ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାରେ ମହିଳା କର୍ମଚାରୀଙ୍କ ନିମନ୍ତେ କାରଖାନା ସ୍ତରୀୟ ସମୃଦ୍ଧି କୁଇଜ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Rourkela/ Sushanta behera :   ମହିଳା କର୍ମଚାରୀମାନଙ୍କ ନିମନ୍ତେ ପ୍ଳାଣ୍ଟ ସ୍ତରୀୟ ଚୁଡାନ୍ତ ପର୍ଯ୍ୟାୟ ସମୃଦ୍ଧି କୁଇଜ ଏଚଆରଡ଼ି ସେଣ୍ଟରଠାରେ ଅକ୍ଟୋବର ୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଏମ ଷ୍ଟିଲ, ଶ୍ରୀ ଡ଼ି କେ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ପୂର୍ବରୁ ଅନୁଷ୍ଠିତ ଲିଖିତ ପର୍ଯ୍ୟାୟରେ ଯୋଗ୍ୟତା ଅର୍ଜ୍ଜନ କରିଥିବା ୬ ଟି ଦଳରେ ୧୨ ଜଣ କର୍ମଚାରୀ ଭାଗ ନେଇଥିଲେ।  କାର୍ମିକ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ସୁଶ୍ରୀ ସଂଗୀତା ମାରିଆ ସିନ୍ଦୁର ଓ ସୁଶ୍ରୀ ଜ୍ୟୋତି ଓରେୟା ପ୍ରତିଯୋଗିତାରେ ବିଜେତା ହୋଇଥିଲେ।  ନୂତନ ପ୍ଳେଟ ମିଲ ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର, ସୁଶ୍ରୀ ଜ୍ୟୋତିର୍ମୟୀ ରାଉତିଆ ଏବଂ ନିବେଦିତା ବେହେରା ଉପବିଜେତା ଆଖ୍ୟା ଲାଭ କରିଥିଲେ। ବିଜେତା ଓ ଉପବିଜେତା ଦଳ ଯଥାକ୍ରମେ ୪ ହଜାର ଓ ୨୫୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା। ତୃତୀୟ ସ୍ଥାନ ହାସଲ କରିଥିବା ଦଳ ୧୫୦୦ ଟଙ୍କା ପୁରସ୍କାର ଲାଭ କରିଥିବାବେଳେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲକାରୀ ସାନ୍ତ୍ଵନାମୂଳକ ପୁରସ୍କାର ରୂପେ ୧୦୦୦ ଟଙ୍କାର ପୁରସ୍କାର ରାଶି ଲାଭ କରିଥିଲେ। 

ନୂତନ ପ୍ଳେଟ ମିଲ ବିଭାଗର ସିନିୟର ମ୍ୟାନେଜର, ସୁଶ୍ରୀ ଅନିନ୍ଦିତା ମହାପାତ୍ର ଓ କଣ୍ଟ୍ରାକ୍ଟ ସେଲ ୱାର୍କ୍ସ ବିଭାଗର ଡେପୁଟି ମ୍ୟାନେଜର, ସୁଶ୍ରୀ ଦିବ୍ୟା ଦାସ ପ୍ରତିଯୋଗିତାରେ କୁଇଜ ମାଷ୍ଟରର ଭୂମିକା ନିର୍ବାହ କରିଥିଲେ।  ସେଲ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ପର୍ଯ୍ୟାୟରେ ବିଜେତା ଓ ଉପବିଜେତା ଦଳ ଆରଏସପିର ପ୍ରତିନିଧିତ୍ଵ କରିବେ।  ଏଚଆରଡ଼ି ବିଭାଗର ଡେପୁଟି ମ୍ୟାନେଜର, ଶ୍ରୀ ଆର ଏ ଖାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।  ସୂଚନାଯୋଗ୍ୟ ଯେ,  କର୍ପୋରେଟ ଏଚଆରଡ଼ି ଦ୍ଵାରା ମେନେଜମେଣ୍ଟ ଓ ବିଜିନେସ କୁଇଜ ଇଣ୍ଟର ପ୍ଳାଣ୍ଟ ଓ ଇନ୍ଟର ୟୁନିଟ ସ୍ତରରେ ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ ଯେ, ସେଲ ମେନେଜମେଣ୍ଟ ଓ ବିଜିନେସ କୁଇଜ କର୍ପୋରେଟ ଏଚଆରଡ଼ି ଦ୍ଵାରା ଆୟୋଜିତ ହେଉଛି।

ସେଲର ଅଧିକାରୀ ଓ ଅଣଅଧିକାରୀ କର୍ମଚାରୀଙ୍କ ମଧ୍ୟରେ ବିଶେଷତଃ ଯୁବବର୍ଗଙ୍କୁ ସେମାନଙ୍କର ଜ୍ଞାନର ବିକାଶ ତଥା ବିଜିନେସ ଡେଭେଲପମେଣ୍ଟ, ନୂତନ ମେନେଜମେଣ୍ଟ ତତ୍ତ୍ଵ, ବିଜିନେସ ବ୍ୟକ୍ତିତ୍ଵ, ମହତ୍ତ୍ୱପୂର୍ଣ୍ଣ ବିଷୟାବଳୀ, ସେଲର ଐତିହ୍ୟ ଓ ଇତିହାସ ସନ୍ଦର୍ଭରେ ସଚେତନ କରାଇବା ଉଦ୍ଦେଶ୍ୟରେ  ଏହି ପ୍ରତିଯୋଗିତା ଆୟୋଜନର ଲକ୍ଷ୍ୟ ରହିଛି ।  ପ୍ଳାଣ୍ଟ ସ୍ତରୀୟ ପ୍ରାରମ୍ଭିକ ପର୍ଯ୍ୟାୟ ଲିଖିତ କୁଇଜ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଭୟ ଅଧିକାରୀ ଓ କର୍ମଚାରୀ ସମୁଦାୟ ୧୨ ଟି ଦଳରେ ୨୪ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ 

0
0
0
s2sdefault