(ମାହାଙ୍ଗା -ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟକ ପ୍ରତାପ ଜେନା ଗୁରୁବାର ପୂର୍ବାହ୍ନ ୧୦ ଘଟିକା ସମୟରେ ମାହାଙ୍ଗା ବ୍ଲକ ଲଳିତଗିରି ଓ ପାଇକରାପୁର ଗ୍ରାମ ପଞ୍ଚାୟତ ଗ୍ରସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଶିଳାନ୍ୟାସ, ଉଦଘାଟନ କରିବା ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି l ବିଧାୟକ ଶ୍ରୀ ଜେନା ପ୍ରଥମେ ଲଳିତଗିରି ଠାରୁ ନିଶ୍ଚିନ୍ତକୋଇଲି ପର୍ଯ୍ୟନ୍ତ ପ୍ରସ୍ତାବିତ ରାସ୍ତାର ସମୀକ୍ଷା କରିଥିଲେ ପରେ ପରେ ପାଟଣା ଠାରେ ୩୦ଜଣ ପଥର ଶିଳ୍ପୀଙ୍କୁ ପରିଚୟ ପତ୍ର ବଣ୍ଟନ, ଶ୍ରୀଶ୍ରୀ ବଳଦେବ ଜୀୟୁ ମନ୍ଦିର ପରିଦର୍ଶନ, ଲଳିତଗିରି ହାଇସ୍କୁଲ ଖେଳପଡ଼ିଆର ରୂପାନ୍ତିକରଣ କାର୍ଯ୍ୟର ସମୀକ୍ଷା, ଲଳିତଗିରି ୱାର୍ଡ ନଂ-୭ର ନିର୍ମାଣ ହୋଇଥିବା ନୂତନ ରାସ୍ତା ପରିଦର୍ଶନ, ଲଳିତଗିରି ୱାଡ଼ ନଂ-୭ ଶନି ମନ୍ଦିର ପାଖ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ଶୁଭ ଉଦଘାଟନ, କୃଷକ ମାନଙ୍କ ଯାତାୟତ ସୁବିଧା ନିମନ୍ତେ ଲଳିତଗିରି ଗୋବରୀ ନଦୀ ଉପରେ ପ୍ରସ୍ତାବିତ ନୂତନ ସେତୁର ସ୍ଥାନ ପରିଦର୍ଶନ, ୯୫ ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ଲଳିତଗିରି ଗ୍ରାମଠାରେ ଓ. ଟି. ଡିସି ଗୃହ ନିର୍ମାଣ କାର୍ଯ୍ୟର ସମୀକ୍ଷା, ହରିଭକ୍ତପୁର "ବିଜୁ ଭବନ" ନୂତନ ଗୃହର ଶୁଭ ଉଦଘାଟନ, ହରିଭକ୍ତପୂର ମିଶନ ଶକ୍ତି ଗୃହର ଶୁଭ ଉଦଘାଟନ, ପାଇକରାପୁର ଗ୍ରାମ ପଞ୍ଚାୟତର "ରଘୁନାଥ ଜିୟୁ ପଞ୍ଚାୟତ ବିଦ୍ୟାପିଠ" (ବ୍ରାହ୍ମଣ ମଣିଯୋରୀ) 5T ରୂପାନ୍ତିକରଣ କାର୍ଯ୍ୟର ସମୀକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମ ରେ ବିଧାୟକ ପ୍ରତାପ ଜେନା ଯୋଗଦାନ କରି ସମୀକ୍ଷା କରିବା ସହିତ କଭଳି ଅଧିକ ରୁ ଅଧିକ ବିକାଶ କାର୍ଯ୍ୟକ୍ରମ ହୋଇପାରିବ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ l ସେହିପରି ଭାବେ ଲଲିତଗିରି ପଞ୍ଚାୟତର ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ବିଧାୟକ ପ୍ରତାପ ଜେନା ଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ l ତେବେ ବିଧାୟକ ଶ୍ରୀ ଜେନା ଙ୍କ ପାଇଁ ମାହାଙ୍ଗା ରେ ବିକାଶର ଧାରା ନିରର୍ବିଛିନ୍ନ ଭାବେ ଲାଗି ରହିଥିବା ହେତୁ ବିଧାୟକ ଶ୍ରୀ ଜେନା ଙ୍କୁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତା ଜଣାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି, ବିଇଓ ଚକ୍ରଧର ବେହେରା, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲ୍ଲା ପରିଷଦ ଜଗବନ୍ଧୁ ସେଠୀ, ସୁସ୍ମିତା ଦାସ, ସରପଞ୍ଚ ବଳରାମ ବେହେରା,ପ୍ରତାପ ପରିଡା, ବିଧାୟକ ଙ୍କ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ ଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ, ଗ୍ରାମବାସୀ, ବିଜୁ ଜନତା ଦଳ କର୍ମୀ ଉପସ୍ଥିତ ରହିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l
ରାଜ୍ୟ
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କ ଙ୍କ ଉଦ୍ୟମରେ ବିକାଶ ପଥେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ l
- Hits: 302







