କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: ଆଜି ବିଜୁ ଜନତା ଦଳର 27ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟର ପ୍ରତିଟି ଜିଲ୍ଲା ନିର୍ବାଚନମଣ୍ଡଳୀ ଓ ପଞ୍ଚାୟତସ୍ତରରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଦଳ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁସିଆପାଳ ପଂଚାୟତର ଲକ୍ଷ୍ମନଜୀଉ ମନ୍ଦିର ପରିସରରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଠାରେ ବିଜୁ ବାବୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି ।ଏହି କାର୍ଯ୍ୟକ୍ରମ ରେ ବା ଏହି ଉତ୍ସବରେ ବିଜେଡିର ଅନେକ କର୍ମୀ ଓ ବିଜେଡିର ଅନେକ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଛି । 1997 ମସିହା ଆଜିର ଦିନରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ପୁତ୍ର ଭାବେ ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନେଇଥିଲେ । ଏହି ଦଳ ଲଗାତାର 24 ବର୍ଷରୁ ଉର୍ଦ୍ଧ ହେଲା ରାଜ୍ୟରେ ଶାସନ କରି ଆସୁଛି ।ଏବଂ ଆଜି ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି ।
ରାଜ୍ୟ
ବିଜୁ ଜନତା ଦଳର 27 ତମ ପ୍ରତିଷ୍ଠା ଦିବସ ପାଳିତ ।
- Hits: 170








