ହେଡଲାଇନସ୍:

ତିତ୍ଲିର ପ୍ରଭାବ :  ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷ, ଜନଜୀବନ ଅସ୍ତବ୍ୟସ୍ତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ଦିଲ୍ଲୀପ ମହାନ୍ତି ) ତିତ୍ଲି ମହାବାତ୍ୟା ଓ ଏହାର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକମାନଙ୍କରେ ପ୍ରତିଫଳିତ ହୋଇଥିଲା । ଫଳରେ ହାଲୁକା ହାଲୁକା ପବନ ସହିତ ଲଗାଣ ବର୍ଷ ଲାଗି ରହିଥିଲା । ଜିଲ୍ଲାର ସଦର ମହକୁମା ବାରିପଦା ପୌରପରିଷଦର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିବା ସାଙ୍ଗକୁ ସହରର ବିଭିନ୍ନ ୱାଡର଼୍ରେ ଜନସାଧାରଣଙ୍କ ଘର ଭିତରକୁ ବର୍ଷାପାଣି ମାଡ଼ିଯାଇଥିବାର ପରିଲକ୍ଷିତ ହୋଇଥିଲା । ଜିଲ୍ଲାରେ ଏହି ବର୍ଷା ଜନଜୀବନକୁ ବେଶ ପ୍ରଭାବିତ କରାଇଥିଲା । ରାସ୍ତାଘାଟ ଶୂନଶାନ ହୋଇପଡ଼ିଥିଲା । ଜନସାଧାରଣ ନିଜନିଜ ଘରୁ ପଦାକୁ ବାହାରିବାକୁ ସାହସ ଜୁଟାଇ ପାରି ନ ଥିଲେ । ୨୦୧୩ ଏହି ଅକ୍ଟୋବର ୧୧ ଫାଇଲିନ ମହାବାତ୍ୟା ଓ ଏହାର ପ୍ରଭାବରେ ପ୍ରଳୟଙ୍କରୀ ବନ୍ୟାର କରୁଣ କାହାଣୀ ଜିଲ୍ଲାବାସୀଙ୍କୁ ଭୟଭିତ କରାଇ ଦେଇଥିଲା । ଜିଲ୍ଲା ଜରୁରୀ ବିଭାଗ ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ଅକ୍ଟୋବର ୧୦ରେ ଜିଲ୍ଲାରେ ହାରାହାରି ୩୫.୯୮ ମି.ମି. ହିସାବରେ ମୋଟ ୯୩୫.୪ ମିମି ବୃଷ୍ଟିପାତ ହୋଇଥିଲା । କପ୍ତିପଦା ବ୍ଲକରେ ସର୍ବାଧିକ ୧୧୩ ମିମି  ଓ ଜାମଦାରେ ସର୍ବନିମ୍ନ ୨ ମିମି ବର୍ଷା ହୋଇଥିବାର ରେକଡର଼୍ କରାଯାଇଥିଲା । ସେହିପରି ଅକ୍ଟୋବର ୧୧ରେ ହାରାହାରି ୩୮.୩୪ ମି.ମି. ହିସାବରେ ମୋଟ ୯୯୬.୮ ମିମି ବୃଷ୍ଟିପାତ ହୋଇଥିଲା । ଶାମାଖୁଣ୍ଟା ବ୍ଲକରେ ସର୍ବାଧିକ ୧୧୦ ମିମି  ଓ ଯଶିପୁରରେ ସର୍ବନିମ୍ନ ୯ ମିମି ବର୍ଷା ହୋଇଥିବାର ରେକଡର଼୍ କରାଯାଇଥିଲା । କିନ୍ତୁ ତିତ୍ଲି ମହାବାତ୍ୟା ଯେତିକି ଯେତିକ ଦୁର୍ବଳ ହେଉଥିଲା ମୟୂରଭଞ୍ଜ ଜିଲ୍ଲାରେ ବୃଷ୍ଟିପାତର ପରିମାଣ ସେହି ଅନୁସାରେ ବୃଦ୍ଧିପାଇବାରେ ଲାଗିଥିଲା । ଅକ୍ଟୋବର ୧୨ରେ ଜିଲ୍ଲାରେ ହାରାହାରି ୭୪.୩୨ମି.ମି. ହିସାବରେ ମୋଟ ୧୯୩୨.୨ ମିମି ବୃଷ୍ଟିପାତ ହୋଇଥିଲା । ଉପକୂଳବର୍ତ୍ତି ଜିଲ୍ଲା ବାଲେଶ୍ୱର ନିକଟବର୍ତ୍ତି ବ୍ଲକ କପ୍ତିପଦାରେ ସର୍ବାଧିକ ୧୭୩ ମିମି ବର୍ଷା ରେକଡର଼୍ କରାଯାଇଥିବା ବେଳେ ଗୋପବନ୍ଧୁନଗର ଓ ଖୁଣ୍ଟାରେ ୧୬୧.୨, ଶାମାଖୁଣ୍ଟାରେ ୧୪୭.୫, ବେତନଟୀରେ ୧୩୯, ବଡ଼ସାହିରେ ୧୧୫, ବାଙ୍ଗିରିପୋଷିରେ ୧୦୭, ବାରିପଦାରେ ୧୦୫, ଉଦଳାରେ ୧୦୧ ଓ ମୋରଡ଼ାରେ ୯୪ ମିମି ଓ ଜାମଦା ବ୍ଲକରେ ସର୍ବନିମ୍ନ ୧୩.୬ ବୃଷ୍ଟିପାତ ହୋଇଥିବାର ରେକଡର଼୍ କରାଯାଇଥିଲା । ଏହି ବୃଷ୍ଟିପାତ ଫଳରେ ଜିଲ୍ଲାରେ ଗଙ୍ଗାହାର, ସୋନ, ସଞ୍ଜ, ଦେଓ, ପଳପଳା, ବୁଢ଼ାବଳଙ୍ଗ ଓ ଖଡ଼କେଇ ଆଦି ନଦୀର ଜଳ ପତନ ବୃଦ୍ଧି ପାଇବାରେ ଲାଗିଥିଲା । ତେବେ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଦେଖାଯାଇ ନ ଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ସେଭଳି କୌଣସି ପରିସ୍ଥିତି ଉପୁଜିଲେ ତାର ସମସ୍ତ ପ୍ରକାରର ମୁକାବିଲା କରିବା ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ଓ ସରଞ୍ଜାମ ସହିତ ପ୍ରସ୍ତୁତ ରହିଥିବାର ଜଣାପଡ଼ିଛି । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଜିଲ୍ଲାରେ ସମସ୍ତ ତହସିଲଦାର, ବିଡ଼ିଓମାନଙ୍କୁ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖିବା ସହିତ ହେଡ଼କ୍ୱାଟର ସହିତ ସମ୍ପର୍କ ରକ୍ଷା କରି କାର୍ଯ୍ୟକରିବା ନିମନ୍ତେ ନିଦେ୍ର୍ଧଶ ଦେଇଥିବାର ଜଣାପଡ଼ିଛି । 

0
0
0
s2sdefault