ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଓଡ଼ିଶାର ମହାମହିମ ରାଜ୍ଯପାଳ ଶ୍ରୀ ରଘୁବର ଦାସ ମହୋଦୟ ଆଜି ବରଗଡ଼ ଜିଲ୍ଲା ଗସ୍ତରେ ଆସି ପଦ୍ମପୁର ଉପଖଂଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମହାମହିମ ରାଜ୍ଯପାଳ ମେଲଛାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ଗସ୍ତ କରି ଅତ୍ଯାଧୁନିକ ଚିକିତ୍ସା ପଦ୍ଧତି ସମ୍ପନ୍ନ ବିଭିନ୍ନ ୟୁନିଟ୍ ବୁଲି ଦେଖିଖିଲେ । ଏହାପରେ ସେ ଆଶାକର୍ମୀ ମାନଂକ ସହ ଆଲୋଚନା କରି ତାଂକୁ ସୂଚାରୁ ରୁପେ ନିଜର ଦାୟିତ୍ବ ନିର୍ବାହ କରିବା ପାଇଁ ଉତ୍ସାହିତ କରିଥିଲେ ଓ ତାଂକର କର୍ତ୍ତବ୍ଯ ପରାୟଣତା ପାଇଁ ଉଚ୍ଚପ୍ରଶଂସା କରିଥିଲେ। ଏହା ପରେ ରାଜ୍ଯପାଳ ରୋଗୀ ମାନଂକ ସହ ତାଂକ ଚିକିତ୍ସା ସୁବିଧା ବିଷୟରେ ଆଲୋଚନା କରିଥିଲେ। ଏହାପରେ ସେ ସ୍ବାସ୍ଥ୍ଯ ବିଭାଗର ବିଭିନ୍ନ ଅଧିକାରୀ ମାନଂକ ସହ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ଯ ଜିଲ୍ଲା ଚିକିତ୍ସା ଅଧିକାରୀ, ବରଗଡ଼ ଡାକ୍ତର ଜିତେନ୍ଦ୍ର ମୋହନ ବେବର୍ତ୍ତା, ଉପଖଂଡ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ସେଠ୍, ଡାକ୍ତର ଆଦିତ୍ଯ ଭୋଇଂକ ସହ ଅନ୍ଯ ସମସ୍ତ ଅଧିକାରୀ ଓ ସମସ୍ତ ସ୍ବାସ୍ଥ୍ଯକର୍ମୀ ଉପସ୍ଥିତ ରହି ମହାମହିମ ରାଜ୍ଯପାଳଂକୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ ।ପରେ ବରିକେଲ ଗ୍ରାମକୁ ଗସ୍ତକରି ରାଜ୍ଯପାଳ ମହୋଦୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘରମାନ ବୁଲି ଦେଖିଥିଲେ । ହିତାଧିକାରୀ ମାନେ ଅନ୍ଯ ସମସ୍ତ ସରକାରୀ ସୁବିଧା ପାଉଛନ୍ତି ନା ନାହିଁ ସେ ବିଷୟରେ ମଧ୍ଯ ପଚାରି ବୁଝିଥିଲେ ।
ରାଜ୍ୟ
ମହାମହିମ ରାଜ୍ଯପାଳଂକ ପଦ୍ମପୁର ଗସ୍ତ
- Hits: 278








