ହେଡଲାଇନସ୍:

ବେଦୁ ବାବୁଙ୍କ ୮୮ ତମ ଜନ୍ମ ବାର୍ଷିକ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ :ଡେରାବିଶ ବ୍ଲକ ଗୁହାଳସିଂହ ପଞ୍ଚାୟତର ସଂସ୍କୃତି ଭବନ ଠାରେ ବେଦୁ ବାବୁଙ୍କ ୮୮ ତମ ଜନ୍ମ ଜୟନ୍ତି ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଗରଦପୁର ବ୍ଲକର ପ୍ରାତନ ଅଧ୍ୟକ୍ଷ ରାଜେଶ ଦାସଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟର ଅବସର ପ୍ରାପ୍ତ ଜଜ୍ ସୂର୍ଯ୍ୟ ନାରାୟଣ ନାଇଡୁ ଯୋଗଦେଇ ସେ କହିଥିଲେ ବେଦୁବାବୁଙ୍କ ନ୍ୟାୟଡମ୍ବର ଚଳଣି ଓ ସ୍ପଷ୍ଟବାରିତା ପାଇଁ ସେ ବେଶ ପରିଚିତ ।ସେ ଜଣେ ନୀତିନିଷ୍ଠ ରାଜନୀତିଜ୍ଞ ଥିଲେ ।ସମ୍ମାନିତ ଅତିଥି ଭାବେ କଟକର ମେୟର ସୁବାସ ସିଂ ଯୋଗଦେଇ କହିଥିଲେ ଵେଦୁ ବାବୁଙ୍କ ନିଷ୍ଠାବର କାମ ଯୋଗୁଁ ସେ ୬ ଥର ବିଧାୟକ ଓ ୪ ଥର ମନ୍ତ୍ରୀ ହୋଇ ପାରିଥିଲେ । ସେ ବିଜୁ ବାବୁଙ୍କ ଆଦର୍ଶ ମାନି କାମ କରୁଥିଲେ ।ସମାଜର ସମ୍ପାଦକ ପ୍ରମୋଦ ମହାପାତ୍ର ଯୋଗଦେଇ ସ୍ବର୍ଗତ ବେଦୁବାବୁଙ୍କ ଜୀବନ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ମୃତି ପରିଷଦ ଆନୁକୂଲ୍ୟରେ ସଭାନେତ୍ରୀ ବେଦୁବାବୁଙ୍କ କନ୍ୟା ମଧୁମତି ଅଗ୍ରୱାଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ଉପ ସଭାପତି ଭବାନୀ ପ୍ରସାଦ ଓଝା ,ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ ଓ ସାଧାରଣ ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ସ୍ୱରୂପ +2 କଳାରେ କଲ୍ୟାଣି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବାଣିଜ୍ୟ ରେ ଲକ୍ଷ୍ମୀପ୍ରିୟା ସାହୁ ,ବିଜ୍ଞାନରେ ରଶ୍ମିତା କର ଓ ମ୍ୟାଟ୍ରିକ ରେ ଅସୀମା ଦାସଙ୍କ ସମେତ ଅଭିଜିତ ମହାନ୍ତିଙ୍କ ସହ ଆଶା କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।ଏହି କାର୍ଯ୍ୟକ୍ରମ କୁ ଚନ୍ଦ୍ରକାନ୍ତ ପ୍ରଧାନ ,ଅଭିମନ୍ୟୁ ରାଉତ ,ତୁପ୍ତିମୟୀ କର ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault