ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଡିସେମ୍ବର ୨୬ ତାରିଖ ୨୦୨୩ ମଗଂଳ ବାର, ସେଥିରେ ଆଜିକା ଦିନରେ ୨୬ ପୁରୀ ୨୭ ବର୍ଷରେ ପାଦ ଦେଲା ଓଡ଼ିଶା ବିଜୁଜନତା ଦଳ। ଏହି ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଅନୁଷ୍ଠିତ ହୋଇଯାଇଛି ଏକ ଗଣଦୌଡ କାର୍ଯ୍ୟକ୍ରମ।
ବିଜେଡ଼ି ସୁପ୍ରିମୋ ଓଡ଼ିଶା ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶକ୍ରମେ ସମଗ୍ର ଓଡ଼ିଶା ର ପଞ୍ଚାୟତ ଠୁ ରାଜ୍ୟସ୍ତରୀୟ ଯାଏଁ ସବୁଠି ପାଳନ ହୋଇଛି ବିଜୁଜନତା ଦଳ ପ୍ରତିଷ୍ଟା ଦିବସ। ସେଇ ନିର୍ଦେଶ କ୍ରମେ ଭଞ୍ଜନଗର ସହରର ଥାନା ଛକ ପାଖରେ ଥିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପାଖରୁ ଏକ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଆନୁଷ୍ଠାନିକ ଭାବେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ, ବ୍ଳକ୍ ଅଧ୍ୟକ୍ଷ ଓ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ବହୁ ଲୋକପ୍ରିୟ ବ୍ୟକ୍ତି ଙ୍କ ସମେତ ଅନେକ କାର୍ଯ୍ୟକର୍ତ୍ତା ମଧ୍ୟ ଗଣଦୌଡ ରେ ଅଂଶ ଗ୍ରହଣ କରିଥିଲେ।
ବିଜୁଜନତା ଦଳ ପ୍ରତିଷ୍ଟା ଉତ୍ସବ ର ଏହି ଗଣଦୌଡ ରେ ଶହ ଶହ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ମାନେ ଯୋଗଦାନ କରି ପ୍ରଥମେ ଏକସ୍ଥାନରେ ଏକତ୍ରିତ ହୋଇଥିଲେ। ଏହି ଗଣଦୌଡ କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଦଳୀୟ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଗଣଦୌଡ ରେ ସାମିଲ୍ ହୋଇଥିବା ସମସ୍ତ ଜନତା ସ୍ଵର୍ଗତ ବିଜୁବାବୁ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଜୟ୍ ଜୟ୍ କାର ଧ୍ୱନି ଦେଇ ଆଗକୁ ଅଗ୍ରସର ହୋଇଥିଲେ। ଏହି ଦୌଡ଼ କାର୍ଯ୍ୟକ୍ରମ ଭଞ୍ଜନଗର ପୋଲିସ୍ ଥାନା ଠୁ ମୁଖ୍ୟରାସ୍ତା, ଖାଲାସିସାହି, ଷ୍ଟେଟବ୍ୟାଙ୍କ ଛକ, ବସଷ୍ଟାଣ୍ଡ ହୋଇ ତହସିଲ ଅଫିସ ଛକ ଠାରେ ସମାପ୍ତ ହୋଇଥିଲା। ଏଥିସହ ଆଜି ଅପରାହ୍ନ ୪ ଘଣ୍ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ ହେବାର ସୂଚିତ ହୋଇଥିଲା। ଗତ ୨୬ ବର୍ଷ ଧରି ଉଛର୍ଗିକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନତାଙ୍କ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରିଆସୁଛି ବିଜେଡି। ଏହା ଭିତରେ ଲୋକଙ୍କ ସେବା ଓ ଓଡ଼ିଶା ର ବିକାଶ ସହିତ ସଂପୂର୍ଣ୍ଣ ଗଞ୍ଜାମ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ର ବିକାଶ କରି ଆସୁଥିବା ବିଜେଡି, ରାଜନୈତିକ କାର୍ଯ୍ୟକ୍ରମ ସହିତ ସାମାଜିକ ଅଗିଂକାରବଦ୍ଧତା ପାଇଁ ଅନ୍ୟ ସର୍ବଭାରତୀୟ ଦଳ ଓ ଆଞ୍ଚଳିକ ଦଳମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି। ସେଥିନିମିତ୍ତ ବାରମ୍ବାର ଜନ ଆଶ୍ରିଵାଦ ଲାଭ କରିଛି, ଏହି ବିଜୁଜନତା ଦଳ (ବି.ଜେ.ଡି)।








