ଭୁବନେଶ୍ବର, ତା‐ ୧୯.୧୨.୨୩: ଭୁବନେଶ୍ବରରେ ରହୁଥିବା କଗତସିଂହପୁର ଜିଲ୍ଲାର ଅଧିବାସୀମାନଙ୍କର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ୨୦୦୪ ମସିହାରୁ ଗଠିତ ଜିଲ୍ଲା ବିକାଶ ପରିଷଦକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ନୂତନ କାର୍ଯ୍ୟକାରୀ କମିଟି ଗଠନ କରା ଯିବା ସହିତ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରା ଯାଇଛି । ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦରୁ ସଦସ୍ୟ ଗ୍ରହଣ କରାଯାଇ ବିକାଶ ପରିଷଦକୁ ସୁସଂଗଠିତ କରା ଯାଇଛି । ଜିଲ୍ଲାର ସାମୂହିକ ବିକାଶ, ବିଭିନ୍ନ ସମସ୍ୟାର ସମାଧାନ, ଅବହେଳିତ ବର୍ଗର ଉତ୍ଥାନ ତଥା ବିଭିନ୍ନ ସମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇ ଏହି ପରିଷଦ କାର୍ଯ୍ୟ କରିବ । ଜିଲ୍ଲା ବିକାଶ ପରିଷଦର ନୂତନ କର୍ମକର୍ତ୍ତା ତଥା ସଭାପତି ଭାବେ ଶ୍ରୀ ଅଜୟ କୁମାର ଦାଶ, ଉପ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ବେହେରା, ଶ୍ରୀ ଦୀପକ କୁମାର ଦାଶ, ସମ୍ପାଦକ ଶ୍ରୀ ସୌଭାଗ୍ୟ ରାଉତରାୟ ସଂଗଠନ ସମ୍ପାଦକ ଶ୍ରୀ ଅନିରୁଦ୍ଧ ଚକ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ଵଜିତ ମିଶ୍ର, ଶ୍ରୀ ବିଚିତ୍ରାନନ୍ଦ ଖୁଣ୍ଟିଆ ପ୍ରମୁଖ ମନୋନିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୨ ଜଣକୁ ସାମିଲ କରା ଯାଇଛି ।
ଶ୍ରୀ ସୁର୍ଯ୍ୟରଂଜନ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବର୍ଗରୁ ପ୍ରାୟ ୫୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦାନ କରିଥିଲେ । ଆଗାମୀ ଜାନୁୟାରୀ ୮ ତାରିଖରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି । ଶେଷରେ ବରିଷ୍ଠ ସଭ୍ୟ ପ୍ରଣବ କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ପୁନଃଗଠିତ
- Hits: 371







