ହେଡଲାଇନସ୍:

ବାଣପୁର: ବିଷ ପିଇ ଆତ୍ମହତ୍ୟା କଲେ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର: (ସେକ କୌସର ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଆତ୍ମହତ୍ୟା ଜନିତ ମାମଲା ସାମ୍ନାକୁ ଆସିଛି। ଅପରାହ୍ନରେ ବିଷ୍ଣୁଡିହ ଗ୍ରାମର ସୁଦାମ ବାରିକଙ୍କ ପତ୍ନୀ ପଲିଶ୍ରୀ ବାରିକ (୪୬) ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ ପଲ୍ଲିଶ୍ରୀ କୌଣସି କାରଣରୁ ଆଜି ଅପରାହ୍ନରେ ଘରେ ବିଷ ପିଇଦେଇଥିଲେ। ପରିବାରବର୍ଗ ସଙ୍ଗେସଙ୍ଗେ ତାଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ପଲିଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ବାଣପୁର ଥାନାକୁ ଡାକ୍ତର ସୂଚନା ଦେବା ପରେ ପୋଲିସ ବାଲୁଗାଁ ମେଡିକାଲ ଯାଇ ମୃତ ପଲ୍ଲିଶ୍ରୀଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

0
0
0
s2sdefault