ହେଡଲାଇନସ୍:

ମହୁଲଡ଼ିହି ମାଝୀ ପଡ଼ା ଗଳି ରାସ୍ତାରେ ବିପଜ୍ଜନକ ମୁକୁଳା ଡ୍ରେନ ଘଟାଉଛି ଦୁର୍ଘଟଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନ୍ଏସି ମହୁଲଡ଼ିହି ୱାର୍ଡ ନଂ-୧ ମାଝୀ ପଡ଼ା ଗଳିକୁ ଯିବା ରାସ୍ତାରେ ଥିବା ମୁକୁଳା ଡ୍ରେନ ଯୋଗୁଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି l ଏ ବାବଦରେ ୱାର୍ଡ ବାସୀ ବିଭିନ୍ନ ସମୟରେ ଏନ୍ଏସି ପ୍ରଶାସନ ନିକଟରେ ନୂତନ ସ୍ଲାବ ଡ୍ରେନ ଉପରେ ଲଗାଇବା ପାଇଁ ଦାବିକରି ଆସୁଥିଲେ ହେଁ କେହି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି l ବିଶେଷ କରି ମାଝୀ ପଡ଼ା ଗଳିକୁ ଯିବା ରାସ୍ତାରେ ମୁକୁଳା ଥିବା ଡ୍ରେନ ବିପଜ୍ଜନକ ଅବସ୍ଥାରେ ଅଛି l ଡ୍ରେନ ଉପରେ ଥିବା ସ୍ଲାବ ଭାଙ୍ଗି ଯାଇଥିବାରୁ ପଡ଼ାବାସୀଙ୍କ ଯାତାୟାତରେ ସମସ୍ୟା ହେଉଛି l ମୁକୁଳା ଡ୍ରେନ ଯୋଗୁଁ ବହୁଜଣ ଦୁର୍ଘଟଣାର ଶିକାର ହେଉଛନ୍ତି l ସେହିପରି ଡ୍ରେନଗୁଡିକ ଦୀର୍ଘଦିନ ହେଲା ସଫେଇ ହେଉନଥିବାରୁ ନର୍ଦମା ପାଣି ଗନ୍ଧରେ ପଡ଼ାବାସୀ ଅତିଷ୍ଠ ହୋଇ ପଡୁଛନ୍ତି l ତୁରନ୍ତ ପଦକ୍ଷେପ ନେଇ ରାସ୍ତା ମଝିରେ ଥିବା ମୁକୁଳା ଡ୍ରେନ ଠାରେ ନୂତନ ସ୍ଲାବ ଦେବାକୁ ସାଧାରଣରେ ଦାବି ହେଉଛି l

0
0
0
s2sdefault