ଯୁବ ଓଡିଶା ନବୀନ ଓଡିଶା କ୍ରିକେଟ ପ୍ରତିଯୋଗିତାରେ ଚମ୍ପିୟାନ ହେଲେ ଅମଠି ଲେଡି ଲାୟନ୍ସ ଦଳ
ବରଗଡ :- ରାଜ୍ୟ ସରକାରଙ୍କ ନୂଆଁ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୁବକ ଯୁବତୀଙ୍କ ପାଇଁ ଏକ ସୁନ୍ଦର କାର୍ଯ୍ୟକ୍ରମ ରୂପେ ପ୍ରସିଦ୍ଧି ଲାଭ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଶେଷ ଉତ୍ସାହ ଆଣିବାରେ ସଫଳତା ଲାଭ କରିଛି।ଏହି କ୍ରମରେ ଛାତ୍ରୀମାନେ ନୂଆଁ ନୂଆଁ ଖେଳରେ ଭାଗ ନେବାର ମଧ୍ୟ ସକ୍ଷମ ହେଉଛନ୍ତି।
ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଉଚ୍ଚ ବିଦ୍ୟାଳୟ ଏବଂ ତୁମୁରିପାଣି, ସଂକ୍ରି ଏବଂ ଅମଠି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଗଠିତ ମହିଳା କ୍ରିକେଟ ଦଳ ଉପଖଣ୍ଡ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଶୁକ୍ରବାର ଅନୁଷ୍ଠିତ ହୋଇଥିବା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ପଦ୍ମପୁର ବିଧାୟିକା ବର୍ଷା ସିଂ ବାରିହା ବିଜୟୀ ଦଳକୁ ଟ୍ରଫି ସହ ନଗଦ ୨୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରିଥିଲେ।ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଲକରୁ ଆସିଥିବା ଦଳ ମାନଙ୍କ ମଧ୍ୟରେ ଅନୁଷ୍ଠିତ ତଥା ପଦ୍ମପୁର ନିକଟସ୍ଥ ବରିକେଲ କ୍ରିକେଟ ପଡ଼ିଆରେ ଆୟୋୟିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଅମଠି ଲେଡି ଲାୟନ୍ସ ଦଳ ପଦ୍ମପୁର ମହିଳା ମହାବିଦ୍ୟାଳୟର ଦଳକୁ ୯ ୱିକେଟରେ ପରାସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ମାନେ ଆୟୋଜନ କରି ଯୁବ ଖେଳାଳୀ ମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।ଏହି କ୍ରମରେ ବୈତାଳି କ୍ଲଷ୍ଟର ସିଆରସିସି ଦିବସ କୁମାର ସାହୁଙ୍କ ସଂଯୋଜନାରେ ମହିଳା କ୍ରିକେଟ ଦଳ ଗଠିତ ହୋଇଥିଲା ଏବଂ ସେ ଛାତ୍ରୀମାନଙ୍କୁ ଆଗକୁ ବଢ଼ିବା ପାଇଁ ସମସ୍ତ ପ୍ରକାରର ସହାୟତା କରିଥିଲେ।ସେମାନଙ୍କ ପାଇଁ କ୍ରୀଡ଼ା ଉପକରଣ କିଣିବା ସହ ବିଦ୍ୟାଳୟରେ ନିଜେ ସମୟ ବାହାର କରି ତାଲିମ ପ୍ରଦାନ କରିଥିଲେ।ଉକ୍ତ ଦଳରେ ଅମଠି ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସହ କ୍ଲଷ୍ଟର ଅନ୍ତର୍ଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛତ୍ରୀମାନଙ୍କ ଯୋଗଦାନ ରହିଛି।ସପ୍ତମ ଶ୍ରେଣୀର ଛାତ୍ରୀ ସେବକି ରଣାଙ୍କ ୱିକେଟ କିପିଂ ଦେଖି ଦର୍ଶକ ମାନେ ପ୍ରଶଂସାରେ ଶତମୁଖ ହୋଇଥିବା ବେଳେ ଓପନିଙ୍ଗ ବ୍ୟାଟର ପ୍ରିୟଙ୍କା ପଟେଲଙ୍କ ବ୍ୟାଟିଂ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।ଦଳର ଅଧିନାୟିକା ସସ୍ମିତା ସୋନି ଏବଂ ଉପ ଅଧିନାୟିକା ଗାୟତ୍ରୀ ବନଛୋର ଦଳର ପ୍ରଦର୍ଶନ ଉପରେ ଅନେକ ଖୁସି ବ୍ୟକ୍ତ କରିବା ସହ ଦଳର ସଂଯୋଜକ ତଥା ପ୍ରଶିକ୍ଷକ ଶ୍ରୀ ଦିବସ କୁମାର ସାହୁଙ୍କୁ ଉଚ୍ଚ ପ୍ରସଂସା କରିବା ସହ ଯୁବ କ୍ରୀଡ଼ାବିତ ମାନଙ୍କ ପାଇଁ ଖେଳିବାର ସୁଯୋଗ ସୃଷ୍ଟି କରିଥିବାରୁ ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ମହିଳା ସଶକ୍ତିକରଣ ତଥା ମହିଳା କ୍ରିକେଟ ଭଳି ଅନ୍ୟ ଖେଳମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିବାରୁ ଜନସାଧାରଣ ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରସଂସା କରିଥିଲେ।ବିଜେତା ଦଳର ଛାତ୍ରୀମାନଙ୍କୁ ତଥା ପ୍ରଶିକ୍ଷଣ ଙ୍କୁ ପଦ୍ମପୁର ବିଧାୟକା ବର୍ଷରାଣୀ ସିଂ ବାରିହା ,ଝାରବନ୍ଧ ବିଡିଓ ପୁରୁଷୋତ୍ତମ ମିର୍ଧା ,ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସାରାଣୀ ପ୍ରଧାନ ଅଭିନନ୍ଦନ ଜଣାଇଛବା ସହ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।







