ହେଡଲାଇନସ୍:

ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ବାର୍ଷିକ କ୍ରୀଡ଼ା ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ 21 ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସମ୍ପାଦକ ମାଧବ ଚନ୍ଦ୍ର ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ରୀଡ଼ା ମହୋତ୍ସବରେ 21 ତାରିଖରୁ ଆରମ୍ଭ ହୋଇ ଆଜି ସେସ ହୋଇଯାଇଛି । ଉଦ୍ଘାଟନୀ ଉଛବରେ ଯୁବ ସମାଜ ସେବୀ ତ୍ରିନାଥ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଆଜି ଉଜାପନି ଦିବସରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର ଏବଂ ମୁଖ୍ୟ ବକ୍ତାରୂପେ ପ୍ରେସକ୍ଲବ ସଦସ୍ୟ ତୋଫାନ କୁମାର ସାହୁ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ସହିତ ପାଠପଢା ସାଙ୍ଗରେ ନିୟମିତ ଭାବେ ଖେଳକୁ ଜାରି ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ଗୁରୁମା ଲକ୍ଷ୍ମୀ ପ୍ରଧାନ,ପୂଜା ସ୍ୱାଇଁ, ଶୁଭଶ୍ରୀ ପରିଡ଼ା,ବିନତି ସାହୁ, ସୁଲୋଚନା ଡାକୁଆ ଏବଂ ଗୁରୁଜୀ ରାଜେଶ୍ଵର ଆପଟ ସହଯୋଗ କରିଥିଲେ I ଗୁରୁମା ସୁନିତା ପୋଲେଇ ଧନ୍ୟବାଦ ଜ୍ଞାପନ କରିଥିଲେ I

 

0
0
0
s2sdefault