ହେଡଲାଇନସ୍:

ପୁଷ୍ଟି ସମ୍ବେଦନଶୀଳ କାର୍ପ ସହିତ ଦେଶୀ ଚୁନାମାଛର ମିଶ୍ରିତ ଚାଷ ଶିବିର,ଯୋଗଦେଲେ ତିନୋଟି ଜିଲ୍ଲା ର ମତ୍ସ୍ୟ ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୨୦.୧୨.୨୦୨୩/ସୁମନ୍ତ କୁମାର ଦାସ:ସାରା ବିଶ୍ୱରେ ଚୁନାମାଛ ତଥା ଖାଦ୍ୟସାରରେ ପରିପୂର୍ଣ୍ଣ ମହୁରାଳୀ ମାଛର ଚାହିଦା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାରେ ପ୍ରଥମ କରି ମହୁରାଳୀ ମାଛ ଯାଆଁଳ ଉତ୍ପାଦନ ସଫଳତାର ସହ କରାଯାଇଛି। ଏସିଆ, ଆଫ୍ରିକା ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କ୍ଷୁଧା ଓ ଅପପୃଷ୍ଟିର ଦୂରୀକରଣ ପାଇଁ ଉଚ୍ଚତର ଗବେଷଣା ମାଧ୍ୟମରେ କାମ କରୁଥିବା ୱାର୍ଲଡଫିସ ସଂଗଠନର ବୈଷୟିକ ସହାୟତା,ଜର୍ମାନୀ ସରକାରଙ୍କ ଆର୍ଥିକ ସହଯୋଗ ଓ ଉନ୍ନତି ବିଭାଗ ଆନୁକୂଲ୍ୟରେ ଜିଆଇଜେଡ କୃଷିଭିତିକ ଗବେଷଣା କାର୍ଯ୍ୟକ୍ରମ ଅର୍ନ୍ତଭୁକ୍ତ, ରାଜ୍ୟ ସରକାର, ରାଜ୍ୟ ମତ୍ସ୍ୟପ୍ରାଣୀ ସମ୍ପଦ ଓ ଜିଲ୍ଲା ପ୍ରଶାସନ ସହାୟତାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତୁଳଙ୍ଗ ଠାରେ ପ୍ରତିଷ୍ଠିତ ବିଶ୍ୱାଳ ଏକ୍ୱାଟେକ୍ ଫାର୍ମରେ ସଫଳତାର ସହ ଏହି ମହୁରାଳୀ ଯାଆଁଳ ଉତ୍ପାଦନ କରାଯାଇଛି।ଏଥି ଉପଲକ୍ଷେ "ଓଡ଼ିଶାରେ ମହୁରାଳି ଯାଆଁଳର ଉଦ୍ ପାଦନ ପ୍ରଶିକ୍ଷଣ ଶିବିର ଶିର୍ଷକ କାର୍ଯ୍ୟକ୍ରମ ଦୁଇ ଦିନ ଅନୁଷ୍ଠିତ ହୋଇଥିଲା।ଏଥିରେ ୱାର୍ଲଡଫିସର ଓଡ଼ିଶା ମୁଖ୍ୟ ସୁରେନ୍ଦ୍ର କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଓଡିଶା ର ମତ୍ସ୍ୟ ଅଧିକାରୀ ଡ଼ଃ ଅରୁଣ ପଡିଆରି, ଜଗତସିଂହପୁର KVK ର ମୁଖ୍ୟ ସରିତା ଦାସ, ଏନ୍ ଏଫ୍ ଡିବି ର ମୁଖ୍ୟ ସ୍ମୃତି ପାରି, ତିର୍ତ୍ତୋଲ ବ୍ଲକ ର ସହକାରୀ ମତ୍ସ୍ୟ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ୱାର୍ଲଡଫିସର ସୌରଭ କୁମାର ଦୁବେ, ସୈାରଭ ବିଶ୍ଵାଳ, ବୈଷ୍ଣବ କୁମାର ରଥ, ରସ୍ମୀ ରଞ୍ଜନ ଦାସ, ଗୋବିନ୍ଦ ଦାସ ଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଆଖପାଖର ପଚାଶରୁ ଉର୍ଦ୍ଧ ସଫଳ ମତ୍ସ୍ୟ ଚାଷୀ ଓ ମହିଳା ସଂୟ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଯୋଗଦେଇ ମହୁରାଳୀ ମାଛର ଉପକାରୀତା ଓ ଲାଭଦାୟକ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।
ଏହି ଶିବିରରେ ଜଗତସିଂହପୁର, କେନ୍ଦ୍ରାପଡ଼ା,କଟକ ଏହି ତିନୋଟି ଜିଲ୍ଲା ର ମତ୍ସ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ। ଏହି ଶିବିରରେ ପ୍ରକଳ୍ପ ର ମୁଖ୍ୟ ତଦାରଖ ସୈାରଭ ଦୁବେ ଓ ପ୍ରକଳ୍ପର ପରାମର୍ଶ ଦାତା ରସ୍ମୀ ରଞ୍ଜନ ଦାସ ମହୁରାଳି ମାଛର କୃତ୍ରିମ ପ୍ରଜନନ ବିଷୟରେ ବର୍ଣ୍ଣନା କରିଥିଲେ। ମାଛରେ ଅଧିକ ପରିମାଣର ପ୍ରୋଟିନ,ଅଣୁସାର, ଭିଟାମିନ,ଓମେଗା-୩ ଓ ସ୍ନେହାମ୍ଳ ମିଳୁଥିବା ବେଳେ ମହୁରାଳୀ ମାଛରେ ଅଧିକ ପରିମାଣର କ୍ୟାଲସିୟମ, ଜିଙ୍କ, ଲୌହସାର,ଭିଟାମିନ-ଏ ଓ ଭିଟାମିନ-ବି-୧୨ଓ ଆବଶ୍ୟକ ପର୍ଯ୍ୟାପ୍ତ ପରିମାଣର ଅଣୁସାର ଥାଏ।ଏହା କ୍ଷୁଧା ସହ ଅପପୃଷ୍ଟି ଦୁର କରିବା ସହ ଚାଷ କଲେ ଆର୍ଥିକ ବିକାଶ ହୋଇପାରିବ ବୋଲି ବିଶେଷଜ୍ଞ ମାନେ ପ୍ରକାଶ କରିଥିଲେ।ୱାର୍ଲଡଫିସ ସଂଗଠନ ପକ୍ଷରୁ ଓଡିଶା, ଆସାମ ଓ ବଙ୍ଗଳାଦେଶରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଉଦ୍ୟମ ହୋଇଥିବା ବେଳେ ଜଗତସିଂହପୁର ତଥା ତିର୍ତ୍ତୋଲ ଅଞ୍ଚଳରେ ମହୁରାଳୀ ଯାଆଁଳ ଉତ୍ପାଦନ ପ୍ରଥମ କରି ସଫଳତା ପାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ବ୍ୟକ୍ତ କରାଯାଇଛି।

0
0
0
s2sdefault