ହେଡଲାଇନସ୍:

ଯୁବ ଓଡ଼ିଶା ନବିନ ଓଡ଼ିଶା ତଥା ସମନ୍ବିତ ଯୁବ ବିକାଶ ଯୋଜନା ଆନୁକୁଲ୍ୟାରେ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- : ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଉତ୍ସବ ସମନ୍ବିତ ଯୁବ ବିକାଶ ଯୋଜନା ଆନୁକୁଲ୍ୟାରେ ଜି.ଟି ହାଇସ୍କୁଲ ଖେଳ ପଡ଼ିଆଠାରେ ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସମସ୍ତ ଛାତ୍ରୀମାନେ ଜଗନ୍ନାଥ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆରମ୍ଭ କରି ଖେଳ ପଡ଼ିଆରେ ପହଞ୍ଚିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥୁ ଭାବେ ବରିଷ୍ଟ ଆଇନଜୀବୀ ବିପିନ୍ ବିହାରୀ ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ପତାକା ଉତ୍ତୋଳନ କରି ଏହି ଉତ୍ସବକୁ ଉଦଘାଟନ କରିଥିଲେ। ତତ୍ ସହିତ ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଏ.ବି.ଡ଼ି.ଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ସମାଜସେବୀ ତଥା ପରିବେଶବିତ ଶୂଳମଣୀ ଶତପଥି, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଫିରୋଜ କୁମାର ସେଠୀ, ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମହେନ୍ଦ୍ର କୁମାର ସ୍ବାଇଁ, ବରିଷ୍ଟ ସାମ୍ବାଦିକ କାର୍ତ୍ତିକେଶ୍ୱର ପ୍ରଧାନ ଯୋଗ ଦେଇଥିଲେ। ଏବଂ କ୍ରୀଡ଼ା ଶିକ୍ଷୟିତ୍ରୀ ସୁଶ୍ରୀ ଗୀତାଶ୍ରୀ ସାମନ୍ତ ବେଦପାଠ କରାଇ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ କ୍ରୀଡ଼ାର ଶୃଙ୍ଖଳା ବିଷୟରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ପ୍ରଥମ ଦିନ ଖେଳରେ ୧୦୦ମି.ଦୌଡ଼, ୨୦୦ମି. ଦୌଡ଼, ସଟଫୁଟ, ଧୀର ସାଇକେଲ୍ ଚାଳନା, ଡ଼ିସ୍‌କସ୍ ଥ୍ରୋ, ମ୍ୟୁଜିକ୍ ଚେୟାର୍ ଭଳି ବିଭିନ୍ନ କ୍ରୀଡ଼ା ଅନୁଷ୍ଠିତ ହୋଇଥୁଲା। ତତ୍ ସହିତ ରାଜେନ୍ଦ୍ର ନାରାୟଣ ଆୟଙ୍ଗାର, ଗୀତାଞ୍ଜଳୀ ଗୁରୁ, ଡ଼ି. କୁମାରୀ ସଙ୍ଗୀତା
ବିନ୍ଧାଣିରା, ରଶ୍ମିତା ବିନ୍ଧାଣିରା, ଶିବବ୍ରତ ପାଣିଗ୍ରାହୀ, ମନୋଜ କୁମାର ପାଢ଼ୀ, ରାଜେନ୍ଦ୍ର ପାତ୍ର, ଶତୃଘ୍ନ, ମୁରଲି, ପ୍ରମିଳା, ରୁବିନା, ରତ୍ନାକର ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହ କ୍ରୀଡ଼ା ଉତ୍ସବକୁ ପାଳନ କରିବାରେ ସହଯୋଗ କରିଥିଲେ।

0
0
0
s2sdefault