ହେଡଲାଇନସ୍:

ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ଆଉ ଏକ ବିକାଶର ଫର୍ଦ୍ଦ ଯୋଡିହୋଇଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ମାହାଙ୍ଗା-ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ, ନିର୍ମଳ ଶାସନରେ ଅନୁପ୍ରାଣିତ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କରିତକର୍ମା, ବିକାଶର ସାରଥୀ,  ସୁନାମଧନ୍ୟ ଜନପ୍ରିୟ ବରିଷ୍ଟ ନେତା ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ବଳିଷ୍ଟ ଉଦ୍ୟମ କ୍ରମେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିକାଶ ପରେ ବିକାଶର ଫର୍ଦ୍ଦ ଯୋଡି ହୋଇଚାଲିଛି l ଏପରିକି ସ୍ୱାସ୍ଥ୍ୟ ହେଉକି ଶିକ୍ଷା, ଗମନାଗମନ ହେଉକି ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଁଚିବା କଥା ହେଉ ସବୁ କ୍ଷେତ୍ରରେ ବିକାଶ ସମ୍ଭବ ହୋଇପାରିଛି କେବଳ ବିଧାୟକ ଶ୍ରୀ ଜେନାଙ୍କ ଉଦ୍ୟମ ପାଇଁ l ସେହିପରି ଆଉ ଏକ ଅଧ୍ୟାୟ ଯୋଡିହୋଇଛି ମାହାଙ୍ଗା ବ୍ଲକ ଅନ୍ତର୍ଗତ କୁଣ୍ଡି ଗ୍ରାମ ପଞ୍ଚାୟତ ସ୍ଥିତ ଜଗନ୍ନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ସୂଚନାଥାଉକି ଏହି ଅଞ୍ଚଳର ବହୁ ପଞ୍ଚାୟତ ର ଲୋକେ ଏହି ମେଡିକାଲ ଉପରେ ନିର୍ଭର କରିଥାନ୍ତି l ଏହି ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଏହି ମେଡିକାଲ ରେ ଭିତ୍ତିଭୂମିର ବିକାଶ ଅତ୍ୟନ୍ତ ଜରୁରୀ ଥିଲା l

ସ୍ଥାନୀୟ ଲୋକେ ଏହି ମେଡିକାଲ ର ସମସ୍ୟା ସମ୍ପର୍କରେ ବିଧାୟକ ପ୍ରତାପ ଜେନା ଙ୍କୁ ଅବଗତ କରାଇବା ପରେ ଏହି ମେଡିକାଲର ବିକାଶ ପାଇଁ ବିଧାୟକ ଶ୍ରୀ ଜେନା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବୋପରି ଆମ ଓଡିଶା ନବୀନ ଓଡ଼ିଶାର ଅଧକ୍ଷ ଭି.କେ ପାଣ୍ଡିଆନ ଙ୍କୁ ଅବଗତ କରାଇଥିଲେ l ଯାହା ଆଜି ସଫଳ ହୋଇପାରିଛି l ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି l ଏଭଳି ମେଡିକାଲ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସରକାରରେ ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ ପାଇଁ ସମ୍ଭବ ହୋଇପାରିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନାଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି l ଏହି ମେଡିକାଲର ବିକାଶମୂଳକ କାର୍ଯ୍ୟ ପାଇଁ 5 କୋଟି ରୁ ଉର୍ଧ୍ଵ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ 30 ରୁ ଅଧିକ ନୂତନ ଶଯ୍ୟା ଏବଂ ନୂତନ ଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ପାଇଁ ଦୁଇ ଡାକ୍ତର ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି l ଏପରିକି ଖୁବ ଶ୍ରୀଘ୍ର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆବଶ୍ୟକତା ଠାରୁ ଅଧିକ ନୂତନ ଡାକ୍ତର ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ନେହ ଏବଂ ଭଲପାଇବା ଏହି ମାହାଙ୍ଗା ବ୍ଲକ ପ୍ରତି ଅଧିକରୁ ଅଧିକ ରହିଥିବା ହେତୁ ଏହି ବ୍ଲକ ଅଞ୍ଚଳରେ ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ଭବ ହୋଇପାରିଛି ବୋଲି ବିଧାୟକ ପ୍ରକାଶ କରିଥିଲେ l

ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷା ଦୀପା ମଲିକ ଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା, ଅତିଥି ଭାବେ ବ୍ଲକ ଉପାଧକ୍ଷ ସତ୍ୟ ନାରାୟଣ ମହାନ୍ତି, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବିଜୁ ଜନତା ଦଳର ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ,ମେଡିକାଲ ଅଫିସର ଡ଼ା. ସୌମ୍ୟରଞ୍ଜନ ସ୍ୱାଇଁ, ବିଧାୟକ ଙ୍କ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ସରପଞ୍ଚ ବିଜୟାନନ୍ଦ ସ୍ୱାଇଁ, ସମାଜସେବୀ ଜୟନ୍ତ ବିଶ୍ୱାଳ, ଜିଲ୍ଲାପରିଷଦ ସେକ ରିୟାଜୁଲ ହୋଦା, ସୁସ୍ମିତା ଦାସ, ଜଗବନ୍ଧୁ ସେଠୀ, ଯୁବନେତା ଅମୀୟ ନାୟକ, ଭବାନୀଶଙ୍କର ସାମଲ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ କୁଣ୍ଡି ପଞ୍ଚାୟତ ଅଞ୍ଚଳ ସମେତ ସ୍ଥାନୀୟ ଆଖପାଖ ଅଞ୍ଚଳର ବହୁ ନେତୃବୃନ୍ଦ, ଯୁବକ, ମହିଳା ଏବଂ ମେଡିକାଲ ର ସମସ୍ତ ଡାକ୍ତର, ନର୍ସ, ଆଶା କର୍ମୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ l

0
0
0
s2sdefault