ହେଡଲାଇନସ୍:

ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି: ଅନିଲ ବିଶ୍ୱାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

 

ଭୁବନେଶ୍ୱର, ତା.୨୬/୧୨ : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଥିଲା । ଆଂଚଳିକବାଦ, ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣଓଡ଼ିଆଙ୍କ ରିମୋଟ୍ କଂଟ୍ରୋଲରେ ଚାଲୁଛି । ଏହା କେଉଁ ରୂପାନ୍ତରିକରଣ? ଓଡିଆ ସ୍ୱାଭିମାନ, ଅସ୍ମିତା ଓ ଭାବାବେଗ ସହ ବିଜେଡି ଧୋକା ଦେଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଲ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଅଣଓଡ଼ିଆ ଅଫିସରରୁ ଆଜି ନେତା ପାଲଟିଥିବା ବାବୁଜଣଙ୍କର ସଭାକୁ ବିଜେଡିର ଓଡ଼ିଆ ନେତାମାନେ ଓ ଲୋକପ୍ରତିନିଧିମାନେ ଲୋକ ବୁହାଉଛନ୍ତି, ଟେଂଟ୍ ବାନ୍ଧୁଛନ୍ତି, ସଭାତଳେ ବସି ତାଳି ମାରୁଛନ୍ତି । ଏହା ବିଜୁ ବାବୁଙ୍କର କେଉଁ ସ୍ୱାଭିମାନର ପ୍ରତୀକ? ଆଜି ବିଜୁ ଜନତା ଦଳର କେଉଁ ଜଣେ ବି ନେତା ଛାତିରେ ହାତ ରଖିକି କହିପାରିବେ କି ଯେ, ସେ ଯେବେ ଚାହିଁବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ, ମୁଖ୍ୟମନ୍ତ୍ରୀଙ୍କୁ କୌଣସି ପ୍ରସଙ୍ଗରେ ମତାମତ ଦେଇପାରିବେ, ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ପ୍ରସଙ୍ଗରେ ନିଜର ଅଭିଯୋଗ କରିପାରିବେ ବୋଲି? ଓଡିଶାଲୋକଙ୍କୁ ଅନ୍ଧ କହୁଥିବା ବିଜେଡିର ନେତାମାନେ ଥରେ ଭାବନ୍ତୁ ବାସ୍ତବରେ ଅନ୍ଧ କିଏ?
ଏହି ସାଢେ ୨୩ ବର୍ଷର ବିଜୁ ଜନତା ଦଳର ଶାସନରେ ବିଜେଡି ଧନୀ ହୋଇଛି, ବିଜେଡିର ନେତାମାନେ ଧନୀ ହୋଇଛନ୍ତି । କିନ୍ତୁ ଓଡିଶା ଏବଂ ଓଡିଆ ଲୋକେ ଗରିବ ହୋଇଛନ୍ତି । ବିକାଶର ସବୁ ମାପଦଣ୍ଡରେ ଓଡିଶା ଆଜି ଦେଶରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ସବା ତଳେ । ଚାଷୀଙ୍କ ରୋଜଗାର, ଶିଳ୍ପାୟନ, ନିଯୁକ୍ତି, ପର୍ଯ୍ୟଟନ, ଭିତିଭୂମି, ସ୍କୁଲ ଶିକ୍ଷାର ମାନକ, ଉଚ୍ଚ ଶିକ୍ଷାର ମାନକ, ଶିଶୁ ଓ ମା’ ମାନଙ୍କର ସ୍ୱାସ୍ଥ୍ୟର ସ୍ଥିତି ସବୁଥିରେ ଆଜି ଓଡିଶା ଦେଶରେ ସବୁରାଜ୍ୟ ଠାରୁ ପଛରେ । ଥରେ ବିଜୁ ଜନତା ଦଳର ନେତାମାନେ ଆଜି ପ୍ରତିଷ୍ଠା ଦିବସରେ ଦେଶର ବିକାଶର ମାପକାଠିରେ ଓଡିଶାର ସ୍ଥାନ କେଉଁଠି ସେ ଉପରେ ସାଧୁତାର ସହ ନଜର ପକାଇବେ ବୋଲି ଆଶା କରୁଛୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ଆଜି କିଭଳି ସ୍ଥିତିରେ ପହଁଚିଛି ତାର ସଦ୍ୟତମ ଉଦାହରଣ ହେଉଛି ଶ୍ରୀମନ୍ଦିରରେ ଗୋମାଂସ ଖାଇ ଜଣେ ଫୁଡ୍ ବ୍ଲଗରଙ୍କ ପ୍ରବେଶ ପ୍ରସଙ୍ଗରେ ଯେଉଁଭଳି ଭାବରେ ସେହି ମହିଳାଙ୍କର ଏକ ମିଛ ସ୍ପଷ୍ଟୀକରଣ ଭିଡିଓକୁ ବିଜେଡିର ସବୁ ନେତାମାନେ ନିଜ ସୋସିଆଲ ମିଡ଼ିଆରେ ପ୍ରଚାର କରୁଛନ୍ତି । ଏହା ଆଉ ବୁଝିବା ପାଇଁ ବାକି ନାହିଁ ଯେ ବିଜେଡି ପାଇଁ କିଏ ବଡ଼? ମହାପ୍ରଭୁ ଜଗନ୍ନାଥ ନା ଭିକେ ପାଣ୍ଡିଆନ? ଗୋମାଂସ ଭକ୍ଷଣକାରୀ ନା କୋଟି କୋଟି ଜଗନ୍ନାଥ ଭକ୍ତ? ଆଜି ପ୍ରତିଷ୍ଠା ଦିବସରେ ସାଧାରଣ ଲୋକେ ଏହା ଭାବିବା ପାଇଁ ବାଧ୍ୟ ହେବେ ଯେ ଏହା ଭିତରେ ସେହି ଦଳ \"ବିଫ୍ ଜନତା ଦଳ’ ହୋଇସାରିଛି କି? ସମସ୍ତ ପ୍ରସଙ୍ଗରେ ବିଜେଡି ସ୍ପଷ୍ଟୀକରଣ ଦେବ ବୋଲି ଶ୍ରୀ ବିଶ୍ୱାଳ ଆଶାବ୍ୟକ୍ତ କରିଛନ୍ତି ।

0
0
0
s2sdefault