ରାଉରକେଲା /ବିଶ୍ରା, (ବସନ୍ତ କୁମାର ଜେନା): ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଏସ.ଆର.ଉଚ୍ଚମାଧ୍ୟମିକ ବିଦ୍ୟାଳୟ ,ରତାଖଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ କ୍ଷିରୋଦ କୁମାର ବରାଳଙ୍କ ଅଧ୍ୟକ୍ଷତା ଓ ଡଃ ନଗେନ ଦାସଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ରାଉତରାୟ,ସୋମରା ଏକ୍କା,ରୋହିତାସ୍ବ କୁମାର ମହାନ୍ତ ଯୁବ ବର୍ଗଙ୍କ ବୈଦ୍ଧିକ ବିକାଶ ସହିତ ଶାରୀରିକ ଓ ମାନସିକ ସୁସ୍ଥତା ଏବଂ ନବ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ବିଦ୍ୟାଳୟ ଠାରୁ ବାହାରି ସନ୍ତୋଷ ପୁର, ରତାଖଣ୍ଡି ଆଦି ଗ୍ରାମ ପରିକ୍ରମା କରି ନାରୀ ସଶକ୍ତିକରଣ, ପରିବେଶ ସୁରକ୍ଷା ଏବଂ ନିଶା ନିବାରଣ ପାଇଁ ପଥ ପ୍ରାନ୍ତ ନାଟକ ବସନ୍ତ କୁମାର ଦାସଙ୍କ ନିର୍ଦ୍ଦେଶନାରେ ଆଜିର ନାରୀ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଇଥିଲା।ନୃସିଂହ ଚରଣ ମହାନ୍ତି, ସରୋଜ କୁମାର ମହାନ୍ତ,ଅଭୟ କୁମାର ପୃଷ୍ଟି, ବସନ୍ତ କୁମାର ରଣା, ବସନ୍ତ କୁମାର ନାୟକ, ବସନ୍ତ କୁମାର ଦାସ, ପ୍ରିୟବ୍ରତ କର, ସୁବାଷ ଦାଶ, ଅଧ୍ୟାପିକା ଭି ଲାବନ୍ୟା,ଆଦର୍ଶ ଲାକ୍ରା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ନିଜ ଉପରେ ଆତ୍ମବିଶ୍ବାସ ଓ ସମୟାନୁବର୍ତ୍ତିତା ତଥା ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିଲେ।
ରାଜ୍ୟ
ଏସ.ଆର.ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ
- Hits: 258







