ହେଡଲାଇନସ୍:

ଗ୍ରାମାଞ୍ଚଳର ଜନସାଧାରଣ ଗହମ ପାଇବାରୁ ବଞ୍ଚିତ:ସହରରେ ମିଳୁଛି ଭାରତ ଅଟା:

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ରିହାତି ମୂଲ୍ୟରେ ଅଟା ଯୋଗାଣ ପାଇଁ ଦାବି l

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କେନ୍ଦ୍ର ସରକାର ଙ୍କ ଟାଳଟୁଳ ନୀତି ପାଇଁ ଗ୍ରାମାଞ୍ଚଳର ଜନସାଧାରଣ ଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ l ସୂଚନାଥାଉକି ରାଷ୍ଟ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ଗ୍ରାମାଞ୍ଚଳ ଗରିବ ଶ୍ରେଣୀର ଲୋକମାନଙ୍କୁ ଆବଶ୍ୟକ ମୁତାବକ ଟଙ୍କିଖୁଆ ଚାଉଳ ଓ ଗହମ ଯୋଗାଇ ଦେଇ ଆସୁଥିଲେ l କିନ୍ତୁ କିଛି ମାସ ହେବ ଗହମ ପାଇବାରୁ ଗ୍ରାମାଞ୍ଚଳର ଲୋକମାନେ ବଞ୍ଚିତ ଅଛନ୍ତି l ଯାହାଫଳରେ ଗରିବ ଜନସାଧାରଣ ଅଟା ଖାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ନିଶ୍ଚିନ୍ତକୋଇଲି ବ୍ଳକକୁ ପ୍ରତ୍ୟେକ ମାସରେ ରେସନ କାର୍ଡ଼ଧାରୀ ମାନଙ୍କ ନିମନ୍ତେ ୨୬ଶହ କିଣ୍ଟାଲ ଗହମ ଆସି ବଣ୍ଟନ କରାଯାଉଥିଲା । ଗତ ଏପ୍ରିଲ ୨୦୨୨ ମସିହା ଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗହମ ଯୋଗାଣ ବନ୍ଦ କରାଯିବା ପରେ ଖୋଲା ବଜାରରେ ଅଟା କିଲୋ ପ୍ରତି ମୂଲ୍ୟ ବଢି ୪୦ ଟଙ୍କା ରୁ ଅଧିକ ହୋଇଗଲା I ଯାହାଦ୍ୱାରା ଗରିବ ଲୋକମାନେ ଏତେ ଦାମ୍ ଦେଇ ଅଟା କିଣି ଖାଇବା ସମ୍ଭବପର ହେଉନାହିଁ ବୋଲି ବହୁ କାର୍ଡ଼ଧାରୀ ପ୍ରକାଶ କରିଛନ୍ତି । ବର୍ତ୍ତମାନ ଗ୍ରାମାଞ୍ଚଳର ଘରେ ଘରେ ମଧୁମେହ ରୋଗୀ ରହିଥିବାବେଳେ ସେମାନଙ୍କ ପାଇଁ ରୁଟି ଖାଇବା
ଜରୁରୀ ହୋଇପଡ଼ିଛି ହେଲେ ଅଟାର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଗରିବ ପରିବାରମାନେ ରୁଟି ଖାଇବା ପାଇଁ ନାନା ସମସ୍ୟାକୁ ସାମ୍ନା କରୁଛନ୍ତି । ଅପରପକ୍ଷରେ ଦୀପାବଳୀ ଅବସରରେ କେନ୍ଦ୍ରର ମୋଦୀ ସରକାର ରିହାତି ଦରରେ ଲୋକମାନଙ୍କୁ ଭାରତ ଅଟା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ଙ୍କ ଘୋଷଣା ଅନୁସାରେ କେନ୍ଦ୍ର ଯୋଗାଣମନ୍ତ୍ରୀ ପିୟୁଷ ଗୋଏଲ ଉପଭୋକ୍ତାଙ୍କ ନିକଟରେ ରିହାତି ମୂଲ୍ୟର ଅଟା ପହଞ୍ଚାଇବା ପାଇଁ ଭାରତ ଅଟା ଯୋଜନାର ଶୁଭାରମ୍ଭ କରିଛନ୍ତି l କେନ୍ଦ୍ର ସରକାର ଭୁବନେଶ୍ଵରରେ ଭାରତୀୟ ଏନସିସିଏଫ, ନାଫେଡ଼ ମାଧ୍ୟମରେ କିଲୋପ୍ରତି ଟ୨୭.୫୦ ଙ୍କା ରେ ଭାରତ ଅଟା ଯୋଗାଇ ଦେଉଛନ୍ତି l ଏକ ଭ୍ରାମ୍ୟମାଣ ମାଲ ବୋଝେଇ ଗାଡ଼ିରେ ୫କିଲୋ ଗ୍ରାମ୍ ଅଟା ପ୍ୟାକେଟର ମୂଲ୍ୟ ୧୪୦ ଟଙ୍କା ରଖାଯାଇଥିଲା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଗୋଟିଏ ଲେଖା ପ୍ୟାକେଟ୍ ଦିଆଯାଉଛି l ଏହାଛଡ଼ା ଜାତୀୟ ସରକାରୀ ଉପଭୋକ୍ତା ସଂଘର ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ଭାରତୀୟ ଅଟାକୁ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି l ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଦିଆଯାଉଥିବା ଗହମକୁ ବନ୍ଦ କରି ସହରାଞ୍ଚଳର ଲୋକମାନଙ୍କୁ ରିହାତି ମୂଲ୍ୟରେ ଅଟା ଦିଆଯାଉଥିବା ପଛରେ ସରକାରଙ୍କର କି ସ୍ୱାର୍ଥ ରହିଛି ସେ ନେଇ ପ୍ରଶ୍ନ ଉଠିଛି l ଭାରତ ଅଟା ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ସାମିଲ କରାନଗଲେ ଆଗାମୀ ନିର୍ବାଚନରେ ସରକାରଙ୍କ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଅପରପକ୍ଷରେ ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ କେନ୍ଦ୍ର ଖୋଲି ଭାରତ ଅଟା ଯୋଜନାରେ ଗରିବ ଉପଭୋକ୍ତାମାନଙ୍କୁ ରିହାତି ମୂଲ୍ୟରେ ଅଟା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି। ଏହି ବ୍ଳକ ଅଞ୍ଚଳକୁ ମାସକୁ ୨୬ଶହ କ୍ୱିଣ୍ଟାଲ ଟଙ୍କିଖିଆ ଗହମ ଯୋଗାଇ ଦିଆଯାଉଥିଲାବେଳେ ଅତିକମରେ ୧୫ଶହ କ୍ୱିଣ୍ଟାଲ ରିହାତି ମୂଲ୍ୟରେ ଅଟା ଯୋଗାଇ ଦିଆଗରେ ଗରିବଗୁରୁବା ପରିବାର ରୁଟି ଖାଇବାକୁ ସକ୍ଷମ ହୋଇପାରନ୍ତେ ବୋଲି ସାଧାରଣରେ କୁହାଯାଇଛି l ଉକ୍ତ ରିହାତି ମୂଲ୍ୟ ଅଟା ପ୍ରଦାନ ସଂକ୍ରାନ୍ତରେ ବ୍ଲକ ଯୋଗାଣ ବିଭାଗ କୁ ପଚାରିବାରୁ ସେମାନଙ୍କ ପାଖରେ ଭାରତ ଅଟା ଯୋଜନା ସଂକ୍ରାନ୍ତ କୌଣସି ଖବର ନଥିବା ପ୍ରକାଶ କରିଛନ୍ତି l

0
0
0
s2sdefault