ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ନୂଆ-ଓ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଯାୟୀ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ତିନିଦିନିଆ କ୍ରୀଡା ଉତ୍ସବ ସମ୍ମାନୀୟ ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଅଧ୍ୟକ୍ଷା ଡ ରୀନା ସାହୁ , ନୋଡାଲ ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ , କ୍ରୀଡା ବିଭାଗୀୟ ଟିମ୍ ମୁଖ୍ୟ ଶ୍ରୀମତି ବରଦା ଆଚାର୍ଯ୍ୟ ଓ ଶ୍ରୀମତି ସି.ଏଚ୍. ନିର୍ମଳା ପ୍ରମୁଖ ଅତିଥି ମାନଙ୍କୁ ସ୍ବାଗତ କରିଥିଲେ। ଯୁବ ପିଢୀ ହିଁ ଆସନ୍ତା କାଲିର ଭବିଷ୍ୟତ ତେଣୁ ଆଗାମୀ ଦିନରେ ଯୁବଶକ୍ତି ଏବଂ ନାରୀଶକ୍ତି ହିଁ ସକ୍ରିୟ ହେବା ଆବଶ୍ୟକ ବୋଲି ମୁଖ୍ୟଅତିଥି ଜିଲ୍ଲା ପରିଷଦ ମତ ଦେଇଥିଲେ।
ସେହିଭଳି ବରିଷ୍ଠ ଅଧ୍ୟାପକ ନାସୀର୍ ବେଗ୍ ସାର୍ ମଧ୍ୟ ହାର୍ ଜିତ୍ ମନୋଭାବ ନରଖି କ୍ରୀଡା ଆଦି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶୀଦାର୍ ହେବାକୁ ଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଅନ୍ୟାନ୍ୟ ସମ୍ମାନୀତ ଅତିଥି ଗଣ ଯଥା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତି ନିର୍ମଳା ସେଠୀ , ଜିଲ୍ଲା କ୍ରୀଡାଧିକାରୀ ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ , ସ୍ଥାନୀୟ କାଉନ୍ସିଲର୍ ଶ୍ରୀ ସୁରଜିତ୍ ତ୍ରିପାଠୀ , ଜିଲ୍ଲା ନୋଡାଲ୍ ଅଧିକାରୀ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ରାଧାକାନ୍ତ ଭୂୟାଁ , ଶ୍ରୀ ସୁରେନ୍ଦ୍ର ପାତ୍ର ପ୍ରଭୃତି ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସଂପର୍କରେ ମତ ରଖିଥିଲେ।
ଅଧ୍ୟକ୍ଷା ନିଜ ବକ୍ତବ୍ୟରେ ଏହିଭଳି କାର୍ଯ୍ୟକ୍ରମକୁ ସମସ୍ତେ ସହଯୋଗ କଲେହିଁ ସଫଳ ହେବ ବୋଲି କହିଥିଲେ। ଏହା ପରେ ସମସ୍ତ ନିମନ୍ତ୍ରିତ ଅତିଥି ସଟ୍ଫୁଟ୍ , ଜାଭେଲିନ୍ ଆଦି ଖେଳି କ୍ରୀଡା କାର୍ଯ୍ୟକ୍ରମର ପ୍ରାରମ୍ଭ କରିଥିଲେ । ଏହାପରେ ନୋଡାଲ୍ ଅଧିକାରୀ ଡ଼ .ଭାରତୀ ପାଣିଗ୍ରାହୀ ଅତିଥିମାନଙ୍କର ପରିଚୟ ଦେବା ସହ ଏଭଳି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ। ଶେଷରେ ଅଧ୍ୟାପିକା ଶ୍ରୀମତି ବରଦା ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।
ଏହାପରେ ପ୍ରଥମ ଦିବସରେ ୧୦୦ ମିଟର୍ ଦୌଡ , ୨୦୦ ମିଟର ଦୌଡ , ଜାରେଲିନ୍ ଥ୍ରୋ , ଡିସ୍କସ୍ ଥ୍ରୋ , ସଟ୍ ପୁଟ୍ , କବାଡି ଆଦି ଖେଳ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉତ୍ସାହର ସହ ଯୋଗଦାନ କରି କାର୍ଯ୍ୟକ୍ରକୁ ସାପଲ୍ୟ ମଣ୍ଡିତ କରିଥିଲେ।
ରାଜ୍ୟ
ନୂଆ-ଓ ନବୀନ ଓଡିଶା ଆନୁକୁଲ୍ୟରେ ମହିଳା ସ୍ନାତକ ମହାବିଦ୍ୟାଳୟରେ କ୍ରୀଡା ଉତ୍ସବ ଉଦ୍ଘାଟିତ
- Hits: 292







