ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ-ଓ, ଯୁବ ଓଡିଶା କାର୍ଯ୍ୟକ୍ରମ ସାମାଜିକ ବିଭାଗର ଉଦଯାପନୀ ଉତ୍ସବ ଓ କ୍ରିଡା ବିଭାଗର ପୁରସ୍କାର ବିତରଣ ଉତ୍ସବ ଅଧ୍ୟକ୍ଷା ଶ୍ରୀମତୀ କଲ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ମହା - ସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମାଜିକ କାର୍ଯ୍ୟ ତାଙ୍କର ଅତି ପ୍ରିୟ କହି ସେ ଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରିଥିଲେ, ଯେଉଁଟା ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲା । ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ଅଖିଳ ପୁରୋହିତ ଏବଂ ଅଞ୍ଚଳର ଆଇନଜୀବୀ ତଥା ସମାଜସେବୀ ଶ୍ରୀଯୁକ୍ତ ପ୍ରଶାନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ନୂଆ – ଓ ର ନୋଡାଲ ଅଫିସର ଡ. ଚନ୍ଦ୍ରିକା ଭୋଇ ସ୍ଵାଗତ ଭାଷଣ ଦେଇଥିଲେ । ସାମାଜିକ ବିଭାଗରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରଶଂସାପତ୍ର ଦିଆଯିବା ସହ କ୍ରୀଡା ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରଯାଇଥିଲା । ସାଂସ୍କୃତିକ ବିଭାଗର ନୋଡାଲ ଅଫିସର ଶ୍ରୀମତୀ ଲୋପାମୁଦ୍ରା ନାୟକ ଏବଂ କ୍ରୀଡା ବିଭାଗର ନୋଡାଲ ଅଫିସର ଶ୍ରୀମତୀ ସରିତାରାଣୀ ପ୍ରଧାନଙ୍କ ସହାୟତାରେ ସାମାଜିକ ବିଭାଗର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରାଜ୍ୟ
ନୂଆ-ଓ, ଯୁବ ଓଡିଶା ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ l
- Hits: 270







