ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜନଜାତି ବର୍ଗର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ରଖିଥିବା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଯାଇଛି ଶିଶୁ ମହୋତ୍ସବ ସର୍ଗି ଫୁଲ୍ -୨୦୨୩।
ଏହି ଅବସରରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତିନି ଦିନ ଧରି ଅନୁଷ୍ଠିତ ହୋଇଥିବା ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପିତ ଉତ୍ସବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ , ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶ୍ରୀଯୁକ୍ତ ପ୍ରଦୀପ ମାଝୀ , ମାନ୍ୟବର ସ୍ୱତନ୍ତ୍ର ଉନ୍ନୟନ ପରିଷଦ , ଓଡ଼ିଶା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ମାନ୍ୟବର ବିଧାୟକ ମୋହନା , ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଅଧ୍ୟକ୍ଷ , ଜିଲ୍ଲା ପରିଷଦ, ଗଜପତି , ଶ୍ରୀଯୁକ୍ତ ଏସ୍.ଆନନ୍ଦ , ବନଖଣ୍ଡ ଅଧିକାରୀ , ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାଶ , ଅତିରିକ୍ତ ଜିଲ୍ଲାପାଳ ଗଜପତି , ଡ଼.ଗୁଣନିଧି ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥ , ଉପନିର୍ଦ୍ଦେଶକ , ଏସସିଏସଟି ଓ ଆରଟିଆଇ , ଓଡ଼ିଶା , ଶ୍ରୀଯୁକ୍ତ ଫାଲଗୁନି ମାଝୀ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଓ ମଙ୍ଗଳ ଅଧିକାରୀ କୋରାପୁଟ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ମାଝୀ ନିଜ ବକ୍ତବ୍ୟ ରେ କହିଥିଲେ ଯେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ହେଉଛି ଜନଜାତି ସମ୍ପ୍ରଦାୟର ଜନସାଧାରଣଙ୍କୁ ଉନ୍ନତି କ୍ଷେତ୍ରରେ ନେବା। ଏହି ଅନୁଷ୍ଠାନ ଏକ ବିଦ୍ୟାଳୟ ନୁହେଁ , ଏକ ଗୁରୁକୁଳ। ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କୁ ଶିକ୍ଷାଦାନ କରିବା ପାଇଁ ଏହି ଭଳି ଏକ ଅନୁଷ୍ଠାନକୁ ଆତ୍ମ ବିଭୋର ହୋଇଥିଲେ।
ସର୍ଗି ଫୁଲ ମାଧ୍ୟମରେ ସରକାରଙ୍କ ଯେଉଁ ପ୍ରୟାସ ଏବଂ କୁନିକୁନି ପ୍ରତିଭା ମାନେ କାୟା ମନ ବାକ୍ୟରେ ଧେୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ କହିଥିଲେ ମୁଁ ଏହି ବୋଲି କାର୍ଯ୍ୟକ୍ରମକୁ ଦେଖି ଭାବବିହ୍ୱଳ ହୋଇଗଲି , ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ଦେଇ କହିଥିଲେ ଆମ ଭିତରେ ଥିବା ପ୍ରତିଭାକୁ ଚତୁର୍ଦ୍ଦିଗ ରେ ମହକାନ୍ତୁ ବୋଲି କହିଥିଲେ। ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ ୧୫ ଗୋଟି ଜିଲ୍ଲାରୁ ଆସିଥିବା ପିଲାମାନଙ୍କ ପାଇଁ ଏ ଜିଲ୍ଲା ଗର୍ବିତ। ଆମେ ଟିମ୍ ଗଜପତି ଭାବରେ କାର୍ଯ୍ୟ କରିବା , ଗଜପତି ଜିଲ୍ଲାକୁ ଶୀର୍ଷକୁ ନେବା ପାଇଁ ଏହି କୁନି କୁନି ସର୍ଗିଫୁଲ ଙ୍କ ଭୂମିକା ରହିବା ଦରକାର ବୋଲିକହିଥିଲେ।
ଏହି ଜୋନାଲ ସ୍ତରୀୟ ଉତ୍ସବରେ ୧୫ ଟି ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ୧୫୦ ଜଣ ଗାଇଡ୍ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସଫଳ କରିଥିଲେ। ମୋଟ ୧୭ଟି ଓ୍ବାର୍କସପ୍ କରାଯାଇଛି। ଏହି ଉତ୍ସବରେ ଗୃପ ଡେନ୍ସ ପ୍ରତିଯୋଗିତା ରେ ନୂଆପଡ଼ା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିଲା। ଭଲିବଲ୍ ପ୍ରତିଯୋଗୀତା ରାୟଗଡ଼ା , ଜିଲ୍ଲା , ବିଜ୍ଞାନ ମେଳାରେ ନବରଙ୍ଗପୁର ଜିଲ୍ଲା ପ୍ରଥମ ସ୍ଥାନ ହାସଲ କରିଛନ୍ତି , ଭଲିବଲ ପ୍ରତିଯୋଗୀତା ରେ ନୂଆପଡ଼ା ଜିଲ୍ଲାର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କହିଛନ୍ତି। ଏହା ସହିତ ବିଭିନ୍ନ ପ୍ରତିଯଗିତାମୂଳକ ଅନୁଷ୍ଠିତ ହୋଇଥିଲା ଏଥିରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ସର୍ଗି ଫୁଲ ଗୀତ ମାଧ୍ୟମରେ ଉଦଯାପିତ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଧୀର ସିଂ, ଲାଇନ୍ ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ଅଧିକାରୀ ଗଜପତି ସୁଶ୍ରୀ ମମତା ରାଣୀ ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ପ୍ରକଳ୍ପ ପ୍ରଶାସକ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଫାଲଗୁନି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ରାଜ୍ୟ
ଜୋନ୍ ସ୍ତରୀୟ ଶିଶୁ ମହୋତ୍ସବ ସର୍ଗି ଫୁଲ୍ ଉଦଯାପିତ
- Hits: 246







