ହେଡଲାଇନସ୍:

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ କୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଲୋକକଳା , ସଂସ୍କୃତି , ଜନଜାତି , ନୃତ୍ୟ ସଙ୍ଗୀତ ସମାରୋହ , ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ ସହ ଉନ୍ନୟନ ପ୍ରଦର୍ଶନୀ ୧୯-୧୨-୨୦୨୩ ଠାରୁ ୨୩-୧୨-୨୦୨୩ ତାରିଖ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡ଼ିୟମ ଠାରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ଖ୍ୟାତି ସମ୍ପନ୍ନ କଳାକାରମାନଙ୍କ ଦ୍ବାରା ମନୋରଞ୍ଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
ଚଳିତ ବର୍ଷ ଗଜପତି ଉତ୍ସବ ଓ ପବ୍ଲିଶ୍ରୀ ମେଳା ପାଇଁ ୨୦୭ ଗୋଟି ଷ୍ଟଲ କରାଯିବାର ବ୍ୟବସ୍ଥା କରାଯାଇଅଛି।
ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ନିମନ୍ତେ ୧୦ ଗୋଟି ଜିଲ୍ଲାରୁ ପାରମ୍ପାରିକ ନୃତ୍ୟ ଓ ଆଦିବାସୀ ନୃତ୍ୟ ଦଳ ଆସିବାର ବ୍ୟବସ୍ଥା କରାଯାଇଅଛି।
• କଳାହାଣ୍ଡି - ଘୁମୁରା , ଗଞ୍ଜାମ -ଯୋଡିଶଙ୍ଖ , ମୟୂରଭଞ୍ଜ - ଛଉ , ପୁରୀ- ଗୋଟିପୁଅ , ବରଗଡ଼- ସମ୍ବଲପୁରୀ , ବଲାଙ୍ଗୀର-ଡାଲ୍ ଖାଇ , କୋରାପୁଟ-ଜେମସା ଇତ୍ୟାଦି। ରାଜ୍ୟ ବାହାରୁ ୫ ଗୋଟି ନୃତ୍ୟ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଯଥା- ରାଜସ୍ଥାନ , ଉତ୍ତର ପ୍ରଦେଶ , ମହାରାଷ୍ଟ୍ର , ଆସାମ ଓ ପଶ୍ଚିମବଙ୍ଗ।
ଜିଲ୍ଲା ବାହାରୁ ୩୦ ଗୋଟି ମିଶନ ଶକ୍ତି ଦଳ ଅଂଶ ଗ୍ରହଣ କରୁଛନ୍ତି। ଆମ ଜିଲ୍ଲାରୁ ୪୨ ଟି ନୃତ୍ୟଦଳ କାର୍ଯ୍ୟକ୍ରମ ପରିବେଷଣ କରିବେ।
ବିଶେଷ ଆକର୍ଷଣ : ଚିତ୍ରକଳା ପ୍ରଦର୍ଶନୀ ଓ ସ୍ଥାନୀୟ ଲେଖକଙ୍କ ଦ୍ବାରା ଲିଖତ ପୁସ୍ତକକୁ ନେଇ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରାଯାଉଅଛି। ଜିଲ୍ଲାର ସଂସ୍କୃତି , ଲୋକକଳା ଓ ସାହିତ୍ୟର ସମୃଦ୍ଧି ନିମନ୍ତେ ଜିଲ୍ଲାର ଲୁକାୟିତ ପ୍ରତିଭା ମାନଙ୍କ ପ୍ରତ୍ସାହନ ଦେବା ପାଇଁ ଚଳିତ ବର୍ଷ ଜିଲ୍ଲା ପ୍ରସାଶନ ତରଫରୁ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଆୟୋଜନ କରାଯାଉଅଛି। ଏହି ଉତ୍ସବ ପାଳନ ଅବସରରେ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଯଥା-ମହେନ୍ଦ୍ରଗିରି , ଗଣ୍ଡାହାତୀ , ବୌଦ୍ଧମନ୍ଦିର , ମାଙ୍କଡଡିଆଁ , ଖସଡା ଓ ଗୁଦଗୁଦ ଜଳ ପ୍ରପାତର ବହୁଳ ପ୍ରସାର ପ୍ରଚାର ପାଇଁ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯିବ।
ଆପଣ ମାନଙ୍କୁ ମୋ ତରଫରୁ ଅନୁରୋଧ ରହିଲା ଯେ, ଉଭୟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ ବ୍ୟକ୍ତିବିଶେଷ ମିଳିତ ଭାବରେ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା -୨୦୨୩ କୁ ସଫଳ ଭାବେ ରୂପାୟନ କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

0
0
0
s2sdefault