ଅଲ୍ଟିମେଟ୍ ଖୋ ଖୋ ପ୍ରିଭ୍ୟୁ: ଓଡିଶା ଜଗର୍‌ନଟ୍‌ସ ବିଜୟଧାରା ବଜାୟ ରଖିବାକୁ ଚାହୁଁଥିବା ବେଳେ ମୁମ୍ବାଇ ଖିଲାଡିସ୍ ପ୍ରଥମ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ, ୨୫ ଡିସେମ୍ବର, ୨୦୨୩: ଅଲ୍ଟିମେଟ୍ ଖୋ ଖୋର ୨ୟ ସଂସ୍କରଣରେ ଗୁଜରାଟ ଜିଆଂଟ୍‌ସ ସହ ପ୍ରତିଦ୍ୱନ୍ଦିତା ସମୟରେ ମୁମ୍ବାଇ ଖିଲାଡିସ୍ ପ୍ରଥମ ବିଜୟ ପାଇଁ ନିଜର ଚେଷ୍ଟା ଜାରି ରଖିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଆସନ୍ତାକାଲି (ମଙ୍ଗଳବାର) କଟକର ଜୱାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯିବାକୁ ଥିବା ୨ୟ ମ୍ୟାଚ୍‌ରେ ଚେନ୍ନାଇ କ୍ୱିକ୍ ଗନ୍‌ସ ବିରୋଧରେ ଓଡିଶା ଜଗର୍‌ନଟ୍‌ସ ନିଜର ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।
ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବୃହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା ।
ଏହାପୂର୍ବରୁ ମୁମ୍ବାଇ ଖିଲାଡିସ୍‌, ତେଲୁଗୁ ୟୋଦ୍ଧାସ୍ ବିରୋଧରେ ଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ପରାଜୟର ସମ୍ମୁଖୀନ ହୋଇଥିଲା । ଗତ ରବିବାର ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ସେମାନେ ତେଲୁଗୁ ୟୋଦ୍ଧାସ୍‌ଠାରୁ ୨ ପଏଂଟ୍‌ରେ ପରାଜିତ ହୋଇଥିଲେ ।
ମୁମ୍ବାଇ ଖିଲାଡିସ୍‌ର ଅଭିଶେକ ପାଥ୍ରୋଡେ କହିଛନ୍ତି ଯେ, ୨ୟ ସଂସ୍କରଣରେ ଗୁଜରାଟ ଜିଆଂଟ୍‌ସ ନିଜର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଏହା ତାଙ୍କ ଟିମ୍ ପାଇଁ ଏକ ଆଡ୍‌ଭାଂଟେଜ୍ ହେବ । ଆମେ ତେଲୁଗୁ ୟୋଦ୍ଧାସ୍ ଭଳି ଏକ ମଜଭୁତ ଟିମ୍ ବିରୋଧରେ ଜଟିଳ ମ୍ୟାଚ୍ ଖେଳିବା ପାଇଁ ମାନସିକ ରୂପେ ପ୍ରସ୍ତୁତ ଥିଲୁ ଯେତେବେଳେ ଆମେ ପୂର୍ବ ସଂସ୍କରଣରେ ସେମାନଙ୍କ ବିରୋଧରେ ଖେଳିଥିଲୂ, ଆମେ ପ୍ରଥମ ମ୍ୟାଚ୍ ହାରିଥିଲୁ ଓ ୨ୟ ମ୍ୟାଚ୍‌ରେ ବିଜେତା ହୋଇଥିଲୁ, ତେଣୁ ଆମେ ସେମାନଙ୍କଠାରୁ କ’ଣ ଆଶା କରାଯାଇପାରିବ ତାହା ଜାଣିଥିଲୁ ଏବଂ ଆମେ ପ୍ରସ୍ତୁତ ଥିଲୁ ।’
ସେ ଆହୁରି ମଧ୍ୟ କହିଛନ୍ତି, ‘ଗୁଜରାଟ ଏକ ଭଲ ଟିମ୍ ଅଟେ, ଗତ ସଂସ୍କରଣରେ ସେମାନେ ପ୍ଲେଅଫ୍ ପାଇଁ କ୍ୱାଲିଫାଏ କରିଥିଲେ । କିନ୍ତୁ ମୁଁ ଭାବୁଛି ପରବର୍ତୀ ଗେମ୍ ଖେଳିବା ଆମ ପାଇଁ ସୁବିଧାଜନକ ହେବ କାରଣ ଗୁଜରାଟ ନିଜର ପ୍ରଥମ ଗେମ୍ ଖେଳିବାକୁ ଯାଉଛି, ତେଣୁ ଏକ ନୂଆ ଟିମ୍ ସହ ପ୍ରତିଦ୍ୱନ୍ଦିତା କରିବାର ସମ୍ପୂର୍ଣ୍ଣ ନୂଆ ଅନୁଭୂତି ସହଜ କାର୍ଯ୍ୟ ନୁହେଁ । ଅବଶିଷ୍ଟ ପ୍ରସ୍ତୁତି ଆମେ ମ୍ୟାଚ୍‌ରେ ଦେଖିବୁ ।’

ଅନ୍ୟପକ୍ଷରେ, ଓଡିଶା ଜଗର୍‌ନଟ୍‌ସ ହେଉଛି ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ପୂର୍ବ ମ୍ୟାଚ୍‌ରେ ଏହା ରାଜସ୍ଥାନ ୱାରିୟର୍ସ ବିରୋଧରେ ୩୫-୨୭ର ସହଜ ବିଜୟ ହାସଲ କରିଥିଲା । କ୍ୟାପ୍ଟେନ ଦୀପେଶ ମୋରେ କହିଛନ୍ତି, ‘ସେମାନେ ଅଲ୍ଟିମେଟ୍ ଖୋ ଖୋ ସିଜନ ୨ରେ ଗୋଟିଏ ସମୟରେ କେବଳ ଗୋଟିଏ ପଦକ୍ଷେପ ସମ୍ପର୍କରେ ହିଁ ବଚାର କରୁଛନ୍ତି । ପ୍ରଥମ ସଂସ୍କରଣରେ ଓଡିଶା ଟାଇଟଲ ଜିତିଥିଲା ଏବଂ ୨ୟ ସିଜନରେ ମଧ୍ୟ ଆମେ ପୁଣିଥରେ ସମାନ ପ୍ରଦର୍ଶନର ପୁନରାବୃତି କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଆସୁଥିବା ପ୍ରତ୍ୟେକ ଗେମ୍‌କୁ ଗ୍ରହଣ କରୁଛୁ ଏବଂ ବର୍ତମାନ ଆମର ଧ୍ୟାନ ଚେନ୍ନାଇ କ୍ୱିକ୍ ଗନ୍‌ସ ବିରୋଧରେ ଖେଳାଯିବାକୁ ଥିବା ପରବର୍ତୀ ମ୍ୟାଚ୍ ଉପରେ ରହିଛି । ଆମେ ରାଜସ୍ଥାନ ୱାରିୟର୍ସ ବିରୋଧରେ କରିଥିବା ଭୁଲ୍‌ଗୁଡିକୁ ବିଶ୍ଳେଷଣ କରିଛୁ ଏବଂ ଚେନ୍ନାଇ ବିରୋଧରେ ଆଗାମୀ ମ୍ୟାଚ୍‌ରେ ତାହାର ପୁନରାବୃତି ନକରିବା ପାଇଁ ଚେଷ୍ଟା କରିବୁ ।’
ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ହେବ ।

 

0
0
0
s2sdefault