ପ୍ରତିଷ୍ଠା ଦିବସରେ ଦମ ଦେଖାଇଲେ ପ୍ରତାପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେଡିର 27 ତମ ପ୍ରତିଷ୍ଠା ଦିବସରେ ହଜାର ହଜାର ସଂଖ୍ୟକ ବିଜୁପ୍ରେମୀ ଙ୍କ ସମାଗମ


"ଓଡିଆଙ୍କ ଗର୍ବ ଏବଂ ସମ୍ମାନ ରକ୍ଷା କରିବା ସହ ଓଡ଼ିଶାରେ ବିକାଶ ଧାରା ଜାରିରଖିଛନ୍ତି ମୁଖ୍ୟମନ୍ତ୍ରୀ"

(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ଆଜି କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲିରେ ବିଜୁ ଜନତା ଦଳ ପକ୍ଷରୁ 26 ବର୍ଷ ପୂର୍ତ୍ତି ଅବସରରେ 27ତମ ପ୍ରତିଷ୍ଠା ଦିବସ ବିଶାଳ ଜନସମୁଦ୍ର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ନିଶ୍ଚିନ୍ତକୋଇଲି ବ୍ଲକ ଛକ ନିକଟରୁ ଏକ ବିଶାଳ ପଦଯାତ୍ରା ବାହାରିଥିଲା ଯେଉଁ ପଦଯାତ୍ରା ରେ 10 ହଜାରରୁ ଊର୍ଧ୍ଵ ବିଜୁ ପ୍ରେମୀ ଯୋଗଦାନ କରି ମୁଖ୍ୟଅତିଥି ବିଧାୟକ ପ୍ରତାପ ଜେନାଙ୍କୁ ପାଛୋଟି ନେଇଥିଲେ l ଯେଉଁ ଜନ ସମାଗମ ସୁଚେଇଥିଲା କି ବିଜେଡି ଏବଂ ବିଧାୟକ ପ୍ରତାପ ଜେନା ଙ୍କ ପ୍ରତି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳବାସୀ ମାନଙ୍କ ଭଲପାଇବା ଅକୁଣ୍ଠ ରହିଛି ଏବଂ ଯାହାକି ଆଗାମୀ 2024 ନିର୍ବାଚନ ପାଇଁ ଶୁଭଙ୍କର ବୋଲି ବୁଦ୍ଧିଜୀବୀ ମହଲରେ କୁହାଯାଇଛି l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ସୁନାମଧନ୍ୟ, ବିକାଶପୁରୁଷ, କରିତକର୍ମା ବିଧାୟକ ପ୍ରତାପ ଜେନା  ମୁଖ୍ୟଅତିଥି ଭାବେ ଯୋଗଦାନ କରି ପ୍ରକାଶ କରିଥିଲେ କି 26 ଡିସେମ୍ବର 1997 ରେ ପ୍ରତିଷ୍ଠିତ ବିଜୁ ଜନତା ଦଳ ଆଜି ସମଗ୍ର ଓଡିଶାରେ ଏକ ବିଶାଳ ମହାଦ୍ରୁମ ରେ ପରିଣତ ହୋଇଛି, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଧୁନିକ ଓଡିଶାର ସ୍ଥପତି ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଏହାର ନାମକରଣ କରାଯାଇଛି, ବର୍ଷ ବର୍ଷ ଧରି ଓଡିଶାର ଅନ୍ତର୍ଭୂକ୍ତ ବିକାଶ ପାଇଁ ଦଳ ଦ୍ୱାରା କରାଯାଇଥିବା କାର୍ଯ୍ୟ ହେଉଛି ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀଙ୍କ ପାଇଁ ଏକ ଚରମ ଉତ୍ସର୍ଗ, ଓଡ଼ିଶାବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ କରିଥିଲେ, ଯାହାକୁ ଆଜି ସଫଳ ରୂପାୟନ କରିପାରିଛନ୍ତି ତାଙ୍କର ସୁପୁତ୍ର ସାଢେ ଚାରିକୋଟି ଓଡ଼ିଆଙ୍କ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏପରିକି ସ୍ବର୍ଗତ ବିଜୁ ପଟ୍ଟନାୟକ ମାଆ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ଏବଂ ସମଗ୍ର ଓଡ଼ିଶାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରିଥିଲେ | ତାଙ୍କ ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳ ପ୍ରତିଷ୍ଠା କରିଥିଲେ, ଯାହା ଆଜି ସଫଳ ହୋଇପାରିଛି ଏବଂ ଓଡିଶାର ଲୋକଙ୍କ ଗର୍ବ ଏବଂ ସମ୍ମାନ ରକ୍ଷା କରିବା ପାଇଁ ସମଗ୍ର ଓଡ଼ିଶାରେ ବିକାଶର ସୁଅ ବହିଚାଲିଛି,    ବିଜେଡି ଶାସନରେ କଥା କମ ହେବ କିନ୍ତୁ ଲୋକମାନଙ୍କ ପାଇଁ କାମ ଅଧିକ ହେବ, ବିଜୁ ଜନତା ଦଳ ଓଡିଶା ବାସୀଙ୍କ ସହିତ ରହିଛି ଏବଂ ଆଗକୁ ମଧ୍ୟ ରହିଥିବ ବୋଲି ଉଦବୋଧନ ଦେଇଥିଲେ ବିଧାୟକ ଶ୍ରୀ ଜେନା ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ରୋଜି ସେଠି, ଦୀପା ମଲିକ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଞ୍ଜନ ମହାପାତ୍ର,ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ ସଭ୍ୟ ବିପ୍ଳବ କାପ, ଭୁପତିଭୁଷଣ ଷେଣ୍ଢ, ଜସ୍ମିତା ସେଠୀ, ସୁସ୍ମିତା ଦାସ, ପୃର୍ଣ୍ଣଚନ୍ଦ୍ର ସ୍ୱାଇଁ , ଜଗବନ୍ଧୁ ସେଠୀ, ସେକ ରିୟାଜୁଲ ହୋଦା, ପୂର୍ବତନ ସରପଞ୍ଚ କ୍ଷୀରୋଦ ପଣ୍ଡା, ଦେବେନ୍ଦ୍ର ସାହୁ, ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, ଯୁବନେତା ଜ୍ଞାନରଞ୍ଜନ ରାଉତ,ଶରତ ମହାପାତ୍ର, ଅମୀୟ ନାୟକ, ବ୍ରଜମୋହନ ପଣ୍ଡା, ମନୋଜ ସେଠୀ, ପ୍ରିୟବ୍ରତ ସାହୁ, ପ୍ରମୋଦ ସ୍ୱାଇଁ, ସୁଶାନ୍ତ ନାୟକ, ଭବାନୀଶଙ୍କର ସାମଲ, କିଶୋର କୁମାର ରାଉତ,ସନ୍ଦୀପ ସିଂ, ସୁକାନ୍ତ ଦଳେଇ, ମୁସ୍ତାକ ଅଲ୍ଲୀ, ବିକ୍ରମ ସ୍ବାଇଁ, ଅମୂଲ୍ୟ ଦାସ, ପ୍ରଦିପ୍ତ ବିଶ୍ଵାଳ, ବନଲତା ଦଳେଇ, ବନଲତା ସ୍ୱାଇଁ, ଙ୍କ ସମେତ ହଜାର ହଜାର ସଂଖ୍ୟାରେ ବରିଷ୍ଟ ବିଜେଡି କର୍ମୀ, ମହିଳା ବିଜୁ ଜନତା ଦଳ କର୍ମୀ, ଯୁବ ବିଜେଡି କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ବିଜୁ ବାବୁଙ୍କୁ ଭଲ ପାଉଥିବା ହଜାର ହଜାର ସଂଖ୍ୟାରେ ବିଜୁ ପ୍ରେମୀ ବିଧାୟକ ପ୍ରତାପ ଜେନା ଙ୍କ ଦୃଢ ସଂଗଠନ ବଳରେ ଯୋଗଦାନ କରି ବିଜେଡିର 27 ତମ ପ୍ରତିଷ୍ଠା ଦିବସକୁ ସଫଳ କରିଥିଲେ ଯାହାଦ୍ୱାରା ସମଗ୍ର ଅଞ୍ଚଳ ବିଜୁ ପଟ୍ଟନାୟକ ଙ୍କ ସଫଳତମ ନାରା ଏବଂ ଶୁଭ ଶଙ୍ଖ ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା l

0
0
0
s2sdefault