୀ,ମୀନା,ଗୁରୁଜୀ ପ୍ରମୋଦ, କୈଳାସ ଏବଂ ସରୋଜ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

0
0
0
s2sdefault