ହେଡଲାଇନସ୍:

ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଉଦ୍ଘାଟନୀ ମ୍ୟାଚ୍ କୁ ନଅ ୱିକେଟ୍ ରେ ଜିତିଲା କେନ୍ଦୁପଦର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଂଚାୟତ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ସ୍ଵର୍ଗତ କ୍ରୀଡାବିତ୍ ଜଗନ୍ନାଥ ନାଇକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଲକଷଣ୍ଢା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ର ସପ୍ତମ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି I ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରୀପାଠି ଉଦ୍ଘାଟନ କରିଥିବାବେଳେ ବେଳେ ଏଥିରେ ମୁଖ୍ୟ ଅତିଥି ରୂପେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ରେସ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ ଯୋଗଦେଇଥିଲେ I ସେହିପରି ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ପ୍ରଧାନ ଶିକ୍ଷକ ବିଷ୍ଣୁ ପ୍ରସାଦ ବେହେରା,ସମାଜସେବୀ ଅଚ୍ୟୁତ ମହାରଣା,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରାଙ୍ଗ ରଣା,ଜକରା ସାହି ସଭାପତି ରମେଶ ଜେନା,ଅଙ୍ଗନୱାଡ଼ି କର୍ମୀ ସଞ୍ଜୁଲତା ବେହେରା, ମନ୍ଦାକିନୀ ସ୍ୱାଇଁ,ସବିତା ଗୌଡ଼, ଝିଲ୍ଲୀ ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଜଗନ୍ନାଥଙ୍କ ସ୍ମୃତିଚାରଣ କରିବା ସହିତ ଯୁବ କ୍ରିକେଟ୍ ତାରକା ମାନଙ୍କୁ ଉତ୍ସାହିତ କରିଥିଲେ I ଆଜିର ଉଦ୍ଘାଟନୀ ମ୍ୟାଚ୍ ପଳାଶପଲ୍ଲୀ ଏବଂ କେନ୍ଦୁପଦର ଭିତରେ ଖେଳାଯାଇଥିବା ବେଳେ କେନ୍ଦୁପଦର ଏହି ମ୍ୟାଚ୍ କୁ ନଅ ୱିକେଟ୍ ରେ ଜିତି ନେଇଥିଲା I ପ୍ରଥମେ ପଳାଶପଲ୍ଲୀ ବ୍ୟାଟିଙ୍ଗ୍ କରି ସମସ୍ତ ୱିକେଟ୍ ହରାଇ 41 ରନ୍ କରିଥିବା ବେଳେ କେନ୍ଦୁପଦର ମାତ୍ର ଏକ ୱିକେଟ୍ ବିନିମୟରେ 46 ରନ୍ କରି ଏହି ବିଜୟ ହାସଲ କରିଥିଲା I ବସନ୍ତ ବେହେରା ଏବଂ ନାରାୟଣ ନାୟକ ଅମ୍ପାୟାର ଦାୟିତ୍ୱ ତୁଲାଇଥିବା ବେଳେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍ ସଦସ୍ୟ କୃଷ୍ଣ, ନବୀନ, କାଳିଆ, ଅମିତ୍, ପବିତ୍ର, ପ୍ରଭାତ,ଯଶବନ୍ତ,ଶୁଭ,ବିଶୁ,ସୋଲା, ଆଦି, ସୁରଜ୍,ଅନୀଲ, ନୀଳକଣ୍ଠ,ରାହୁଲଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ଇଞ୍ଜିନିୟର୍ ଶିବ ପ୍ରସାଦ ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault